କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଉଚ୍ଚସ୍ତରୀୟ କମିଟି ଗଠନ; ଏଥିରେ ବରିଷ୍ଠ ନେତା ଅମର ଶତପଥୀଙ୍କ ସାମିଲ ନେଇ ଚର୍ଚ୍ଚା
ଭୁବନେଶ୍ୱର: କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଉଚ୍ଚସ୍ତରୀୟ କମିଟି ଗଠନ ହୋଇଛି। ଏହି କମିଟିରେ ଗୃହମନ୍ତ୍ରୀ ଅମିତ୍ ଶାହା,କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱନୀ ବୈଷ୍ଣବ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମିଲ ଅଛନ୍ତି। ତେବେ ପୂର୍ବତନ ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ ଏହି କମିଟିରେ ସାମିଲ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି! ଏନେଇ କୁହାଯାଉଛି ଯେ, ଖୁବ୍ ଶୀଘ୍ର ବିଜେପିରେ ମିଶିପାରନ୍ତି ଅମର ପ୍ରସାଦ ଶତପଥୀ। ଏହି ପ୍ରଶ୍ନ ବର୍ତ୍ତମାନ ସମସ୍ତଙ୍କ ମନରେ ଉଙ୍କି ମାରିଛି।
କିଛି ଦିନ ପୂର୍ବରୁ ପୂର୍ବତନ ବିଜେଡ଼ି ବିଧାୟକ ଅମର ଶତପଥୀ ବିଜେଡ଼ିର ସଭ୍ୟ ସଂଗ୍ରହ ଅଭିଯାନରୁ ନିଜକୁ ଦୂରେଇ ରଖିବା ସହ ସଦସ୍ୟତା ଗ୍ରହଣ କରିନଥିଲେ। ବିଜେଡି ସହ ସଂପର୍କ କାଟିଥିବାର ପ୍ରେସମିଟ୍ କରି ସ୍ପଷ୍ଟ ସୂଚନା ଦେଇଥିଲେ। ଏହାସହ ବିଜେପି ସମେତ ଅନେକ ଦଳ ତାଙ୍କ ସହ ଯୋଗାଯୋଗରେ ଅଛନ୍ତି ବୋଲି କହିଥିଲେ। ତେବେ ଡ.ହରେକୃଷ୍ଣ ମହତାବଙ୍କ ୧୨୫ ଜନ୍ମ ଜୟନ୍ତୀ ପାଳନ ଅବସରରେ କେନ୍ଦ୍ର ସରକାରଙ୍କ ଉଚ୍ଚସ୍ତରୀୟ କମିଟିରେ ପୂର୍ବତନ ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ନାମ ସାମିଲ ହେବା ପରେ ସେ ଖୁବ୍ ଶୀଘ୍ର ବିଜେପିରେ ସାମିଲ ହୋଇପାରନ୍ତି ବୋଲି ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି।