fbpx

ଖୋଲିଲା ଅମରନାଥ ଦ୍ୱାର : ଜୁଲାଇ ୧ ରୁ ଯାତ୍ରା ଆରମ୍ଭ, ଏପ୍ରିଲ ୧୭ ରୁ ପଞ୍ଜୀକରଣ

ଜାମ୍ମୁ: ଦକ୍ଷିଣ କାଶ୍ମୀରରେ ଅବସ୍ଥିତ ଅମରନାଥ ମନ୍ଦିରକୁ ପୁଣି ଯାତ୍ରା ଆରମ୍ଭ ହେବ । ଏହି ତୀର୍ଥଯାତ୍ରା ଜୁଲାଇ ୧ ରୁ ଆରମ୍ଭ ହୋଇ ଅଗଷ୍ଟ ୩୧ ପର‌୍ୟ୍ୟନ୍ତ ଚାଲିବ। ଏନେଇ ଶୁକ୍ରବାର ଦିନ ଅଧିକାରୀମାନେ ସୂଚନା ଦେଇଛନ୍ତି। ଏହି ତୀର୍ଥଯାତ୍ରା ପ୍ରତିବର୍ଷ ଦକ୍ଷିଣ କାଶ୍ମୀରର ହିମାଳୟ ଅଞ୍ଚଳରେ ୩,୮୮୦ ମିଟର ଉଚ୍ଚରେ ଅବସ୍ଥିତ ପବିତ୍ର ଗୁମ୍ଫାରେ ଶିବଲିଙ୍ଗ ପରିଦର୍ଶନ କରିବା ପାଇଁ ଆୟୋଜିତ ହୋଇଥାଏ । ଏହି ଯାତ୍ରା ପାଇଁ ପଞ୍ଜୀକରଣ ୧୭ ଏପ୍ରିଲରୁ ଆରମ୍ଭ ହେବ ।

ରାଜ ଭବନରେ ଜାମ୍ମୁ କାଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶ୍ରୀ ଅମରନାଥଜୀ ବୋର୍ଡର ୪୪ ତମ ବୈଠକରେ ଏହି ତୀର୍ଥଯାତ୍ରା କାର‌୍ୟ୍ୟକ୍ରମ ଚୂଡାନ୍ତ ହୋଇଛି। ତୀର୍ଥଯାତ୍ରାର କାର‌୍ୟ୍ୟସୂଚୀ ଘୋଷଣା କରି ଲେଫ୍ଟନାଣ୍ଟ ଗଭର୍ଣ୍ଣର ସିହ୍ନା କହିଛନ୍ତି ଯେ ତୀର୍ଥଯାତ୍ରା ସୁଗମ ତଥା ନିରବଚ୍ଛିନ୍ନ କରିବା ପାଇଁ ପ୍ରଶାସନ ପ୍ରତିବଦ୍ଧ।
ସେ କହିଛନ୍ତି ଯେ, ସମସ୍ୟାମୁକ୍ତ ତୀର୍ଥଯାତ୍ରା ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କ ସର୍ବୋଚ୍ଚ ପ୍ରାଥମିକତା। ଏଠାକୁ ଆସୁଥିବା ସମସ୍ତ ଶ୍ରଦ୍ଧାଳୁଙ୍କୁ ପ୍ରଶାସନ ସର୍ବୋତ୍ତମ ସ୍ୱାସ୍ଥ୍ୟସେବା ତଥା ଅନ୍ୟାନ୍ୟ ଆବଶ୍ୟକୀୟ ସୁବିଧା ଯୋଗାଇ ଦେବ। ତୀର୍ଥଯାତ୍ରାର ସୁଗମ ତଥା ନିରବଚ୍ଛିନ୍ନ ଆଚରଣ ପାଇଁ ଆବାସ, ବିଦ୍ୟୁତ୍, ଜଳ, ନିରାପତ୍ତା ତଥା ଅନ୍ୟାନ୍ୟ ବ୍ୟବସ୍ଥାରେ ସମ୍ପୃକ୍ତ ବିଭାଗଗୁଡିକ ନିୟୋଜିତ ଅଛନ୍ତି ।
ଅନନ୍ତନାଗ ଜିଲ୍ଲାର ଉଭୟ ପହଲଗାମ ମାର୍ଗ ଏବଂ ଗାଣ୍ଡରବାଲ ଜିଲ୍ଲାର ବାଲଟାଲ ମାର୍ଗରୁ ଏହି ଯାତ୍ରା ଏକକାଳୀନ ଆରମ୍ଭ ହେବ। ଶ୍ରୀ ଅମରନାଥଜୀ ଶ୍ରୀମନ୍ଦିର ବୋର୍ଡ ପକ୍ଷରୁ ଭକ୍ତମାନଙ୍କ ପାଇଁ ସକାଳ ଏବଂ ସନ୍ଧ୍ୟା ପ୍ରାର୍ଥନାର ଲାଇଭ୍ ଟେଲିକାଷ୍ଟ କରାଯିବ । ତୀର୍ଥଯାତ୍ରା ମାର୍ଗରେ ତତକ୍ଷଣାତ୍ ପାଣିପାଗ ସୂଚନା ଏବଂ ଅନଲାଇନରେ ଅନେକ ସେବା ପାଇବା ପାଇଁ ଗୁଗୁଲ୍ ପ୍ଲେ ଷ୍ଟୋର୍‌ରେ ଏକ ଆପ୍ ଉପଲବ୍ଧ କରାଯିବ ।

Get real time updates directly on you device, subscribe now.