ଭାରତର ଜଳ, ସ୍ଥଳ, ଆକାଶ ପଥରେ ସତର୍କତା ଜାରି

ନୂଆଦିଲ୍ଲୀ: ଭାରତର ଜଳ, ସ୍ଥଳ, ଆକାଶ ପଥରେ ସତର୍କତା ଜାରି ରହିଛି। ଯେକୌଣସି ପରିସ୍ଥିତିରେ ମୁକାବିଲା ପାଇଁ ଭାରତ ପ୍ରସ୍ତୁତ ହୋଇଛି। ପାକିସ୍ତାନକୁ କଡ଼ା ଜବାବ ଦେବାକୁ ଭାରତୀୟ ସେନା ପ୍ରସ୍ତୁତ ରହିଛି।

ଅପରେସନ ‘ସିନ୍ଦୂର’ ପରେ ୩ ପଥରେ ସତର୍କତା ଜାରି ରହିଛି। ଆରବ ସାଗରେ ଭାରତର ଯୁଦ୍ଧ ଜାହାଜ ମୁତୟନ ଅଛି। ସୀମାରେ ପରମାଣୁ ଆକ୍ରମଣକୁ ମଧ୍ୟ ପଣ୍ଡ କରିବାକୁ ପ୍ରସ୍ତୁତ ରହିଛନ୍ତି ଭାରତୀୟ ସେନା।

ଏଥିସହ ସୀମାରେ ପାକିସ୍ତାନୀ ସୈନିକଙ୍କର ଗୁଳିମାଡ଼ ଜାରି ରହିଛି। କୁପୱାଡାରେ ପାକ ସେନାର ଗୁଳିବର୍ଷା। ବିଳମ୍ବିତ ରାତିରେ ଗୁଳିମାଡ଼ କରୁଛି ପାକିସ୍ତାନ। ଏହାର ମୁହଁତୋଡ଼ ଜବାବ ଦେଇଛନ୍ତି ଭାରତୀୟ ଯବାନ।