fbpx
BSKY SKY
BSKY SKY

ୟୁଟ୍ୟୁବ୍‌ରେ ବେଆଇନ୍ ଅପ୍‌ଲୋଡ୍ ଅଭିଯୋଗ, ସାଇବର ଥାନାରେ ଦମନ ପ୍ରଯୋଜକ

BSKY

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍‌): ରିଲିଜ୍ ହେଉ ହେଉ ଓଡ଼ିଆ ଚଳଚ୍ଚିତ୍ର ‘ଦମନ’ର ଅନ୍‌ଲାଇନ୍ ପାଇରେସି ହୋଇଥିବା ଅଭିଯୋଗ ହୋଇଛି । କିଛି ୟୁଟ୍ୟୁବ୍ ଚ୍ୟାନେଲ୍‌ରେ ସମ୍ପୂର୍ଣ୍ଣ ଚଳଚ୍ଚିତ୍ରଟି ଅପଲୋଡ ହୋଇଛି । ଏ ନେଇ ‘ଦମନ୍‌’ର ପ୍ରଯୋଜକ ଦୀପେନ୍ଦ୍ର ସାମଲ ଶନିବାର ସାଇବର ଥାନାରେ ଅଭିଯୋଗ କରିଛନ୍ତି । ଜେପି ମୋସନ୍ ପିକ୍‌ଚର ପ୍ରଯୋଜିତ ଓଡ଼ିଆ ଚଳଚ୍ଚିତ୍ର ‘ଦମନ’ର ପ୍ରଯୋଜକ ଦୀପେନ୍ଦ୍ର ସାମଲ ଅଭିଯୋଗ କରିଛନ୍ତି ଯେ, କିଛି ୟୁଟ୍ୟୁବ୍ ଚ୍ୟାନେଲରେ ତାଙ୍କର ଫିଲ୍ମକୁ ବେଆଇନ୍ ଭାବେ ଅପଲୋଡ କରାଯାଇଛି ।

ଚଳଚ୍ଚିତ୍ର ନିର୍ମାତା ସଂସ୍ଥାର ବିନା ଅନୁମତିରେ ଏହି ବେଆଇନ କାମ କରାଯାଇଛି । ଏହି ଚଳଚ୍ଚିତ୍ର ଗତକାଲି ରିଲିଜ ହୋଇଥିଲା ବେଳେ କିଛି ଦୁର୍ବୃତ ଫିଲ୍ମ ହଲରେ ବେଆଇନ ଭାବେ ସୁଟିଂ କରି ଏଭଳି କରିଛନ୍ତି । ଫିଲ୍ମ ଅପଲୋଡ଼ କରିଥିବା ୟୁଟ୍ୟୁବ୍ ଚ୍ୟାନେଲକୁ ବ୍ଲକ୍ କରିବା ସହ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବାକୁ ଶ୍ରୀ ସାମଲ ଦାବି କରିଛନ୍ତି ।

Get real time updates directly on you device, subscribe now.