fbpx

Disney+ Hotstar ଦେଲା ୟୁଜର୍ସଙ୍କୁ ବଡ ଝଟକା, ଆଇପିଏଲ ପରେ ଏବେ ଦେଖାଇବନି ଏହି ସମସ୍ତ ଶୋ

ନୂଆଦିଲ୍ଲୀ: Disney+ Hotstar ୟୁଜର୍ସ ମାନଙ୍କୁ ଏକ ବଡ ଝଟକା ଦେଇଥିବା କଥା ସାମ୍ନାକୁ ଆସିଛି । ଓଟିଟି ପ୍ଲାଟଫର୍ମରେ ଆପଣଙ୍କୁ ୩୧ ମାର୍ଚ୍ଚରେ ଏଚବିଓର କଣ୍ଟେଣ୍ଟ ଦେଖାଇବ ନାହିଁ । ଏହାର ସୂଚନା କମ୍ପାନୀ ନିଜେ ଟ୍ୱିଟ ହ୍ୟାଣ୍ଡେଲ ମାଧ୍ୟମରେ ଜଣାଇଛି । Disney+ Hotstar ର ଏହି ନିଷ୍ପତ୍ତି ୟୁଜର୍ସ ମାନଙ୍କୁ ପସନ୍ଦ ଆସୁନାହିଁ । କାରଣ ଏହାପରେ ଆପଣ କିଛି ପପୁଲାର ଶୋ କୁ ଏହି ପ୍ଲାଟଫର୍ମରେ ଦେଖିପାରିବେ ନାହିଁ । ଏଚବିଓର ଏହି ପପୁଲାର ଶୋ Disney+ Hotstar ର ଏକ ଅଂଶ ଅଟେ । ଏଥିରେ The Last of Us, Succession, Game of Thrones, House of the Dragon, The Wire, The Sopranos, Silicon Valley  ଶୋ ଅନ୍ତର୍ଭୁକ୍ତ ଅଛି । ଶେଷରେ ଆସିଥିବା The Last Of Us ଶୋ ବହୁତ ଲୋକପ୍ରିୟ ଥିଲା ।

ଏଚବିଓର ପପୁଲାର ଶୋ ଏବଂ ଆଇପିଏଲର କ୍ରିକେଟ ଟୁର୍ଣ୍ଣାମେଣ୍ଟ କାରଣରୁ Disney+ Hotstar ଭାରତରେ ଏହା ବେସ ଲୋକପ୍ରିୟ ହୋଇଥିଲା । କିନ୍ତୁ ଏହି ପ୍ଲାର୍ଟଫର୍ମରେ ବର୍ତ୍ତମାନ ଆଇପିଏଲ ଦେଖାଇବନି କି ଏଚବିଓ ଶୋ ମଧ୍ୟ ଦେଖାଇବନି । ୟୁଜର୍ସମାନେ ଡିଜନୀ ପ୍ଲସ ହଟଷ୍ଟାରର ଏହି ନିଷ୍ପତ୍ତିକୁ ନେଇ ଖୁବ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହାର ପ୍ରଭାବ କମ୍ପାନୀ ସବସ୍କ୍ରିପସନ୍ ବେସରେ ଚାଲିଛି । Disney+ Hotstar ର ପ୍ରିମିୟମ ସବସ୍କ୍ରିପ୍ସନ ୧୪୯୯ ଟଙ୍କାରେ ଆସୁଛି ।

ଆଇପିଏଲ ମ୍ୟାଚ୍ ଏବଂ ଏଚବିଓ କଣ୍ଟେଣ୍ଟ ନ ହେବାର କାରଣ ବୋଧ ହୁଏ ୟୁଜର୍ସ ମାନଙ୍କୁ ଏହି ମୂଲ୍ୟ ଉପରେ ସବସ୍କ୍ରିପସନ ପସନ୍ଦ ଆସୁନାହିଁ । ଆଇପିଏଲ ରାଇଟ୍ସ ବର୍ତ୍ତମାନ Viacom ପାଖରେ ଅଛି । ଜିଓ ସିନେମାରେ ଫିଫା ୱାର୍ଲଡ କପ୍ ମଧ୍ୟ ପ୍ରସାରଣ ହେବ । ଏକ ଟ୍ୱିଟରେ Disney+ Hotstar କହିଛି ଯେ, ୩୧ ମାର୍ଚ୍ଚରୁ ଏଚବିଓର କଣ୍ଟେଣ୍ଟ Disney+ Hotstar ରେ ଉପଲବ୍ଧ ହେବ ନାହିଁ । ଆପଣ Disney+ Hotstar ଉପରେ ଅନ୍ୟନ୍ୟ କଣ୍ଟେଣ୍ଟ ଦେଖିପାରିବେ । ଏଥିରେ ଏକ ଲକ୍ଷରୁ ଅଧିକ ସମୟ ଟିଭି ଶୋ ଏବଂ ମୁଭିଜ୍, ୧୦ଟି ଭାଷାରେ ଉବଲବ୍ଧ ରହିଛି । ଏହା ଉପରେ ବହୁ ଗୁଡିଏ ଗ୍ଲୋବାଲ ସ୍ପୋର୍ଟସ ଇଭେଣ୍ଟ ମଧ୍ୟ ଦେଖିବାକୁ ମିଳିବ ।

Get real time updates directly on you device, subscribe now.