fbpx

(Video) ‘ନିଜ ମାଆ-ଉଭଣୀ ଏବଂ ଝିଅଙ୍କୁ ରାହୁଲ ଗାନ୍ଧୀଙ୍କ ପାଖେ..’, ଇଏ କ’ଣ ସବୁ କହିଗଲେ କଂଗ୍ରେସ ନେତା, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଦେଶରେ ଲୋକସଭା ନିର୍ବାଚନ ସମୟରେ ବିଜେପି ଏବଂ କଂଗ୍ରେସ ପାର୍ଟୀର ନେତାଙ୍କ ମଧ୍ୟରେ ଆକ୍ରମଣ ଜାରି ରଖିଛନ୍ତି । ଏହି ସମୟରେ ଏକ ଲଜ୍ଜ୍ୟାଜନକ ବିବୃତ୍ତି ସାମ୍ନାକୁ ଆସିଛି । ଗୁଜରାଟରେ ଜଣେ କଂଗ୍ରେସ ନେତା ନିଜ ଭାଷଣ ସମୟରେ ଏଭଳି କଥା କହିଛନ୍ତି ଯାହା ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରାଲ ହେବାରେ ଲାଗିଛି ।

କଂଗ୍ରେସ ନେତା ଭାଷଣ ଦେବା ସମୟରେ କହିଛନ୍ତି ଯେ, ମାଆ-ଭଉଣୀ ଝିଅଙ୍କୁ ରାହୁଲ ଗାନ୍ଧୀଙ୍କ ସହ ଶୋଇବାକୁ ଦିଅ, ଜାଣିପାରିବେ ଯେ, ସେ ଅଣପୁରୁଷ ନା ନାହିଁ । ତାଙ୍କର ଏହି ବିବୃତ୍ତିରେ ସମସ୍ତେ ତାଙ୍କୁ ନିନ୍ଦା କରୁଛନ୍ତି । ସେ ଏହି କଥାକୁ ଗୁଜରାଟୀ ଭାଷାରେ କହୁଛନ୍ତି । ଯାହାର ଭିଡିଓ ଆପଣ ବି ଶୁଣିପାରିବେ ।

ସୋସିଆଲ ମିଡିଆରେ କଂଗ୍ରେସ ନେତାଙ୍କ ଏହି ବିବୃତ୍ତି ଭାଇରାଲ ହେବାରେ ଲାଗିଛି । ଜଣେ ୟୁଜର ତାଙ୍କୁ ଗାଳିଦେଇଛନ୍ତି । ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି ଦେଖନ୍ତୁ ରାହୁଲ ଗାନ୍ଧୀ ଇଏ କଣ ସବୁ କହୁଛନ୍ତି । ସେହିଭଳି ଅନ୍ୟ ୟୁଜର ଲେଖିଛନ୍ତି, ଏହାର ନାମ କଂଗ୍ରେସ । ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି ଇଏ ବୋଧେ ନିଜ ମାଆ ଭଉଣୀଙ୍କୁ ତାଙ୍କ ପାଖରେ ଶୁଆଇଛନ୍ତି । ସେଥିପାଇଁ ଲୋକଙ୍କୁ ପରାମର୍ଶ ଦେଉଛନ୍ତି ।

Get real time updates directly on you device, subscribe now.