fbpx
BSKY SKY
BSKY SKY

(Video) ମଦ୍ୟପାନ ହିଁ ଲିଭର ଡ୍ୟାମେଜର ବଡ଼ କାରଣ: ଲକ୍ଷଣ କ’ଣ, କେତେଦିନ ପର୍ଯ୍ୟନ୍ତ ପିଇଲେ ସିରୋସିସ୍ ହୁଏ, ଜାଣନ୍ତୁ ବିଶେଷଜ୍ଞଙ୍କ ରିପୋର୍ଟ

BSKY

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଲିଭର ସିରୋସିସ୍ ଏକ ଭୟଙ୍କର ରୋଗ । ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦ ଏହି ଲିଭର ସିରୋସିସ୍ ରୋଗରେ ସଂକ୍ରମିତ ହୋଇ ମାତ୍ର ୪୭ ବର୍ଷ ବୟସରେ ନିଃଶ୍ୱାସ ତ୍ୟାଗ କରିବା ତାଙ୍କର ପରିବାର, ବନ୍ଧୁ ପରିଜନଙ୍କ ସହିତ ଓଡ଼ିଶାବାସୀଙ୍କୁ ଭୀଷଣ ଆଘାତ ଦେଇଛି । ତେବେ ଜଣେ ବ୍ୟକ୍ତି ମରିଗଲା ପରେ କେବଳ ଦୁଃଖ ପ୍ରକାଶ କରିଦେଲେ ହେବ ନାହିଁ । ଏଥିପାଇଁ ଆପଣଙ୍କୁ ସତର୍କ ରହିବା ପଡ଼ିବ । ଆପଣ ମଧ୍ୟ ଏଥିରେ ଆକ୍ରାନ୍ତ ହୋଇପାରନ୍ତି ।

ଲିଭର ସିରୋସିସ୍ ରୋଗ ଯେତିକି ଭୟଙ୍କର ତା’ର ଚିକିତ୍ସା ମଧ୍ୟ ସେତିକି ବ୍ୟୟବହୁଳ । ଉପରକୁ ସୁନ୍ଦର ଦେଖାଯାଉଥିଲେ ହେଁ ପିଣ୍ଟୁଙ୍କ ପରି ଅନ୍ୟ କାହାକୁ ମଧ୍ୟ ଏହା ଶିକାର କରିପାରେ । ଏହି ରୋଗ କିପରି ହୁଏ, ଏହାର ଲକ୍ଷଣ ଓ ନିରାକରଣ ବିଷୟରେ ଆପଣମାନେ ଅବଗତ ହେବା ନିହାତି ଜରୁରୀ । ପିଣ୍ଟୁ ଅତ୍ୟଧିକ ମଦ୍ୟପାନ କରିବା ସହ ନିଜର ଶରୀରର ଯତ୍ନ ଠିକରେ ନେଇ ନଥିଲେ ବୋଲି ତାଙ୍କର ଅନେକ ପ୍ରଶଂସକ କହିଥିଲେ । ଲିଭର ଖରାପ ଓ ମଦର ସମ୍ପର୍କ କ’ଣ ଆପଣମାନେ ଜାଣିଛନ୍ତି କି?

ବିଶେଷଜ୍ଞଙ୍କ ମତରେ, ଆଲକହଲ ଏକ କେମିକାଲ, ଯାହାକୁ କି ଆମେ ଇଥାନଲ କହିଥାଉ । ଏହି ଇଥାନଲ ପ୍ରଥମେ ରୋଗୀର ଲିଭରରେ ଚର୍ବି ଜମାଇ ଲିଭରକୁ ବଡ଼ କରାଇଥାଏ । ଏପରି ଭାବେ ଚର୍ବି ଜମିବା ଫଳରେ ଲିଭରରେ ଫ୍ୟାଟ୍ ଜମି ତାହା ଅକ୍ସିଡେସନ ପେଡ୍ରିଆଟିକେସନ ପ୍ରତିକ୍ରିୟା ହୋଇଥାଏ । ଜଣେ ବ୍ୟକ୍ତି ଯଦି ଲଗାତର ଭାବେ ମଦ୍ୟପାନ କରେ, ତେବେ ଲିଭର ଡ୍ୟାମେଜ୍ ହେବା ସହ ସିରୋସିସ୍ ହୋଇଥାଏ ।

ଏହାର ଅର୍ଥ ନୁହେଁ, ଆପଣ ଦିନେ କି ଦୁଇଦିନ ପାଇଁ ମଦ ପିଇଦେଲେ ଲିଭର ଡ୍ୟାମେଜ୍ ହୋଇଯିବ । ଅତିକମରେ ୧୦-୧୫ ବର୍ଷ ଧରି କ୍ରମାଗତ ଭାବେ ମଦ ପିଇଲେ ଲିଭର ଡ୍ୟାମେଜ୍ ହେବା ଅବଶ୍ୟମ୍ଭାବୀ । ଏଥିସହିତ ବହୁମାତ୍ରାରେ ଅଳ୍ପ କିଛି ବର୍ଷ ପାଇଁ ପିଇଲେ ମଧ୍ୟ ଲିଭର ଡ୍ୟାମେଜ୍ ହୋଇଥାଏ । ଯେଉଁ ପୁରୁଷମାନେ ୪୦-୮୦ ଗ୍ରାମ ଓ ମହିଳାମାନେ ୨୦-୪୦ ଗ୍ରାମର ମଦ ପିଅନ୍ତି, ସେମାନଙ୍କ କ୍ଷେତ୍ରରେ ଲିଭର ଡ୍ୟାମେଜ୍ ହେବାର ଆଶଙ୍କା ଅଧିକ ରହିଥାଏ । ଅଧିକାଂଶ କ୍ଷେତ୍ରରେ ଲିଭର ଡ୍ୟାମେଜର ପ୍ରାଥମିକ ଅବସ୍ଥାରେ କିଛି ଲକ୍ଷଣ ଜଣାପଡ଼ିନଥାଏ । ଲିଭର ଡ୍ୟାମେଜ ହେଲେ ଆପଣଙ୍କୁ ଦୁର୍ବଳ ଲାଗିବ, ଭୋକ ହେବନି, ଆଖି ହଳଦିଆ ଦେଖାଯିବ, କଳାଝାଡ଼ା, ରକ୍ତବାନ୍ତି ଆଦି ଲକ୍ଷଣ ଦେଖାଯାଇଥାଏ ।

Get real time updates directly on you device, subscribe now.