fbpx

(Video) ଲୁନାରେ ଆଲମିରା; ଡେଲିଭରି କରିବାର ଏହି ଉପାୟ ଦେଖି ଭିଡିଓ ସେୟାର କଲେ ଆନନ୍ଦ ମହିନ୍ଦ୍ରା

ମୁମ୍ୱାଇ: ବେଳେ ବେଳେ ଆନନ୍ଦ ମହିନ୍ଦ୍ରା ସୋସିଆଲ ମିଡିଆରେ ଏଭଳି ଅନେକ ଭିଡିଓ ସେୟାର କରନ୍ତି, ଯାହା ଲୋକଙ୍କୁ ପ୍ରେରଣା ଦେଇଥାଏ ଏବଂ ଲୋକମାନେ ମଧ୍ୟ ଏହାକୁ ଉପଭୋଗ କରନ୍ତି । ଆନନ୍ଦ ମହିନ୍ଦ୍ରା ଜଣେ ବଡ଼ ଉଦ୍ୟୋଗପତି ହେଲେ ବି ଜଣେ ଭଲ ବ୍ୟକ୍ତିତ୍ୱର ବ୍ୟକ୍ତି ଅଟନ୍ତି। ସେ ସୋସିଆଲ ମିଡିଆରେ ବହୁତ ସକ୍ରିୟ ରୁହନ୍ତି ଏବଂ ଅନେକ ସମୟରେ ତାଙ୍କ ପ୍ରଶଂସକ ଏବଂ ଅନୁଗାମୀମାନଙ୍କ ସହିତ ଆକର୍ଷଣୀୟ ଏବଂ ମଜାଳିଆ ଭିଡିଓ ଏବଂ କାହାଣୀ ଶେୟାର କରନ୍ତି । ଆଉ ଏହି ଉପାୟରେ ସେମାନେ ନିଜକୁ ଲୋକଙ୍କ ସହ ଯୋଡ଼ି ରଖିଥାନ୍ତି ।

ଏଥର ସେ ଏକ୍ସରେ ଏକ ସ୍ୱତନ୍ତ୍ର ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ୧୦ ମିନିଟରେ କିପରି ଆସବାବପତ୍ର ଡେଲିଭରି ହେବ ତାହା ଦେଖାଇବାକୁ ଚେଷ୍ଟା କରାଯାଇଛି । ଯଦି ଆପଣ ବି ଦେଖିବାକୁ ଚାହୁଁଛନ୍ତି କି ଆସବାବପତ୍ର ଡେଲିଭରି ପାଇଁ କିପରି ଦୁଇ ଚକିଆ ଯାନ ବ୍ୟବହାର କରାଯାଏ ତେବେ ଆପଣ ମଧ୍ୟ ଏହି ଭିଡିଓଟି ନିଶ୍ଚୟ ଦେଖନ୍ତୁ ।

ଆନନ୍ଦ ମହିନ୍ଦ୍ରା ଏହି ଭିଡିଓପୋଷ୍ଟ କରି କ୍ୟାପସନରେ ଲେଖିଛନ୍ତି- ତେଣୁ ମୁଁ ଭାବୁଛି ୧୦ ମିନିଟ୍ ମଧ୍ୟରେ ଆସବାବପତ୍ର (ଖାଦ୍ୟ କିମ୍ବା ଗ୍ରୋସରୀ ନୁହେଁ) ସେବା ଏପରି ଦେଖାଯିବ। ଏହି ଭିଡିଓଟିକୁ ଏବେଯାଏଁ ୧ ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି ଏବଂ ହଜାର ହଜାର ଲାଇକ୍ ମିଳିସାରିଛି। ଏହାକୁ ନେଇ ଅନେକ ୟୁଜର୍ସ କମେଣ୍ଟ କରୁଛନ୍ତି। ଏହା ଅତ୍ୟନ୍ତ ବିପଜ୍ଜନକ ବୋଲି କିଛି ଲୋକ କହିଛନ୍ତି। ଲୁନାକୁ ଆସବାବପତ୍ର ନେଇଥିବା ବ୍ୟକ୍ତିଙ୍କୁ କେହି କେହି ପ୍ରଶଂସା କରିଛନ୍ତି।

 

 

Get real time updates directly on you device, subscribe now.