fbpx

ଆଲିଆ ଆସୁଛନ୍ତି ନୂଆ ରୂପରେ ନୂଆ ସିନେମାରେ, ଅଭିନେତ୍ରୀ ଦେଲେ ବଡ ବୟାନ

Advertisement

ଓଡିଶା ଭାସ୍କର: ଯଦି ଆପଣ ବଲିଉଡ ଚୁଲବୁଲି ଆଲିଆଙ୍କ ଫ୍ୟାନ୍ସ ଦେବେ ଆପଣଙ୍କ ପାଇଁ ଖୁସି ଖବର । ଅଭିନେତ୍ରୀ ଆଲିଆ ଭଟ୍ଟ ୟଶରାଜ ଫିଲ୍ମସର ଆକ୍ସନ ଓ ଥ୍ରୀଲର ସିନେମାରେ ଫିମେଲ ଲିଡରୋଲ ଭାବରେ ସ୍ପାଇ ୟୁନିଭର୍ସର ସିନେମାରେ ନଜର ଆସିବେ । ଯାହାର ସୁଟିଂ ମଧ୍ୟ ଶୀଘ୍ର ହିଁ ଆରମ୍ଭ ହେବ ବୋଲି ସେ କହିଛନ୍ତି । ଏହି ସ୍ପାଇ ଫିଲ୍ମରେ ଆଲିଆ ଓ ବବି ଦେଓଲ ପରସ୍ପରର ଆମ୍ନାସାମ୍ନା କରିବେ ।

ଖବରମୁତାବକ, YRFର ଫିମେଲ ସ୍ପାଇ ୟୁନିଭର୍ସର ଏହି ସିନେମା ମୁମ୍ବାଇରେ ୧୫ ଜୁଲାଇରୁ ଆରମ୍ଭ ହେବ । ସିନେମାର ସେଟ ଏବେ ତିଆରି ଚାଲିଛି । ମୁମ୍ବାଇରେ ସିନେମାର ସୁଟିଂ ପରେ ସିନେମା ଟିମ କାଶ୍ମୀର ଯିବ । ସେଠାରେ ମଧ୍ୟ ସିନେମାର କେତେକ ଜରୁରୀ ଆକ୍ସନ ସଟର ସୁଟିଂ ହେବ ।
ଏହାବାଦ ବିଦେଶରେ ମଧ୍ୟ ଏହାର କେତେକ ଦୃଶ୍ୟର ସୁଟ ହବାର ଯୋଜନା ରହିଛି । ଯାହା ଡିସେମ୍ବରରେ ଆରମ୍ଭ ହେବାକୁ ଯାଉଛି । ସିନେମାରେ ଉଭୟ ଆଲିଆ ଓ ଶରୱରୀ ବାଘ ଦେଶର ଶତ୍ରୁମାନଙ୍କ ସହ ଲଢୁଥିବାର ଦେଖିବାକୁ ମିଳିବ । ଆଦିତ୍ୟ ଚୋପଡାଙ୍କ ପ୍ରଡକ୍ସନ ହାଉସରେ ନିର୍ମିତ ହେବାକୁ ଥିବା ଏହା ୮ ନମ୍ବର ସିନେମା ହେବ । ୟଶରାଜ ପୂର୍ବରୁ ଏହି ପ୍ରଡକ୍ସନ ହାଉସ ସହ ‘ଟାଇଗର’, ‘ଟାଇଗର ଜିନ୍ଦା ହୈ’, ‘ୱାର’ ତଥା ‘ପଠାନ’ ଭଳି ସିନେମା ତିଆରି କରିଛି । କହିରଖୁ, ଏହି ସବୁ ସ୍ପାଇ ସିନେମାରେ ଅଭିନେତା ହିଁ ଲିଡ ରୋଲରେ ନଜର ଆସୁଥିଲେ, ମାତ୍ର ଏ ସିନେମାରେ ଅଭିନେତ୍ରୀ ଆଲିଆ ଲିଡ ରୋଲରେ ଧୂମ୍ ମଚାଇବେ ।

‘ଦ ରେଳୱେ ମ୍ୟାନ’ ଫେମ୍ ଶିବ ରବୈଲ ଏହି ସିନେମାର ନିର୍ଦ୍ଦେଶନା ଦେବେ । ଏହାର କାହାଣୀ ୨୦୨୦ ରୁ ୨୦୨୪ ମସିହା ଭିତରେ ରହିବ । ଏଥିରେ ଅନ୍ତର୍ଜାତୀୟ ରାଜନୀତି ଓ ଅନେକ ସମସ୍ୟା ଦୃଷ୍ଟିଗୋଚର ହେବକାୁ ଯାଉଛି । ଏହି ସିନେମାରେ ଆକ୍ସନ ଡାଇରେକ୍ଟର ‘କେସି ଓ ନୀଳ’ କୋରିଓଗ୍ରାଫି କରିବେ ।

Get real time updates directly on you device, subscribe now.