ଆସୁଛି 6 ଷ୍ଟ୍ରୋକ ଇଞ୍ଜିନ ବାଇକ; 1 ଲିଟର ପେଟ୍ରୋଲରେ 176 ମାଇଲେଜ୍, Teslaକୁ ଦେବ ମାତ୍

୧୮ ବର୍ଷର କଠିନ ପରିଶ୍ରମ ପରେ ମିଳିଲା ସଫଳତା । ପ୍ରୟାଗରାଜର ଶୈଳେନ୍ଦ୍ର କୁମାର ସିଂହ ଗୌର ନାମକ ଜଣେ ବ୍ୟକ୍ତି ଏପରି କିଛି କରିଛନ୍ତି ଯାହା ବିଶ୍ୱରେ ଅନ୍ୟ କେହି କରିପାରି ନାହାଁନ୍ତି।

ଲକ୍ଷ୍ନୌ: ୧୮ ବର୍ଷର କଠିନ ପରିଶ୍ରମ ପରେ ମିଳିଲା ସଫଳତା । ପ୍ରୟାଗରାଜର ଶୈଳେନ୍ଦ୍ର କୁମାର ସିଂହ ଗୌର ନାମକ ଜଣେ ବ୍ୟକ୍ତି ଏପରି କିଛି କରିଛନ୍ତି ଯାହା ବିଶ୍ୱରେ ଅନ୍ୟ କେହି କରିପାରି ନାହାଁନ୍ତି। ସେ ଜଣେ ସାଇନ୍ସ ଗ୍ରାଜୁଏଟ୍ । ୧୮ ବର୍ଷ ଧରି ଝାଳ ବୁହାଇଛନ୍ତି, ନିଦକୁ ହଜାଇଛନ୍ତି ଏବଂ ନିଜ ସାରା ଜୀବନକୁ ବାଜି ଲଗାଇ ଦେଇଛନ୍ତି। ଏବେ ସେ ଦାବି କରିଛନ୍ତି ଯେ ସେ ଏପରି ଏକ ଇଞ୍ଜିନ୍ ତିଆରି କରିଛନ୍ତି, ଯାହା ବିଶ୍ୱର ଅଟୋମୋବାଇଲ୍ ଇଣ୍ଡଷ୍ଟ୍ରିରେ କାୟା ପଲଟିଦବ ।

ଏହି ଇଞ୍ଜିନ୍ ଟେସଲା ପରି କିଛି ହାଇ-ଫାଇ ‘ଇଲେକ୍ଟ୍ରିକ୍’ ନୁହେଁ। ଏହା ଆମେ ପ୍ରତିଦିନ ବ୍ୟବହାର କରୁଥିବା ପେଟ୍ରୋଲ-ଡିଜେଲ୍ ଇଞ୍ଜିନ୍। କେବଳ ପାର୍ଥକ୍ୟ ହେଉଛି ସେ କେବଳ ୪-ଷ୍ଟ୍ରୋକ୍ ଇଞ୍ଜିନ୍‌କୁ ୬-ଷ୍ଟ୍ରୋକ୍ ଇଞ୍ଜିନରେ ପରିବର୍ତ୍ତନ କରିଛନ୍ତି। ଆଉ ଏହି ଜୁଗାଡ଼ ଯୋଗୁଁ, ତାଙ୍କ ବାଇକ୍ ଏବେ ଗୋଟିଏ ଲିଟର ପେଟ୍ରୋଲରେ ୧୭୬ କିଲୋମିଟର ପର୍ଯ୍ୟନ୍ତ ଚାଲିପାରିବ।

ମାତ୍ର ମାଇଲେଜ୍ ନୁହେଁ, ଶକ୍ତି ମଧ୍ୟ ତିନିଗୁଣ ବୃଦ୍ଧି ପାଏ

ଶୈଳେନ୍ଦ୍ର କୁହନ୍ତି ଯେ ଏହି ଇଞ୍ଜିନ୍ କେବଳ ମାଇଲେଜ୍ ବଢ଼ାଏ ନାହିଁ, ବରଂ ବାଇକ୍‌ର ଶକ୍ତି ମଧ୍ୟ ତିନି ଗୁଣ ପର୍ଯ୍ୟନ୍ତ ବଢାଇଦିଏ। ଅର୍ଥାତ୍ କମ୍ ପେଟ୍ରୋଲରେ ଲମ୍ବା ସଫର। କେବଳ ଏତିକି ନୁହେଁ, ସେ ଦାବି କରିଛନ୍ତି ଯେ, ତାଙ୍କ ବାଇକ୍‌ର ସାଇଲେନ୍ସର ଅଳ୍ପ ଗରମ ରହିଥାଏ, ଧୂଆଁ ପ୍ରାୟ ଶୂନ୍ୟ  ଏବଂ କାର୍ବନ ମନୋକ୍ସାଇଡ୍ ଗ୍ୟାସ୍ କେବଳ ନାମମାତ୍ର ପରିମାଣରେ ନିର୍ଗତ ହୁଏ। ଅର୍ଥାତ୍, ପେଟ୍ରୋଲ ସଞ୍ଚୟ ହେବ, ଶକ୍ତି ବଢିବ ଏବଂ ପ୍ରଦୂଷଣ ମଧ୍ୟ ଲୋପ ପାଇବ।

ପୁରୁଣା ବାଇକ୍‌ରୁ ତିଆରି ନୂତନ ପ୍ରଯୁକ୍ତିର ଏକ ଚମତ୍କାର

ବଡ଼ କଥା ହେଉଛି, ଶୈଳେନ୍ଦ୍ର କୌଣସି ନୂତନ ମଡେଲ୍ ତିଆରି କରି ନଥିଲେ। ସେ ପୁରୁଣା ବାଇକ୍‌କୁ ଭାଙ୍ଗି ଏଥିରେ ଏହି ନୂତନ ଇଞ୍ଜିନ୍ ଫିଟ୍ କରିଥିଲେ। ଏବେ ଏହି ଇଞ୍ଜିନ୍ ଯେକୌଣସି ଇନ୍ଧନ, ପେଟ୍ରୋଲ, ଡିଜେଲ, CNG, ଏଥନାଲ୍, ଯାହା ଇଚ୍ଛା ଏଥିରେ ଭରିୁପାରିବେ।

ସବୁକିଛି ବିକିଦେଇଛନ୍ତି… ଏପରିକି ଘର ମଧ୍ୟ

ଏବେ ଆପଣ ଭାବୁଥିବେ, ଯଦି ସେ ଏତେ ବଡ଼ କାମ କରିଛନ୍ତି, ତେବେ ଟଙ୍କା କେଉଁଠାରୁ ଆସିଲା? ବାସ୍ତବରେ ଶୈଳେନ୍ଦ୍ର ଏହି ଇଞ୍ଜିନ ପାଇଁ ସେ ତାଙ୍କର ସମ୍ପୂର୍ଣ୍ଣ ସମ୍ପତ୍ତି ବିକ୍ରି କରିଦେଇଛନ୍ତି। ପୈତୃକ ଘର ବିକ୍ରି ହୋଇଗଲା, ପରିବାର କଷ୍ଟେ ମତେ ବଞ୍ଚି ରହିଛି। ତାଙ୍କ ସ୍ତ୍ରୀ ଏବଂ ପିଲାମାନେ ତାଙ୍କୁ ଉତ୍ସାହିତ କଲେ, କିଛି ବନ୍ଧୁ ମଧ୍ୟ ତାଙ୍କୁ ସମର୍ଥନ କଲେ, କିନ୍ତୁ ପରିସ୍ଥିତି କଠିନ।

ତାଙ୍କ ବଡ଼ ପୁଅ କେବଳ ନବମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିପାରିଲେ, ଗୋଟିଏ ଝିଅ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଏବଂ ଅନ୍ୟ ଜଣେ କୌଣସି ପ୍ରକାରେ ସ୍ନାତକ ହୋଇପାରିଲେ। କିନ୍ତୁ ବାପାଙ୍କ ସ୍ୱପ୍ନ ବଡ଼, ତେଣୁ ପିଲାମାନେ ମଧ୍ୟ ବଳିଦାନ ଦେଇଥିଲେ।

ପେଟେଣ୍ଟ ହୋଇଛି, ଏବେ ଏକ କମ୍ପାନୀ ଆବଶ୍ୟକ

ଶୈଳେନ୍ଦ୍ର କହିଛନ୍ତି ଯେ ସେ ଇଞ୍ଜିନଟି ପେଟେଣ୍ଟ କରାଇଛନ୍ତି। ଏବେ କେବଳ ଏକ ବଡ଼ କମ୍ପାନୀ ଆବଶ୍ୟକ ଯାହା ଏହାକୁ ବହୁଳ ଉତ୍ପାଦନରେ ଆଣିପାରିବ। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏହି ପ୍ରକଳ୍ପରେ କାମ କରିବାକୁ କମ୍ପାନୀଗୁଡ଼ିକୁ କହିବାକୁ ମଧ୍ୟ ନିବେଦନ କରିଛନ୍ତି। ସେ କୁହନ୍ତି, ଯଦି ଏହି ଇଞ୍ଜିନ ବଜାରକୁ ଆସେ, ତେବେ ଦେଶର ଅର୍ଥନୀତି ପରିବର୍ତ୍ତନ ହୋଇପାରିବ। ଏହା ଏକ କାର, ବସ୍, ଟ୍ରକ୍ କିମ୍ବା ଜାହାଜ – ଯେକୌଣସିଥିରେ ଏହାକୁ ଫିଟ୍ କରାଯାଇପାରିବ ।