fbpx

(Video)ଜିମ୍‌ରେ ଆଶ୍ଚର୍ଯ୍ୟଜନକ ଭାବରେ କଲେ ପ୍ରିୱେଡିଂ ଫଟୋଶୁଟ୍‌, ଭିଡିଓ ହେଉଛି ଭାଇରାଲ୍‌

ଓଡ଼ିଶା ଭାସ୍କର: ପୂର୍ବଦିନମାନଙ୍କ ତୁଳନାରେ ଏବେ ହେଉଥିବା ବିବାହରେ ଖୁବ୍ ପରିବର୍ତ୍ତନ ଆସିଛି । ପୂର୍ବରୁ ଆପଣଙ୍କୁ ବିବାହ ପୂର୍ବରୁ ପ୍ରିୱେଡିଂ ଫଟୋ ଶୁଟ୍‌ର ଟ୍ରେଣ୍ଡ ଦେଖିବାକୁ ମିଳୁ ନ ଥିଲା । କିନ୍ତୁ ଆଜିକାଲି ଏହା ବହୁତ ସାଧାରଣ କଥା ହୋଇଗଲାଣି । କିନ୍ତୁ କିଛି ମହିଳା ବେଶ୍ ଅଜବ ଉପାୟରେ ଏହି ଫଟୋଶୁଟ୍ କରାଉଛନ୍ତି ଯେଉଁ କାରଣରୁ ସେମାନଙ୍କ ଭିଡିଓ ଭାଇରାଲ୍ ହୋଇଥାଏ । ଏବେ ଏହିପରି ଏକ ଭିଡିଓ ଭାଇରାଲ୍ ହେଉଛି ଯେଉଁଥିରେ ଦେଖିବାକୁ ମିଳୁଛି ଜଣେ ମହିଳା ଜିମ୍‌ରେ ଏକ୍ସରସାଇଜ୍ କରି ପ୍ରିୱେଡିଂ ଫଟୋଶୁଟ୍ କରୁଛନ୍ତି ।

ଭିଡିଓରେ ଦେଖିବାକୁ ମିଳୁଛି କି ମହିଳା ଜଣକ ପୁରା ବଧୂ ବେଶରେ ସଜ୍ଜିତ ହୋଇଛନ୍ତି । ବଧୂ ବେଶରେ ଜିମ୍‌ରେ ଏହି ମହିଳା ଡମ୍ପଲରେ ଇନକ୍ଲାଇନ୍ ବେଞ୍ଚ ପ୍ରେସ୍ ଲଗାଉଛନ୍ତି । ଏହି ସମୟରେ ତାଙ୍କ ଫଟୋଗ୍ରାଫର ତାଙ୍କ ଫଟୋ ଉଠାଉଛନ୍ତି । ଏହାପରେ ମହିଳା ବାଇସେପସ୍ ଓ ଟ୍ରାଇସେପସ୍ ଏକ୍ସରସାଇଜ୍ କରି ନିଜର ଫଟୋଶୁଟ୍ କରାଉଛନ୍ତି । ମହିଳାଙ୍କ ଏହି ଅଭିନବ ତରିକାରେ ପ୍ରି-ୱେଡିଂ ଫଟୋଶୁଟ୍ ଏବେ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ୍ ହେଉଛି । ଏହି ଭିଡିଓକୁ ଏକ୍ସରେ –ନାମକ ଆକାଉଣ୍ଟରେ ସେୟାର କରାଯାଇଛି । ଏ ପର୍ଯ୍ୟନ୍ତ ଏହାକୁ ୩୪ ହଜାରରୁ ଅଧିକ ଲୋକ ଦେଖିସାରିଲେଣି ।

Get real time updates directly on you device, subscribe now.