fbpx

ବିଧାନସଭାର ମୌସୁମୀ ଅଧିବେଶନ ପ୍ରସ୍ତୁତି : ୨୭ରେ ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି

Advertisement

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌): ଚଳିତମାସ ୨୭ ତାରିଖରେ ଅନୁଷ୍ଠିତ ହେବ ସର୍ବଦଳୀୟ ବୈଠକ । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଏହି ବୈଠକ ଡାକିଛନ୍ତି । ସେପ୍ଟେମ୍ବର ପହିଲାରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଥିବାରୁ ଏହାକୁ ଶୃଙ୍ଖଳିତ ଭାବେ ସମାପନ ପାଇଁ ବାଚସ୍ପତି ଏହି ସର୍ବଦଳୀୟ ବୈଠକ ଡାକିଛନ୍ତି । ଚଳିତ ଥର ମଧ୍ୟ କରୋନା ଗାଇଡଲାଇନ୍‌ ମଧ୍ୟରେ ଗୃହ ପରିଚାଳିତ ହେବ ।

ବିଧାନସଭା ସଚିବାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଷୋଡ଼ଶ ବିଧାନସଭାର ସପ୍ତଦଶ ଅଧିବେଶନ ଆସନ୍ତା ସେପ୍ଟେମ୍ବର ୧ରୁ ଆରମ୍ଭ ହୋଇ ୯ତାରିଖ ପର୍ଯ୍ୟନ୍ତ ଚାଲିବ । ସେପ୍ଟେମ୍ବର ୩ ତାରିଖକୁ ପ୍ରାଇଭେଟ୍‌ ମେମ୍ବର୍ସ ବିଜିନେସ୍‌ ପାଇଁ ରଖାଯାଇଥିବା ବେଳେ ଅନ୍ୟ ସମସ୍ତ ଦିନ ଗୁଡ଼ିକ ଅଫିସିଆଲ କାର୍ଯ୍ୟ ଦିବସ ରହିଛି । ୫ ତାରିଖ ରବିବାର ପଡ଼ୁଥିବାରୁ ସେ ଦିନ ଛୁଟି ରହିବ ।

Get real time updates directly on you device, subscribe now.