ଚାରିଆଡେ ବ୍ୟାପିଲାଣି ହଇଜା, 2 ସପ୍ତାହ ବନ୍ଦ ରହିବ ସବୁ ହୋଟେଲ, ଫାଷ୍ଟଫୁଡ ଦୋକାନ

ଯାଜପୁର ବ୍ୟାସନଗର ପୌରପାଳିକାରେ କଟକଣା । ହଇଜା ସଂକ୍ରମଣକୁ ନିୟନ୍ତ୍ରଣ ପାଇଁ ନିଆଗଲା ପଦକ୍ଷେପ । 2 ସପ୍ତହ ପାଇଁ ସବୁ ହୋଟେଲ, ଫାଷ୍ଟଫୁଡ ବନ୍ଦ ପାଇଁ ଦିଆଗଲା ନିର୍ଦ୍ଦେଶ ।

ଯାଜପୁର: ବ୍ୟାସନଗର ପୌରପାଳିକାରେ କଟକଣା । ହଇଜା ସଂକ୍ରମଣକୁ ନିୟନ୍ତ୍ରଣ ପାଇଁ ନିଆଗଲା ପଦକ୍ଷେପ । 2 ସପ୍ତହ ପାଇଁ ସବୁ ହୋଟେଲ, ଫାଷ୍ଟଫୁଡ ବନ୍ଦ ପାଇଁ ଦିଆଗଲା ନିର୍ଦ୍ଦେଶ ।

ଜଳଖିଆ, ମିଠା ଦୋକାନ, ଚାଟ୍, ଗୁପଚୁପ ଦୋକାନ, ପାଣି ପାଉଚ କାରଖାନା, ଆଇସକ୍ରିମ କାରଖାନା, ମାଛ, ମାଂସ ଦୋକାନ, ଢାବା ବନ୍ଦ ରଖିବାକୁ ନିର୍ଦ୍ଦେଶ । ପ୍ରଶାସନର ବିନା ଅନୁମତିରେ ଦୋକାନ ଖୋଲିଲେ ହେବ କାର୍ଯ୍ୟାନୁଷ୍ଠାନ । ବାହାର ଖାଦ୍ୟ ନଖାଇବାକୁ ଲୋକଙ୍କୁ ପରାମର୍ଶ ।

ସେହିପରି ବିବାହ, ବ୍ରତଘର, ଜନ୍ମଦିନ ତଥା ସମୂହ ଭୋଜିକୁ ବର୍ଜନ କରିବାକୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି। ତେବେ ଯଦି କେହି ବିନା ଅନୁମତିରେ ଦୋକାନ ଖୋଲିଲେ ତେବେ ଆଇନ୍ ଅନୁଯାୟୀ ଦଣ୍ଡିତ ହେବେ। ରାଜ୍ୟ ସ୍ୱାସ୍ଥ୍ୟ,ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗଙ୍କ ଯାଜପୁର ଜିଲ୍ଲା ଗସ୍ତ କରି ସ୍ଥିତିର ସମୀକ୍ଷା କରିଥିଲେ। ସେହିପରି 14 ଜଣିଆ କେନ୍ଦ୍ରୀୟ ପ୍ରତିନିଧି ଦଳ ଯାଜପୁରରେ ପହଞ୍ଚି ଏହାର କାରଣ ଓ ନିରାକରଣ ଦିଗରେ ଅନୁସନ୍ଧାନ ଜାରି ରଖିଛନ୍ତି। ଏହାସହିତ 2 ସପ୍ତାହ ଯାଏ ସମସ୍ତ ଦୋକାନ ବଜାର ବନ୍ଦ କରିବା ପାଇଁ ନିଷ୍ପତି ହୋଇଛି।