ଆଜି ବି ସୁନା କିଣିଲେ ମିଳିବ ମା’ ଲକ୍ଷ୍ନୀଙ୍କ କୃପା, ଜାଣନ୍ତୁ କିଣାକିଣିର ଶୁଭ ସମୟ
ଆଜିଠୁ ଆରମ୍ଭ ହେଉଛି ଶୁଭ ମୁହୂର୍ତ୍ତ । ସୁନା କିଣିବାକୁ ଚାହୁଁଥିଲେ ପଢ଼ନ୍ତୁ ଖବର ।
ଓଡ଼ିଶା ଭାସ୍କର: କାଲି ଅକ୍ଷୟ ତୃତୀୟା । ଏହି ଦିନ ଯେଉଁ ଶୁଭକାମ ଆରମ୍ଭ କରାଯାଏ; ବର୍ଷ ତମାମ ଶୁଭ କାମ ଲାଗି ରୁହେ ବୋଲି ବିଶ୍ୱାସ ରହିଛି । ବିଶେଷ କରି ଏହି ଦିନରେ ଘରର ମହିଳାମାନେ ସୁନା କିଣିବାକୁ ପସନ୍ଦ କଣନ୍ତି ।
ବର୍ତ୍ତମାନ ସମୟରେ ସୁନା ଦର ବଢ଼ିଥିଲେ ସୁଦ୍ଧା ମହିଳାମାନେ ସୁନା କିଣାରୁ ଓହରିପାରିବେ ନାହିଁ । ଆଳ୍ପ ପରିମାଣରେ ହେଉ ପଛେ ସେମାନେ ସୁନା କିଣିବେ । ସେଥିପାଇଁ ଚାଲନ୍ତୁ ଜାଣିବା କେଉଁ ଦିନ ସୁନା କିଣିଲେ ଭଲ ପ୍ରଭାବ ମିଳିବ…
ଆଜି ୨୯ ତାରିଖ, ଅକ୍ଷୟ ତୃତୀୟା ପାଇଁ ସୁନା କିଣିବା ପାଇଁ ଆଜିର ସମୟ ମଧ୍ୟ ବେଶ୍ ଉପଯୁକ୍ତ । ସନ୍ଧ୍ୟା ୫ଟା ୩୧ରୁ ଅକ୍ଷୟ ତୃତୀୟା ତିଥି ଆରମ୍ଭ ହେଉଛି । ଯାହା କିଣିକିଣି ପାଇଁ ଅତ୍ୟନ୍ତ ଶୁଭ ।
୨୯ ତାରିଖରେ ସୁନା କିଣିବାର ଶୁଭ ମୁହୂର୍ତ୍ତ ସନ୍ଧ୍ୟା ୫ଟା ୩୧ରୁ ୩୦ ତାରିଖ ସକାଳ ୫ଟା ୪୧ ମିନିଟ ପର୍ଯ୍ୟନ୍ତ ରହିଛି । ସେହିପରି ଅ ତୃତୀୟା ଦିନ ସକାଳ ବେଳା ସୁନା କିଣିବାର ଭଲ ସମୟ ହେୁଛି ସକାଳ ୬ଟା ୧୧ରୁ ଅପରାହ୍ନ ୨ଟା ୧୨ ପର୍ଯ୍ୟନ୍ତ ।
ବୈଶାଖ ମାସ ଶୁକ୍ଳ ପକ୍ଷ ତୃତୀୟା ତିଥି ୨୯ ତାରିଖ ୫ଟା ୩୧ ମିନିଟରୁ ଆରମ୍ଭ ହୋଇଯାଉଛି । ଏହି ତିଥି ୩୦ ତାରିଖ ଅପରାହ୍ନ ୨ଟା ୧୨ ମିନିଟ୍ ପର୍ଯ୍ୟନ୍ତ ରହିବ । ଲୋକମାନେ ଏହି ଦିନଟିକୁ ବେଶ୍ ଧୁମଧାନରେ ପାଳନ କରିବେ ।
ଅକ୍ଷୟ ତୃତୀୟାରେ ବିଷ୍ଣୁଙ୍କ ଅବତାର ପର୍ଶୁରାମଙ୍କ ଜନ୍ମ ହୋଇଥିଲା । ଏହି ଦିନ ବଦ୍ରିନାଥଙ୍କ କପାଟ ଖୋଲିଥାଏ । ବୃନ୍ଦାବନରେ କୃଷ୍ଣଙ୍କ ପାଦ ଦର୍ଶନ କରିବା ଦ୍ୱାରା ଗଭବାନଙ୍କ ସାନିଧ୍ୟ ଲାଭ ହେବାର ବିଶ୍ୱାସ ମଧ୍ୟ ରହିଛି ।