ଆଲମଣ୍ଡ ବା ବାଦାମ ଶରୀର ପାଇଁ କେତେ ଲାଭଦାୟକ ହୋଇଥାଏ ଏହା ତ ସମସ୍ତେ ଜାଣନ୍ତି । କିନ୍ତୁ ଏହାର ଚୋପାରେ ବି ବହୁ ଫାଇଦା ରହିଛି ଯାହା ଆପଣଙ୍କ ମଧ୍ୟରୁ ଖୁବ୍ କମ୍ ଜାଣିଥିବେ । ରାତିରେ ପାଣିରେ ଭିଜାଇ ଏହାକୁ ସକାଳେ ସମସ୍ତେ ଖାଇଥାନ୍ତି । କିନ୍ତୁ ଖାଇବା ସମୟରେ ଆମେ ଏହାର ଚୋପାକୁ ଫିଙ୍ଗି ଦେଇଥାଉ । କିନ୍ତୁ ଏହି ଚୋପାର ଏପରି ଫାଇଦା ରହିଛି ଯାହା ଜାଣିଲେ ଆପଣ ଆଉ ଏହା ଫିଙ୍ଗିବେ ନାହିଁ ।
ବାଦାମରେ ଏପରି ଭିଟାମିନ୍, ମିନେରାଲ ଓ ଆଣ୍ଟି ଅକ୍ସିଡାଣ୍ଟ ରହିଛି ଯାହା ତ୍ୱଚା ଓ କେଶ ଲାଗି ବହୁତ ଭଲ ହୋଇଥାଏ । ବାଦାମର ଚୋପାକୁ ଶୁଖାଇ ସେଥିରୁ ପାଉଡର ପ୍ରସ୍ତୁତ କରନ୍ତୁ । ଏହା ଫାଇବରରେ ଭରପୁର ହୋଇଥାଏ । ଏହା ଖାଇବା ଦ୍ୱାରା ପେଟରେ ଉପକାରୀ ବ୍ୟାକ୍ଟେରିଆ ବୃଦ୍ଧି ପାଇଥାନ୍ତି ।
ଏହା ପୋଷକତତ୍ତ୍ୱରେ ବି ଭରପୁର ହୋଇଥାଏ । ତେଣୁ ଏହାର ଚୋପାକୁ ଆପଣ ଗାର୍ଡେନିଂ କ୍ଷେତ୍ରରେ ବି ଉପଯୋଗ କରିପାରିବେ । ଘରେ ଲଗାଇଥିବା ଗଛ ମୂଳରେ ଆପଣ ଏହାର ଚୋପାକୁ ଦେଇପାରିବେ । ଏହା ବ୍ୟତିତ ବାଦାମ ଚୋପାରୁ ପ୍ରସ୍ତୁତ ପାଉଡରକୁ ଆପଣ ସାଲାଡ କିମ୍ବା ବିଭିନ୍ନ ଖାଦ୍ୟପ୍ରସ୍ତୁତିରେ ଉପଯୋଗ କରିପାରିବେ ।
ଏହା ଭିଟାମିନ୍ ଇରେ ଭରପୁର ହୋଇଥିବାରୁ ଏହାକୁ ଆପଣ ହେୟାର ମାସ୍କ ଭାବରେ ବ୍ୟବହାର କରିପାରିବେ । ଏହା ବ୍ୟତିତ ଏହାକୁ ଆପଣ ସ୍କିନ୍ ସ୍କ୍ରବ ଭାବରେ ବି ବ୍ୟବହାର କରିପାରିବେ ।