fbpx

୬ ବର୍ଷର ବାଳକ ପ୍ରତି ପଡୋଶୀର ଅସଦାଚରଣ ଅଭିଯୋଗ

ନୂଆଦିଲ୍ଲୀ: ସମ୍ପ୍ରତି ଆମ ସମାଜର ଏମିତି ଅଧୋଗତି ହୋଇଛି, ଏଠି କାହାରିକୁ ବି ବିଶ୍ୱାସ କରିବା ହେବ ମିର୍ଖାମୀ । ଲୋକେ ପଡୋଶୀ ହୋଇ ମଧ୍ୟ ସାଧାରଣ ମାନବିକତାକୁ ଭୁଲିଯାଉଛନ୍ତି । ପଡୋଶୀଙ୍କ ଦ୍ୱାରା ପଡିଶାର କୁନି କୁନି ପିଲା ଅସଦାଚରଣର ଶିକାର ହେଉଛନ୍ତି, ପୁଣି କେଉଁଠି ହେଉଛନ୍ତି ଦୁଷ୍କର୍ମର ଶିକାର । ଏମିତି ଏକ ଘଟଣା ଘଟିଛି ଦିଲ୍ଲୀରେ । ଦକ୍ଷିଣ- ପୂର୍ବ ଦିଲ୍ଲୀର ଗୋବିନ୍ଦପୁରା ଅଞ୍ଚଳରେ ମଙ୍ଗଳବାର ରାତିରେ ୩୫ ବର୍ଷୀୟ ଯୁବକକୁ ପୋଲିସ ଗିରଫ କରିଛି । ଅଭିଯୁକ୍ତ ଜଣେ ୬ ବର୍ଷୀୟ ଶିଶୁକୁ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି ।

ଶିଶୁଟିକୁ ପଡୋଶୀ ଯୁବକ ରବିବାର ଦିନ ଅସଦାଚରଣ କରିଥିବା ନେଇ ମଙ୍ଗଳବାର ପିଲାଟି ତାର ପରିବାର ବର୍ଗଙ୍କୁ ଜଣାଇଥିଲା । ଏହି ଘଟଣା ପାଖ ପଡିଶା ଜାଣିବା ପରେ ସେମାନଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ରୂପ ନେଇଥିଲା ଓ ସ୍ଥାନୀୟ ଲୋକେ ସଂଘବଦ୍ଧ ହୋଇ ଅଭିଯୁକ୍ତ ଉପରେ ଆକ୍ରମଣ କରିଥିଲେ । ତେବେ କୌଣସି ପ୍ରକାରରେ ପୋଲିସ ସେଠାରେ ପହଞ୍ଚି ଅଭିଯୁକ୍ତକୁ ସେଠାରୁ ଖସାଇ ନେବାରେ ସଫଳ ହୋଇଥିଲା ।

ଅଭିଯୁକ୍ତର ଜୀବନ ବଞ୍ଚିଯାଇଥିଲା ସତ, କିନ୍ତୁ ଲୋକଙ୍କ ଆକ୍ରୋଶର ଶିକାର ହେବାକୁ ହୋଇଥିଲା ପୋଲିସକୁ । ଲୋକେ ଗୋବିନ୍ଦପୁରି ଥାନାରେ ପହଞ୍ଚି ଅଭିଯୁକ୍ତ ବିରୋଧରେ କଠୋରରୁ କଠୋର ଦଣ୍ଡ ବିଧାନ ପାଇଁ ଦାବି କରି ଦୀର୍ଘ ସମୟ ହଟଗୋଳ କରିଥିଲେ ।

ପୋଲିସ ସୂଚନା ମୁତାବକ, ସେପ୍ଟେମ୍ବର ୧ ତାରିଖରେ ୬ ବର୍ଷର ବାଳକ ନିଖୋଜ ଥିବା ନେଇ ସ୍ଥାନୀୟ ପୋଲିସକୁ ପରିବାର ବର୍ଗ ସୂଚିତ କରିଥିଲେ । ନିଖୋଜର କିଛି ସମୟ ପରେ ଶିଶୁଟି ମିଳିଥିଲା । ତେବେ ଏନେଇ ସୋମବାର ପର୍ଯ୍ୟନ୍ତ ପରିବାର ପକ୍ଷରୁ କୌଣସି ଅଭିଯୋଗ ହୋଇ ନ ଥିଲା । କିନ୍ତୁ ମଙ୍ଗଳବାର ପିଲାଟିର ଷ୍ଟେଟମେଣ୍ଟ ପୋଲିସ ମାଜିଷ୍ଟ୍ରେଙ୍କ ଉପସ୍ଥିତିରେ ରେକର୍ଡ କରିଥିଲା ।

Get real time updates directly on you device, subscribe now.