fbpx

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ ପୂରା ଦିନ ଛୁଟି ଘୋଷଣା କଲେ ହିମାଚଳ ପ୍ରଦେଶ ସରକାର

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶର କଂଗ୍ରେସ ସରକାର ରାମ ମନ୍ଦିର ପୂଜନ ଉତ୍ସବ ପାଳନ ପାଇଁ ସୋମବାର ସମଗ୍ର ରାଜ୍ୟରେ ଛୁଟି ଘୋଷଣା କରିଛନ୍ତି । ରାଜ୍ୟ ସରକାର ରବିବାର ଏକ ବିବୃତିରେ କହିଛନ୍ତି ଯେ ଅଯୋଧ୍ୟାରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଳନ କରିବା ପାଇଁ ହିମାଚଳ ପ୍ରଦେଶ ସରକାରଙ୍କ ସମସ୍ତ ବିଭାଗ, ବୋର୍ଡ, ନିଗମ, ବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ ଇତ୍ୟାଦି ଜାନୁଆରୀ ୨୨ କୁ ସରକାରୀ ଛୁଟି ଘୋଷଣା କରିଛନ୍ତି ।

ଖାଲି ସେତିକି ନୁହେଁ, ରାଜ୍ୟ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ କହିଛନ୍ତି, ଆସନ୍ତାକାଲି ହେଉଛି ପବିତ୍ର ଦିବସ। ରାମ କୌଣସି ଗୋଟିଏ ଦଳର ନୁହଁନ୍ତି । ରାମ ହେଉଛନ୍ତି ଆମ ସମସ୍ତଙ୍କର, ଭାରତବାସୀଙ୍କ ଆଦର୍ଶ।

ମୁଁ ବିଶ୍ୱାସ କରୁଛି ଯେ କେନ୍ଦ୍ର ସରକାର ଅଧା ଦିନଛୁଟି ଦେଇଛନ୍ତି। ଆସନ୍ତାକାଲି ପାଇଁ ଆମେ ପୂରା ଦିନ ଛୁଟି ଘୋଷଣା କରୁଛୁ। ସୁଖୁ କହିଛନ୍ତି, ଆମେ ସମସ୍ତ ହିମାଚଳବାସୀଙ୍କୁ ଅନୁରୋଧ କରିବୁ ଯେ ସେମାନେ ନିଜ ଘରେ ଦୀପ ଜଳାନ୍ତୁ।

Get real time updates directly on you device, subscribe now.