fbpx

କେଶ ସମସ୍ୟା ପାଇଁ ରାମବାଣ ହେଉଛି ଫିଟକିରି, ଜାଣନ୍ତୁ କିପରି କରିବେ ବ୍ୟବହାର

ଓଡ଼ିଶା ଭାସ୍କର: ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଲୋକମାନଙ୍କ ପାଖରେ ନିଜ ପାଇଁ ସମୟ ନାହିଁ । ଅଫିସ ଏବଂ ପରିବାର ଦାୟିତ୍ୱ ମଧ୍ୟରେ ସବୁବେଳେ ଚିନ୍ତାଗ୍ରସ୍ତ ରହୁଛନ୍ତି । ଅନିୟମିତ ଜୀବନଶୈଳୀ, ଅସନ୍ତୁଳିତ ଖାଦ୍ୟପେୟ, ଅତ୍ୟାଧିକ ଷ୍ଟେସ୍ ସେମାନଙ୍କ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ । ବିଶେଷ କରି କେଶ ଝଡ଼ିବା, ଅସମୟରେ ଧଳା ହେବା, ରୂପି ସମସ୍ୟା ଆଦି ଲକ୍ଷଣ ଦେଖାଦେଇଥାଏ । ତେବେ ଏହାର ପ୍ରତିକାର ସ୍ୱରୂପ ବଜାରରେ ଉପଲବ୍ଧ ହେଉଥିବା ବିଭିନ୍ନ ପ୍ରକାର ଶାମ୍ପୁ, ତେଲ, କଣ୍ଡିଶନର, ସିରମ୍ ଇତ୍ୟାଦି ବ୍ୟବହାର କରିଥାଉ । କିନ୍ତୁ ଏହି ସବୁ କେମିକାଲ ଜିନିଷ କେଶ ପାଇଁ ଭଲ ନୁହେଁ । ତେଣୁ ଆପଣ ଯଦି ପ୍ରାକୃତିକ ଭାବେ କେଶ ସମସ୍ୟାରୁ ମୁକ୍ତି ଚାହୁଁଛନ୍ତି ଫିଟକିରି ହେଉଛି ଉତ୍ତମ ବିକଳ୍ପ । ପୋଟାସିୟମ୍‌, ସୋଡିୟମ୍‌, ଏଣ୍ଟିବ୍ୟାକ୍ଟେରିଆଲ, ଏଣ୍ଟିଅକ୍ସିଡେଣ୍ଟ, ଏଣ୍ଟିଫଙ୍ଗଲ ଗୁଣରେ ଭରପୁର ଫିଟକିରି । ତେବେ ଆସନ୍ତୁ ଜାଣିବା ଫିଟକିରି ବ୍ୟବହାର କରି କେଉଁ ସବୁ କେଶ ସମସ୍ୟା ଠାରୁ ଦୂରେଇ ରହିପାରିବା ।

୧. ଉଙ୍କୁଣି : ଗ୍ରୀଷ୍ମ ଋତୁରେ ଅଧିକ ଝାଳ ଏବଂ ଚିପ୍‌ଚିପ୍ କାରଣରୁ ଉଙ୍କୁଣି ସମସ୍ୟା ଦେଖାଦେଇଥାଏ । ଏଥିପାଇଁ ଅଳ୍ପ ପାଣିରେ କିଛି ଫିଟକିରି ପାଉଡ଼ର ଏବଂ କେଶ ତେଲର ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ । ଏହା ପରେ କେଶରେ ଲଗାଇ ଭଲ ଭାବେ ମାଲିଶ କରନ୍ତୁ ଏବଂ କିଛି ସମୟ ପରେ କେଶ ଧୋଇ ଦିଅନ୍ତୁ । କିଛି ଦିନ ମଧ୍ୟରେ ଉଙ୍କୁଣି ସମସ୍ୟା ରହିବ ନାହିଁ ।

୨. କେଶ ବୃଦ୍ଧି କରିଥାଏ: କେଶର ବୃଦ୍ଧିରେ ସହାୟକ ହୋଇଥାଏ ଫିଟକିରି । ଏହା ଡେଡ୍ ସେଲ୍ସକୁ ହଟାଇଥାଏ । ଫଳରେ ସେହି ସ୍ଥାନରେ ନୂତନ କେଶ ଉଠି ଥାଏ । ଏହା ସହ କେଶ ଝଡ଼ିବା ସମସ୍ୟା ମଧ୍ୟ ଦୂର ହୋଇଥାଏ ।

୩. ରୂପି ସମସ୍ୟା: ଫିଟକିରି ରୂପି ସମସ୍ୟାକୁ ଦୂର କରିଥାଏ । ଏଥିପାଇଁ ଆପଣ ବ୍ୟବହାର କରୁଥିବା ଶାମ୍ପୁରେ ଅଳ୍ପ ଫିଟକିରି ପାଉଡ଼ର ମିଶାଇ କେଶ ଧୋଇ ପାରିବେ । କିଛି ଦିନ ଭିତରେ ରୂପି ସମସ୍ୟା ଦୂର ହୋଇଯିବ ।

୪. ଧଳା କେଶ: ପ୍ରାକୃତିକ ଭାବେ କେଶ କଳା କରିବା ପାଇଁ ଫିଟକିରି ବେଶ ଲାଭଦାୟକ । ଗୋଲାପ ଜଳ ଏବଂ ଫିଟକିରି ପାଉଡରର ମିଶ୍ରଣ କେଶରେ ଲଗାନ୍ତୁ ଏବଂ ପରେ ଧୋଇ ଦିଅନ୍ତୁ । ଏହି ମିଶ୍ରଣକୁ ସପ୍ତାହରେ ୨ ଦିନ ଲଗାନ୍ତୁ । କିଛି ଦିନ ଭିତରେ ଫରକ ଜାଣି ପାରିବେ ।

Get real time updates directly on you device, subscribe now.