ମହାଶିବରାତ୍ରୀରେ ଗ୍ରହମାନଙ୍କର ଅଦ୍ଭୁଦ ସଂଯୋଗ! ଏହି ଶୁଭ ମୁହୂର୍ତ୍ତରେ ପୂଜା କଲେ ମିଳିବ ଶିବଙ୍କ କୃପା

ଆଜି ହେଉଛି ମହାଶିବରାତ୍ରୀ । ୧ ମାର୍ଚ୍ଚ ୨୦୨୨ ମଙ୍ଗଳବାର ଦିନ ଅର୍ଥାତ୍ ଆଜି ସମଗ୍ର ଦେଶରେ ଶିବଭକ୍ତମାନେ ମହାଶିବରାତ୍ରୀ ପାଳୁଛନ୍ତି । ପ୍ରହ୍ମ ମୁହୂର୍ତ୍ତଠାରୁ ହିଁ ରୁଦ୍ରାଭିଷେକ, ପୂଜା ପାଠ ସମୟ ଆରମ୍ଭ ହୋଇସାରିଛି । ଫାଲଗୁନ୍ ମାସର କୃଷ୍ଣ ପକ୍ଷର ଚତୁର୍ଦ୍ଦଶୀ ତିଥିରେ ଭଗବାନ ଶିବ ଓ ମାତା ପାର୍ବାନୀଙ୍କ ବାହାଘର ହୋଇଥିଲା । ହିନ୍ଦୁ ଧର୍ମ ଅନୁସାରେ, ଏହି ଦିନ ପ୍ରଥମଥର ପାଇଁ ଭଗବାନ ବିଷ୍ଣୁ ଓ ବ୍ରହ୍ମା ଶିବଲିଙ୍ଗକୁ ପୂଜା କରିଥିଲେ । ସେବେଠାରୁ ମହାଶିବରାତ୍ରୀରେ ଭୋଲେନାଥଙ୍କୁ ପୂଜା କରିବା, ଅଭିଷେକ କରିବାର ପରମ୍ପରା ଚାଲିଆସିଛି । ମାନ୍ୟତା ଅଛି କି, ଏହି ଦିନ ଶିବ-ପାର୍ବତୀଙ୍କ ବିବାହ ସମ୍ପଣ୍ଣ ହୋଇଥିଲା ।

ଚଳିତବର୍ଷର ମହାଶିବରାତ୍ରୀ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ କାରଣ ଆଜି ଏହି ବିଶେଷ ଅବସରରେ ୬ଟି ଅତ୍ୟନ୍ତ ଶୁଭ ଯୋଗ ସୃଷ୍ଟି ହୋଇଛି । ମହାଶିବରାତ୍ରୀରେ ଶିବ ଯୋଗ ବ୍ୟତୀତ ଶଙ୍ଖ, ପର୍ବତ, ହର୍ଷ, ଦୀର୍ଘାୟୁ ଓ ଭାଗ୍ୟ ନାମକ ରାଜଯୋଗ ବି ସୃଷ୍ଟି ହୋଇଛି । ଏହା ବ୍ୟତୀତ ଶାନିଙ୍କ ରାଶି ମକରରେ ପଞ୍ଚଗ୍ରହର ଯୋଗ ହେଉଛି । ମକରରେ ଏହି ସମୟରେ ଶାନି, ମଙ୍ଗଳ, ବୁଧ, ଶୁକ୍ର ଓ ଚନ୍ଦ୍ର ଏକାସାଥିରେ ଉପସ୍ଥିତ ରହିବେ । ଜ୍ୟୋତିଷ ଶାସ୍ତ୍ର ହିସାବରେ, ପଞ୍ଚଗ୍ରହ ଯୋଗରେ ଭଗବାନ ଶିବଙ୍କ ପୂଜା କରିବା ଦ୍ୱାରା ଅନେକ ଗୁଣ ଅଧିକ ଫଳ ମିଳିଥାଏ । ମୋଟୂ ଉପରେ କହିବାକୁ ଗଲେ, ଆଜି ଅନେକ କ୍ଷେତ୍ରରେ ବହୁତ ଖାସ୍ ଗ୍ରହ ଯୋଗ ରହିଛି ।

ମହାଶିବରାତ୍ରୀରେ ପୂଜା ଶୁଭ ମୁହୂର୍ତ୍ତ
ମହାଶିବରାତ୍ରୀ ୨୦୨୨ ରେ ପୂଜା କରିବା ପାଇଁ ଶୁଭ ସମୟ ସକାଳ ୧୧:୪୭ ରୁ ୧୨:୩୪ ପର୍ଯ୍ୟନ୍ତ ରହିବ । ଏହା ହେଉଛି ଅଭିଜିତ୍ ମୁହୂର୍ତ୍ତ । ଏହା ପରେ ଦ୍ୱିପହର ୦୨:୦୭ ରୁ ୦୨:୫୩ ଅପରାହ୍ନରେ ବିଜୟ ମୁହୂର୍ତ୍ତ ଅଛି । ଏହା ପରେ ସନ୍ଧ୍ୟା ୦୫:୪୮ ରୁ ୦୬:୧୨ ପର୍ଯ୍ୟନ୍ତ ଗୋଧୁଳି ବେଲାର ଏକ ମୁହୁର୍ତ୍ତ ରହିବ ।

ଏହା ସହ ଶିବଙ୍କ ୪ ପହରର ଶୁଭ ମୁହୂର୍ତ୍ତ ହେଉଛି…
ରାତି ପ୍ରଥମ ପହର ପୂଜା ସମୟ- ୬ଟା ୨୧ର ପିଏମରୁ ୯.୧୭ ପିଏମ ।
ରାତି ଦ୍ୱିତୀୟ ପହର ପୂଜା ସମୟ- ୯ଟା ୨୭ପିଏମରୁ ୧୨ଟା ୩୩ ଏଏମ, ମାର୍ଚ୍ଚ ୨ ।
ରାତି ତୃତୀୟ ପହର ପୂଜା ସମୟ: ୧୨ଟା ୩୩ ଏଏମରୁ ୩ଟା ୩୯ ଏଏମ, ମାର୍ଚ୍ଚ ୨ ।
ରାତି ଚତୁର୍ଥ ପହରର ପୂଜା ସମୟ-୩ଟା ୩୯ ଏଏମରୁ ୬ଟା ୪୫ ଏଏମ, ମାର୍ଚ୍ଚ ୨ ।