fbpx

ଗୁଜରାଟ ଦଙ୍ଗା: ନାରୋଡା ଗ୍ରାମ ଗଣହତ୍ୟା ମାମଲାରେ ମାୟା କୋଡନାନୀଙ୍କ ସମେତ ସମସ୍ତ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

ନୂଆଦିଲ୍ଲୀ: ଗୁଜରାଟ ଦଙ୍ଗାରେ ନାରୋଡା ଗ୍ରାମରେ ହୋଇଥିବା ହତ୍ୟା ମାମଲାରେ ସମସ୍ତ ଅଭିଯୁକ୍ତଙ୍କୁ ନିର୍ଦୋରେ ଖଲାସ ହୋଇଛନ୍ତି । ଅହମ୍ମଦାବାଦର ସ୍ପେସାଲ୍ କୋର୍ଟ ଏହି ମାମଲାରେ ଶୁଣାଣି ଚାଲିଥିଲା । ଏହି ମାମଲାରେ ଏହି ମାମଲାରେ ବାବୁ ବଜରଙ୍ଗୀ ଏବଂ ମାୟା କୋଡନାନୀ ମଧ୍ୟ ଅଭିଯୁକ୍ତ ଥିଲେ । ମାୟା କୋଡନାନି ଗୁଜରାଟ ସରକାରରେ ପୁର୍ବରୁ ମନ୍ତ୍ରୀ ରହିଥିଲେ ।

ବହୁ ଚର୍ଚ୍ଚିତ ଏହି ଘଟଣାରେ ୧୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଥିଲେ । ଗୃହମନ୍ତ୍ରୀ ଅମିତ ଶାହା ୨୦୧୭ ରେ ଶ୍ରୀମତୀ କୋଡନାନୀଙ୍କ ପ୍ରତିରକ୍ଷା ସାକ୍ଷୀ ଭାବରେ ହାଜର ହୋଇଥିଲେ । ବର୍ତ୍ତମାନ ଏହି ମାମଲାରେ ସମସ୍ତ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି ।

ନାରୋଡା ପାଟିଆ ଦଙ୍ଗା ମାମଲାରେ ମଧ୍ୟ ମାୟା କୋଡନାନି ଦୋଷୀ ସାବ୍ୟସ୍ତ ହୋଇଥିଲେ ଯେଉଁଥିରେ ୯୭ ଜଣଙ୍କର ମୃତ୍ୟୁ ଘଟିଥିଲା ଏବଂ ତାଙ୍କୁ ୨୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା । ପରେ ଗୁଜୁରାଟ ହାଇକୋର୍ଟରୁ ତାଙ୍କୁ ଆଶ୍ୱସ୍ତି ମିଳିଥିଲା ।

ତେବେ ଏହି ଘଟଣାର ୬ ବର୍ଷ ପରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଏହି ଘଟଣାର ତଦନ୍ତ ୨୦୦୯ରୁ ଏସ୍‌ଆଇଟି କରୁଥିଲା । ଏହି ମାମଲାରେ ୧୮୭ ଜଣଙ୍କୁ ଏସ୍‌ଆଇଟି ପଚରା ଉଚରା କରିଛି । ଏହା ସହିତ ୫୭ ଜଣଙ୍କର ବୟାନ ମଧ୍ୟ ରେକର୍ଡ କରାଯାଇଥିଲା । ଗଲା ୧୩ ବର୍ଷ ଧରି ଏହି ମାମଲାରେ ଶୁନାଣି ଚାଲିଥିଲା ।

Get real time updates directly on you device, subscribe now.