fbpx

ଇମ୍ୟୁନିଟି ବଢ଼ାଇବା ସହିତ ଶରୀରକୁ ଅନେକ ଫାଇଦା ଦେଇଥାଏ ଦହି, ଜାଣନ୍ତୁ କଣ

ଓଡ଼ିଶା ଭାସ୍କର ବ୍ୟୁରୋ: ଦହି ଯେତିକି ସ୍ୱାଦିଷ୍ଟ୍ ସେତିକି ଶରୀର ପାଇଁ ଲାଭଦାୟକ ମଧ୍ୟ । କାରଣ ଦହିରେ କ୍ୟାଲସିୟମ୍, ରାଇବୋଫ୍ଲୋୱିନ୍, ଭିଟାମିନ୍ ବି୬ ଓ ଭିଟାମିନ୍ ବି୧୨ ଭଳି ଅନେକ ପୋଷକ ତତ୍ତ୍ୱ ରହିଥାଏ । ଯାହା ଶରୀରକୁ ଅନେକ ଫାଇଦା ଦେଇଥାଏ । ହେଲେ ରାତିରେ ଦହି ଖାଇବା ଦ୍ୱାରା ଥଣ୍ଡାକାଶ ହେବାର ଆଶଙ୍କା ଥାଏ । କିନ୍ତୁ ଦିନରେ ଦହି ଖାଇବା ଦ୍ୱାରା ଶରୀରରେ ଇମ୍ୟୁନିଟି ବଢ଼ିବା ସହିତ ଅନେକ ପ୍ରକାର ସମସ୍ୟା ଦୂର ହୋଇଥାଏ । ତେବେ ଚାଲନ୍ତୁ ଜାଣିବା ସେସବୁ କଣ ।

ଯଦି ଆପଣଙ୍କ ପାଚନରେ ସମସ୍ୟା ରହିଛି ତାହେଲେ ଆପଣ ଦୈନିକ ଦହି ସେବନ କରନ୍ତୁ । ଏଥିରେ ଥିବା ନ୍ୟୁଟ୍ରିସନ୍ ଆପଣଙ୍କ ପାଚନ ତନ୍ତ୍ରକୁ ଷ୍ଟ୍ରଙ୍ଗ୍ କରିଥାଏ । ଏହା ବ୍ୟତୀତ ଦହି ଆପଣଙ୍କ ହାଡକୁ ଶକ୍ତି କରିବାରେ ମଧ୍ୟ ସହାୟକ ହୋଇଥାଏ । କାରଣ ଦହିରେ ପୋଷକ ତତ୍ତ୍ୱ ଭରପୁର ହୋଇ ରହିଛି । ଶୀତ ଦିନରେ ଯଦି ଦହି ଖାଉଛନ୍ତି ତାହେଲେ ହାଡ ସହ ସମ୍ପର୍କିତ ଅନେକ ସମସ୍ୟା ଦୂର ହୋଇଯିବ ।

ସେହିପରି ଆଜିକାଲି ବିଭିନ୍ନ ନାଚୁରାଲ୍ ପ୍ରଡକ୍ଟସ୍ ରେ ଦହିର ବ୍ୟବହାର କରାଯାଉଛି । କାରଣ କେମିକାଲ ମିଶ୍ରିତ ଜିନିଷ ଶରୀରକୁ କ୍ଷତି ପହଞ୍ଚାଇଥାଏ । ଶରୀର ମଶ୍ଚରାଇଜର୍ ଭାବରେ କାମ କରିଥାଏ ଦହି । ଏହା ସ୍କିନ୍ କୁ ଗଭୀରରୁ ମଶ୍ଚରାଇଜିଂ କରିଥାଏ । ଏହା ଚର୍ମକୁ ସଫ୍ଟ କରିଥାଏ । ଏଥିସହିତ ଆପଣଙ୍କ ଶରୀରର ଓଜନକୁ ନିୟନ୍ତ୍ରଣ କରିବାରେ ମଧ୍ୟ ଦହି ସହାୟକ ହୋଇଥାଏ ।

Get real time updates directly on you device, subscribe now.