fbpx

ଏସିଆ କପ୍ ପୂର୍ବରୁ ଭାରତ ପାଇଁ ସତର୍କ ଘଣ୍ଟି, ପୁରୁଣା ରଙ୍ଗକୁ ଫେରିଲେ ହାର୍ଦ୍ଦିକଙ୍କ ସାଥୀ ଖେଳାଳି

ନୂଆଦିଲ୍ଲୀ: ଏସିଆ କପ୍ ପୂର୍ବରୁ ଭାରତ-ପାକିସ୍ତାନ ପାଇଁ ବିପଦର ଘଣ୍ଟି ବାଜିଛି। ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ ଯେ, କି ବିପଦ ରହିଛି। ବିପଦ ଏହା ଯେ, ରଶିଦ ଖାନ ନିଜର ପୁରୁଣା ରଙ୍ଗରେ ନଜର ଆସିଛନ୍ତି। ଅତି କମରେ ଗତ ତିନୋଟି ମ୍ୟାଚରେ ତାଙ୍କର ପ୍ରଦର୍ଶନ ନିଶ୍ଚିତ ରୂପେ ବିରୋଧୀ ଦଳର ବ୍ୟାଟସମ୍ୟାନଙ୍କୁ ଭାବିବାକୁ ବାଧ୍ୟ କରିବ। ପ୍ରଥମେ ରଶିଦ ଖାନ ଆୟରଲାଣ୍ଡ ବିପକ୍ଷ ସିରିଜରେ ଉଭୟ ବଲ୍ ଏବଂ ବ୍ୟାଟରେ ଦମଦାର ପ୍ରଦର୍ଶନ କରିଥିଲେ। ଏବେ ସେ ଇଂଲଣ୍ଡରେ ଖେଳାଯାଉଥିବା ଦ ହଣ୍ଡ୍ରେଡ୍ ଟୁର୍ଣ୍ଣାମେଣ୍ଟରେ ୨୦ ବଲରେ ବିରୋଧୀଙ୍କ ଖେଳ ସମାପ୍ତ କରିଛନ୍ତି।

ଏହି କାରଣରୁ ଆଫଗାନିସ୍ତାନର ଏହି ଲେଗ୍ ସ୍ପିନର ଏସିଆ କପରେ ଭାରତ ଏବଂ ପାକିସ୍ତାନ ପାଇଁ ବିପଦ ସାଜିପାରେ। ରଶିଦ ଖାନଙ୍କ ଆଫଗାନିସ୍ତାନ ଦଳ ଏସିଆ କପରେ ବାଂଲାଦେଶ ଏବଂ ଶ୍ରୀଲଙ୍କା ସହିତ ଗ୍ରୁପ ବିରେ ରହିଥିବା ବେଳେ ଭାରତ ଏବଂ ପାକିସ୍ତାନ ଗ୍ରୁପ ଏରେ ଅଛନ୍ତି। ମାତ୍ର ସୁପର ୪ ମୁକାବିଲାରେ ଭାରତର ମୁକାବିଲା ଆଫଗାନିସ୍ତାନ ସହ ହୋଇପାରେ। ଏମିତି ହେଲେ ରଶିଦ ଖାନ ଭାରତୀୟ ବ୍ୟାଟସମ୍ୟାନଙ୍କୁ ହଇରାଣରେ ପକାଇ ପାରନ୍ତି।

ଦ ହଣ୍ଡ୍ରେଡ୍ ଟୁର୍ଣ୍ଣାମେଣ୍ଟରେ ଟ୍ରେଣ୍ଟ ରକେଟ୍ସ ଏବଂ ଲଣ୍ଡନ ସ୍ପ୍ରିଟ୍ ମଧ୍ୟରେ ମୁକାବିଲାରେ ରଶିଦ ଖାନ ରକେଟ୍ସ ଦଳର ପ୍ରତିନିଧିତ୍ଵ କରିଥିଲେ। ସିଜିନରେ ରଶିଦଙ୍କ ଏହା ଶେଷ ମ୍ୟାଚ୍ ଥିଲା। କାରଣ ଏହା ପରେ ସେ ଏସିଆ କପ୍ ପାଇଁ ଆଫଗାନିସ୍ତାନ ଦଳ ସହ ଯୋଗ ଦେବେ। ସିଜିନରେ ନିଜର ଶେଷ ମ୍ୟାଚରେ ରଶିଦ ଶାଣିତ ବୋଲିଂ କରି ଦଳକୁ ଜିତାଇଛନ୍ତି।

Get real time updates directly on you device, subscribe now.