fbpx

ମହିଳାଙ୍କ ତ୍ୱଚାରେ ଆଣେ ଆଶ୍ଚର୍ଯ୍ୟ ଜନକ ପରିବର୍ତ୍ତନ; ଆପଣାନ୍ତୁ ଏହି ସରଳ ଉପାୟ

Advertisement

ଓଡିଶା ଭାସ୍କର: ଘିକୁଆଁରୀ ଗଛ ଗାଁଠୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସମସ୍ତଙ୍କ ବଗିଚାରେ ଦେଖିବାକୁ ମିଳିଥାଏ । ଏହି ଛୋଟ ଦେଖାଯାଉଥିବା ଘିକୁଆଁରୀ ଗଛଟି ଶକ୍ତିଶାଳୀ ଔଷଧୀୟ ବୃକ୍ଷ ଭାବରେ ବିବେଚନା କରାଯାଏ । ଏହି ଘିକୁଆଁରୀ ଗଛରୁ ଅନେକ ପ୍ରକାରର ମେଡିସିନ ପ୍ରସ୍ତୁତ କରାଯାଏ । ଘିକୁଆଁରୀକୁ ବିଶେଷ କରି ସୈାନ୍ଦର୍ଯ୍ୟ ଉପଚାରରେ ଉଭୟ ପୁରୁଷ ଏବଂ ମହିଳା ବ୍ୟବହାର କରନ୍ତି । ଏହି ଗଛକୁ ଆପଣମାନେ କୌଣସି ପାଖ ନର୍ସରୀରୁ ସହଜରେ ପାଇପାରିବେ । ବର୍ତ୍ତମାନ ସମୟରେ ଏହି ଘିକୁଆଁରୀ ଗଛର ବହୁତ ଚାହିଦା ରହିଛି । ଏହାକୁ ସମସ୍ତେ ଆଲୋଭେରା ନାମରେ ମଧ୍ୟ ଜାଣନ୍ତି । ତେବେ ଏହି ଆଲୋଭେରା କିଛି ଔଷଧୀୟ ଗୁଣ ସମ୍ପର୍କ ବିଷୟରେ ଜାଣିବା ।

ଆଲୋଭେରା ଆପଣଙ୍କ ସ୍ୱାସ୍ଥ୍ୟର ଅନେକ ଉପରକାରେ ଲାଗିଥାଏ । ଏଥିରୁ ବାହାରୁ ଥିବା ଜେଲରେ ଅନେକପ୍ରକାରର ଔଷଧ ତିଆରି ହୋଇଥାଏ । ଏହି ଗଛର ଫୁଲ, ପତ୍ର, ଡାଳ ଏବଂ ଚେରରୁ ବିଭିନ୍ନ ମେଡିସିନି ପ୍ରସ୍ତୁତ ହୋଇଥାଏ । ଆଲୋଭେରାରେ ଭରପୁର ମାତ୍ରାରେ ଆଣ୍ଟିଅକ୍ସିଡେଣ୍ଟ ଗୁଣ ମିଳିଥାଏ । ଏହା ବିଶେଷକରି ଆପଣଙ୍କ ଚର୍ମକୁ ବିିଭିନ୍ନ ରୋଗରୁ ରକ୍ଷାକରିଥାଏ । ଆଲୋଭେରା ଚର୍ମର ଶୁଖିଲାପଣକୁ ବା ଡ୍ରାଏ ସ୍କିନକୁ ଦୂର କରିଥାଏ । ଚର୍ମ ପାଇଁ ଆଲୋଭେରା ବରଦାନ ସଦୃଶ ଭଳି କାର୍ଯ୍ୟ କରିଥାଏ ।

ଆଲୋଭେରାରେ ଭିଟାମିନ-ସି ଏବଂ ଅନ୍ୟାନ ଉପାଦନ ଥିବାରୁ ଏହା ପାଟି ଜନିତ ବିଭିନ୍ନ ସମସ୍ୟାକୁ ରୋକିଥାଏ । ପାଟିରେ ଦୁର୍ଗନ୍ଧ ବାହାରୁଥିଲେ ଆଲୋଭେରା ରସକୁ ପାଟିରେ କିଛିଦିନ ମାଲିସ କରିବା ଦ୍ୱାରା ଏହାର ଫରକ ଆପଣ କିଛି ଦିନ ଭିତରେ ଜାଣିପାରିବେ । ନଚେତ ବଜାରରୁ ଆୟୁର୍ବେଦିକ ଟୁଥପେଷ୍ଟ ଆଣି ବ୍ୟବାହାର କରିପାରିବେ ।

ସେହିପରି ଆପଣ କୌଣସି କାରଣରୁ ଯଦି ଜଳାପୋଡା ବା ଫଟୋକା ହୋଇଯାଇଥାଏ । ତେବେ ଆପଣ ସେହି ସ୍ଥାନରେ କିଛି ଆଲୋଭେରା ରସକୁ ମାଲିସ କରନ୍ତୁ । ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଏବଂ ଆଣ୍ଟି ଇନଫ୍ଲାମେଟୋରୀ ଗୁଣ ରହିଥିବାରୁ ଏହା ଶିଘ୍ର ଭଲ ହେବାରେ ସହାୟକ ହୋଇଥାଏ ।

Get real time updates directly on you device, subscribe now.