ଆଲୋକର ପର୍ବ ୪ ରାଶିର ଲୋକଙ୍କ ପାଇଁ ଆଣୁଛି ବହୁ ଉନ୍ନତି, ସୁଖ, ଶାନ୍ତିରେ ଭରିଯିବ ଜୀବନ

ଓଡିଶା ଭାସ୍କର: ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟଙ୍କୁ ଆତ୍ମା କାରକ ଗ୍ରହ କୁହାଯିବା ବେଳେ ଚନ୍ଦ୍ରଙ୍କୁ ମନ କାରକ କୁହାଯାଏ । ଦୁଇ ଗ୍ରହଙ୍କର ବ୍ୟକ୍ତିର ଜୀବନ ଉପରେ ବହୁ ପ୍ରଭାବ ରହିଛି । ଆସନ୍ତା ୩୧ ବା ଦୀପାବଳିରେ ଏହି ଦୁଇ ଗ୍ରହଙ୍କୁ ନେଇ ଆସୁଛି ଦୁର୍ଲଭ ଯୋଗ । ଏହାର ଶୁଭ ଫଳ ରାଶିଚକ୍ର ଉପରେ ପଡିବ । ଏମାନଙ୍କ କ୍ୟାରିୟରରେ ହେବ ବହୁ ଉନ୍ନତି, ପାରିବାରିକ ଜୀବନ ସୁଖ, ଶାନ୍ତିରେ ଭରିଯିବ । ତେବେ କେଉଁ ରାଶି ଏହି ମହାଯୋଗରେ ନେବେ ଫାଇଦା ଆସନ୍ତୁ ଜାଣିବା ।

ମିଥୁନ- ଦୀପାବଳି ପରେ ମିଥୁନ ରାଶିର ଲୋକଙ୍କ ଜୀବନରେ ସବୁକିଛି ଭଲ ହେବ । ମାନସିକ ରୂପେ ନିଜକୁ ସଶକ୍ତ ଅନୁଭବ କରିବେ । ଅଧ୍ୟୟନ ଓ ଅଧ୍ୟାପନ କରୁଥିବା ଲୋକଙ୍କୁ ମନ ମୁତାବକ ଫଳ ପ୍ରାପ୍ତି ହେବ । କର୍ମକ୍ଷେତ୍ରରେ ସମସ୍ତ ପ୍ରଶଂସା କରିବେ । ପ୍ରେମ ସମ୍ବନ୍ଧରେ ମଧ୍ୟ ବହୁ ଭଲ ହେବ । ପତ୍ନୀ ବା ପ୍ରେମିକାଙ୍କ ସହ ସମସ୍ତ ଭୁଲ ବୁଝାମଣା ଦୂର ହୋଇ ଦାମ୍ପତ୍ୟ ଖୁସୀମୟ ହେବ ।

କର୍କଟ- ପାରିବାରିକ ମହଲରେ ସକାରାତ୍ମକ ଉର୍ଜା ଭରିଯିବ । ଯେକୌଣସି ମନାନ୍ତର, ମତାନ୍ତର ଦୂର ହୋଇଯିବ । କ୍ୟାରିୟରରେ ବହୁ ଉନ୍ନତିର ଯୋଗ ରହିଛି । କର୍ମ କ୍ଷେତ୍ରରେ ବହୁ ସୁଯୋଗ ସୃଷ୍ଟି ହେବ, ପଦୋନ୍ନତିର ଯୋଗ ରହିଛି । ନୂଆ ଚାକିରି ମଧ୍ୟ ମିଳିବାର ବହୁ ଯୋଗ ରହିଛି ।

ଧନୁ ରାଶି- ଦୀପାବଳି ପରେ ଏମାନଙ୍କୁ ଧନଲାଭର ଯୋଗ ରହିଛି । ଆପଣଙ୍କ ଶକ୍ତିରେ ମଧ୍ୟ ବୃଦ୍ଧି ଘଟିବ । କ୍ୟାରିୟରରେ ଉନ୍ନ୍ିର ସମ୍ଭବନା ରହିଛି । ପରିବାରରେ ସୁଖ, ସମୃଦ୍ଧି ବାରାଜ କରିବ । ପରିବାରରେ ଭାଇ, ଭଉଣୀଙ୍କ ସହ ଥିବା ମନମାଳିନ୍ୟ ଦୂର ହୋଇଯିବ । ମାନସିକ ଶାନ୍ତି ମିଳିବ ।

ମକର- ମକର ରାଶିର ଲୋକଙ୍କ ବାଣିଜ୍ୟ, ବ୍ୟବସାୟରେ ବହୁ ବିକାଶର ଯୋଗ ରହିଛି । ବ୍ୟବସାୟରେ ବହୁ ଲାଭ ହେବ । ନିଜ ଯୋଗ୍ୟତା ମୁତାବକ ସଠିକ କ୍ଷେତ୍ରରେ କାମ ମିଳିବାର ଯୋଗ ରହିଛି ।