ଛୁଟିରେ ସବୁ OAS ଅଫିସର, କାର୍ଯ୍ୟାଳୟ ଫାଙ୍କା, ଚୌକି ପଡ଼ିଛି ଖାଲି

ଭୁବନେଶ୍ୱର: ଛୁଟିରେ ଓଏଏସ ଅଫିସର । ସରକାରୀ କାର୍ଯ୍ୟାଳୟ ସବୁ ଖାଲି ପଡ଼ିଥିବା କାରଣରୁ ଅନାସ୍ଥା ଭୋଟ ହୋଇପାରି ନ ଥିବା ସୂଚନା ।

ପଡ଼ିଆ ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଗୋଟ ହେବାର ଥିବାବେଳେ ତାହା ହୋଇ ପାରି ନ ଥିବା ସୂଚନା ।

ଅନାସ୍ତା ପ୍ରସ୍ତାବରେ ଆଜି ହୋଇଥାଆନ୍ତା ଭୋଟିଂ । ଅତିରିକ୍ତ କମିଶନରଙ୍କୁ ମାଡ଼ ଘଟଣାରେ ମସୂହ ଛୁଟିରେ ଅଫିସର ରହିଥିବା ସୂଚନା ।

ସେପଟେ ବାଲେଶ୍ୱର, ସମ୍ବଲପୁର ଓ କେନ୍ଦ୍ରାପେଡ଼ାରେ ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ମିଳିଛି । ଓଏଏସ୍ ଅଫିସରମାନେ କାର୍ଯ୍ୟାଳୟକୁ ଆସି ନ ଥିବାବେଳେ ସେମାନଙ୍କ ଚାମ୍ବର ଖାଲି ପଡ଼ିଛି । ଅନ୍ୟ କର୍ମଚାରୀମାନେ ଅଫିସରେ ଥିବାବେଳେ ଅଫିସରଙ୍କ ଚୌକି ଖାଲି ପଡ଼ିଛି ।

ବିଏମସି କାର୍ଯ୍ୟାଳୟରେ ଅଫିସରଙ୍କୁ ମାଡ଼ ମାରିବାକୁ ବିରୋଧ କରି ଓଏଏସ୍ ସଂଘ ପକ୍ଷରୁ ସାମୂହିକ ଛୁଟି ନେଇଥିବା ସୂଚନା । ଆଜି ସରକାରଙ୍କ ସହ ଓଏଏସ୍ ସଂଘ ପକ୍ଷରୁ କରାଯିବ ଆଲୋଚନା ।