fbpx

(Video)ଆଲିଆ ଭଟ୍ଟଙ୍କୁ ସାଉଦି ଆରବରେ ମିଳିଲା ବଡ ଆୱାର୍ଡ, ପାରମ୍ପାରିକ ବେଶରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କଲେ

ମୁମ୍ବାଇ: ଆଲିଆ ଭଟ୍ଟ ବଲିଉଡର ସବୁଠାରୁ ଦକ୍ଷ ଅଭିନେତ୍ରୀଙ୍କ ମଧ୍ୟରେ ଜଣେ । ଗତବର୍ଷ ଆଲିଆଙ୍କୁ ଫିଲ୍ମ ‘ଗଙ୍ଗୁବାଇ କାଠିଆବାଡି’ ଲାଗି ରାଷ୍ଟ୍ରୀୟ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା ଓ ଏବେ ପୁଣି ତାଙ୍କୁ ସାଉଦି ଆରବର ଏକ ଇଭେଣ୍ଟରେ ଆୱାର୍ଡରେ ସମ୍ମାନିତ କରାଯାଇଛି ।
ସୋସିଆଲ ମିଡିଆରେ ଏବେ ଆଲିଆଙ୍କ ଭିଡିଓ ଓ ଫଟୋ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ସେ ଆୱାର୍ଡ ସହ ନଜର ଆସିଛନ୍ତି । ଏହି ଆୱାର୍ଡ ଫଙ୍କସନରେ ଆଲିଆ ନିଜ ଲୁକ୍‌ରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

 

View this post on Instagram

 

A post shared by Planet Alia Bhatt (@planetaliabhatt)

ଜୟ ଆୱାର୍ଡ ୨୦୨୪ ଇଭେଣ୍ଟରେ ବଲିଉଡ୍‌ର ୟଙ୍ଗ ଓ ଟ୍ୟାଲେଣ୍ଟେଡ୍ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କୁ ସମ୍ମାନଜନକ ଏଣ୍ଟରଟେନମେଣ୍ଟ ମେକର୍ସ ଆୱାର୍ଡରେ ସମ୍ମାନୀତ କରାଯାଇଛି । ଏହି ଇଭେଣ୍ଟର ବହୁ ଭିଡିଓ ଓ ଫଟୋ ଇଣ୍ଟରନେଟ୍‌ରେ ଭାଇରାଲ ହେଉଛି । ଆୱାର୍ଡ ପାଇବା ପରେ ଆଲିଆ ଷ୍ଟେଜ୍‌ରେ ନିଜ ଖୁସୀ ବ୍ୟକ୍ତ କରିଛନ୍ତି । ସୋସିଆଲ ମିଡିଆରେ ଅଭିନେତ୍ରୀଙ୍କ ବକ୍ତବ୍ୟର ଭିଡିଓ ଜୋରଦାର ଭାଇରାଲ ହେଉଛି । ୟୁଜର୍ସ ଅଭିନେତ୍ରୀଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି ।

ଆୱାର୍ଡ ଶୋ’ରେ ଆଲିଆ ମେରୁନ୍ ଓ ବ୍ଲୁ କଲର ଶାଢୀରେ ନଜର ଆସିଛନ୍ତି । ଅଫ୍ ସୋଲ୍ଡର ବ୍ଲାଉଜ୍ ସହିତ ଅଜରଖ ପ୍ରିଣ୍ଟ ଶାଢୀ ପିନ୍ଧିଛନ୍ତି । କେଶକୁ ଅଧାଖୋଲା ରଖିବା ସହ ଇୟରରିଙ୍ଗ ପିନ୍ଧିଛନ୍ତି । ଆଲିଆ ଏତେ ଷ୍ଟାଇଲିସ୍ ଢଙ୍ଗରେ ଶାଢୀ ପିନ୍ଧିଛନ୍ତି କି ସମସ୍ତଙ୍କ ଦୃଷ୍ଟି ତାଙ୍କ ଉପରେ ନିବଦ୍ଧ ହୋଇଛି । ଟ୍ରାଡିସନାଲ ଆଉଟଫିଟ୍ ଓ ସିମ୍ପଲ ଲୁକ୍‌ରେ ଆଲିଆ ସମସ୍ତଙ୍କ ହୃଦୟ କିଣି ନେଇଛନ୍ତି ।

ୱାର୍କପ୍ରଣ୍ଟ ଦୃଷ୍ଟିରୁ ଦେଖିଲେ ଆଲିଆଙ୍କୁ କରଣ ଜୋହରଙ୍କ ‘ରକି ଓ ରାନୀ କି ପ୍ରେମ କାହାଣୀ’ ଫିଲ୍ମ ଲାଗି ଫିଲ୍ମଫେୟାର ଆୱାର୍ଡ ୨୦୨୪ ନିମନ୍ତେ ନାମାଙ୍କିତ କରାଯାଇଛି । ତାଙ୍କୁ ଏହି ଫିଲ୍ମରେ ବେଷ୍ଟ ଆକ୍ଟ୍ରେସ୍ ଭାବରେ ନାମାଙ୍କିତ କରାଯାଇଛି ।

Get real time updates directly on you device, subscribe now.