fbpx
BJD SKY
BJD SKY

ଆମେରିକା ବିଦ୍ୟାଳୟରେ ପଢ଼ାଯିବ ହିନ୍ଦୀ ଭାଷା

BJD

ନୂଆଦିଲ୍ଲୀ: ଏଣିକି ଆମେରିକା ବିଦ୍ୟାଳୟ ପାଠ୍ୟକ୍ରମରେ ହିନ୍ଦୀକୁ ବିଶ୍ୱ ଭାଷା ଭାବେ ସାମିଲ କରାଯାଇଛି । ସିଲିକନ୍ ଭ୍ୟାଲିର ୨ଟି ସରକାରୀ ବିଦ୍ୟାଳୟରେ ହିନ୍ଦୀ ଶିକ୍ଷା ଦିଆଯିବ । ଚଳିତ ବର୍ଷ ଅଗଷ୍ଟ ମାସରୁ ହିନ୍ଦୀ ଭାଷାରେ ପାଠପଢ଼ା ହେବ । ହିନ୍ଦୀକୁ ବିକଳ୍ପ ବିଷୟ ରୂପେ ସାମିଲ କରିବା ପରେ ଆମେରିକାରେ ଥିବା ଭାରତୀୟ ସମୁଦାୟ ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ।

କାଲିଫର୍ଣ୍ଣିଆରେ ଫ୍ରେମାଣ୍ଟ ନାମକ ଏକ ସଂସ୍ଥା ରହିଛି ଯେଉଁଠି ଭାରତୀୟ- ଆମେରିକୀୟଙ୍କ ସଂଖ୍ୟା ଅଧିକ । ଏଠାରେ ଥିବା ଭାରତୀୟ ବଂଶୋଦ୍ଭବ ସ୍କୁଲରେ ହିନ୍ଦୀ ଶିକ୍ଷା ପାଇଁ ଦୀର୍ଘ ଦିନରୁ ଦାବି ହୋଇ ଆସୁଥିଲା । ଫଳସ୍ପରୂପ ଫ୍ରେମାଣ୍ଟ ୟୁନିଫାଇଡ୍ ସ୍କୁଲ ଡିଷ୍ଟ୍ରିକ୍ଟ ବୋର୍ଡ଼ ପାଇଲଟ୍ ପ୍ରୋଗ୍ରାମରେ ହିନ୍ଦୀକୁ ବିଶ୍ୱ ବିକଳ୍ପ ଭାଷା ଭାବରେ ସାମିଲ କରିଛନ୍ତି । ଜାନୁଆରୀ ୧୭ରେ ବିଦ୍ୟାଳୟରେ ହିନ୍ଦୀ ଶିକ୍ଷା ପାଇଁ ଏକ ପ୍ରସ୍ତାବ ପାରିତ କରାଯାଇଥିଲା । ତେବେ ହାର୍ନର ମିଡ଼ିଲ ସ୍କୁଲ ଏବଂ ଇରାୱିଙ୍ଗଟନ୍ ହାଇସ୍କୁଲ ପାଠ୍ୟକ୍ରମରେ ହିନ୍ଦୀ ଭାଷାକୁ ସାମିଲ କରାଯାଇଛି । ହାର୍ନର ମିଡ଼ିଲ ସ୍କୁଲ ଏବଂ ଇରାୱିଙ୍ଗଟନ୍ ହାଇସ୍କୁଲରେ ୬୫% ଶିକ୍ଷାର୍ଥୀ ଭାରତୀୟ- ଆମେରିକୀୟ । ତେଣୁ ଛାତ୍ରଛାତ୍ରୀଙ୍କ କଲ୍ୟାଣ ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଥିବା ବିଦ୍ୟାଳୟ ବୋର୍ଡ଼ ସଦସ୍ୟ ଏକ ପ୍ରେସ୍ ବିଜ୍ଞପ୍ତିରେ କହିଛନ୍ତି ।

Get real time updates directly on you device, subscribe now.