fbpx

ବାରମ୍ବାର କ୍ଷୀରକୁ ଫୁଟାଉଛନ୍ତି କି? ତେବେ ଜାଣନ୍ତୁ ଏହା ଦ୍ୱାରା କ’ଣ ହୋଇଥାଏ କ୍ଷତି

ଘରକୁ କ୍ଷୀର ଆସିବା ମାତ୍ରେ ତାକୁ ପ୍ରଥମେ ଫୁଟାଯାଏ ଓ ପରେ ବ୍ୟବହାର ହୋଇଥାଏ । କ୍ଷୀରରେ ଅନେକ ପ୍ରକାରର ଭିଟାମିନ, କ୍ୟାଲସିୟମ, ପ୍ରୋଟିନ୍ ଇତ୍ୟାଦି ପୁଷ୍ଟିକର ତତ୍ତ୍ୱ ମିଳିଥାଏ, ତେଣୁ ପ୍ରତିଦିନ କ୍ଷୀର ପିଇବାକୁ ପରାମର୍ଶ ଦିଆଯାଇଥାଏ । ଏହା ଶରୀରକୁ ଶକ୍ତି ପ୍ରଦାନ କରିବା ସହିତ ହାଡକୁ ମଜବୁତ କରିଥାଏ । କ୍ଷୀରକୁ ଫୁଟାଇବା ଦ୍ୱାରା ଏଥିରେ ଥିବା ସମସ୍ତ ବ୍ୟାକ୍ଟେରିଆ ମରିଯାଆନ୍ତି, ଯାହାଦ୍ୱାରା କ୍ଷୀରକୁ ଷ୍ଟୋର କରି ରଖାଯାଇପାରିବ । କିନ୍ତୁ ଅଧିକାଂଶ ଲୋକ ବାରମ୍ବାର କ୍ଷୀରକୁ ଫୁଟାନ୍ତି । ଆପଣ ଜାଣନ୍ତି କି ବାରମ୍ବାର ଫୁଟାଇବା କ୍ଷୀର ଅତ୍ୟନ୍ତ କ୍ଷତିକାରକ ହୋଇପାରେ ।

ଅନେକ ଗବେଷଣା ପରେ ଏହା ସାମ୍ନାକୁ ଆସିଛି ଯେ, କ୍ଷୀରକୁ ଦୀର୍ଘ ସମୟ ଫୁଟାଇବା କିମ୍ବା ବାରମ୍ବାର ଫୁଟାଇବା ଦ୍ୱାରା ଏଥିରେ ଥିବା ପୋଷକ ତତ୍ତ୍ୱ ଶେଷ ହୋଇଯାଏ । ଯେଉଁଥିପାଇଁ କ୍ଷୀର ପିଇବା ଦ୍ୱାରା କୌଣସି ପ୍ରକାରର ଫାଇଦା ହୁଏ ନାହିଁ ।

କ୍ଷୀର ଫୁଟାଇବାର ସଠିକ୍ ପ୍ରୋସେସ୍
ତେବେ କ୍ଷୀରକୁ ଫୁଟାଇବାବେଳେ ଏହାକୁ ଏକ ଚାମଚ ସହିତ ଘାଣ୍ଟନ୍ତୁ । କ୍ଷୀର ଫୁଟିବା ମାତ୍ରେ ଗ୍ୟାସ୍ ବନ୍ଦ କରନ୍ତୁ । ଏହି କାରଣରୁ କ୍ଷୀରର ପୋଷକ ତତ୍ତ୍ୱ ଶେଷ ହେବ ନାହିଁ । ଏହା ସହ କ୍ଷୀର ପିଇବା ପୂର୍ବରୁ କମ୍ ଖାଦ୍ୟ ଖାଆନ୍ତୁ । ଯାହାଦ୍ୱାରା ପେଟରେ କ୍ଷୀର ପାଇଁ ସ୍ଥାନ ରହିବ ଓ ହଜମ ହେବାରେ କୌଣସି ଅସୁବିଧା ହେବନାହିଁ ।

ସେହିପରି ବାଇଗଣ ବା ପିଆଜ ଖାଇବା ପରେ କେବେବି କ୍ଷୀର ପିଅନ୍ତୁ ନାହିଁ । ଏହା ଦ୍ୱାରା କିଛି ପାଶ୍ୱର୍ ପ୍ରତିକ୍ରିୟା ସୃଷ୍ଟି କରିପାରେ । ଖାଦ୍ୟ ଖାଇବାର କିଛି ସମୟ ପରେ କ୍ଷୀର ଖାଆନ୍ତୁ, ନଚେତ୍ ଏହା ହଜମ ପ୍ରକ୍ରିୟାରେ ସମସ୍ୟା ସୃଷ୍ଟି କରିପାରେ ।

Get real time updates directly on you device, subscribe now.