fbpx

ଦୁଃଖ ଖବର: ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କ ମାଆଙ୍କ ପରଲୋକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏପ୍ରିଲ ୧୯ ତାରିଖରୁ ଦେଶରେ ୭ ପର୍ଯ୍ୟାୟ ବିଶିଷ୍ଟ ଲୋକସଭା ନିର୍ବାଚନର ମତଦାନ ଆରମ୍ଭ ହୋଇଛି । ଓଡ଼ିଶାରେ ମେ ୧୩ରୁ ୪ ପର୍ଯ୍ୟାୟରେ ମତଦାନ ଆରମ୍ଭ ହେବ । ତେବେ ନିର୍ବାଚନ ପୂର୍ବରୁ ରାଜନୈତିକ ଦଳମାନେ ପର୍ଯ୍ୟାୟକ୍ରମେ ସେମାନଙ୍କର ପ୍ରାର୍ଥୀ ତାଲିକା ଜାରି କରୁଥିବା ବେଳେ ନେତାମାନେ ଆଗାମୀ ନିର୍ବାଚନରେ ବିଜୟ ଲକ୍ଷ୍ୟରେ ପ୍ରଚାର କାର୍ଯ୍ୟରେ ବ୍ୟସ୍ତ ରହିଛନ୍ତି । ତେବେ ଏହା ମଧ୍ୟରେ ଆସିଛି ଏକ ବଡ଼ ଖବର ।

ସୂଚନା ମୁତାବକ, ନବରଙ୍ଗପୁର ଲୋକସଭା ଆସନର ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କ ମାତୃ ବିୟୋଗ ଘଟିଛି । ପ୍ରଦୀପଙ୍କ ମାଆ ସୁବର୍ଣ୍ଣ ପ୍ରସାଦଙ୍କ ପରଲୋକ ଘଟିଛି । ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ସ୍ଥିତ ଏକ ଘରୋଇ ମେଡିକାଲରେ ପ୍ରଦୀପଙ୍କ ମାଆ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ଗତ ଦୁଇବର୍ଷ ତଳେ ସୁବର୍ଣ୍ଣ ପ୍ରସାଦ ପକ୍ଷାଘାତ ରୋଗରେ ପୀଡ଼ିତ ହୋଇ ତାଙ୍କର ବାମ ଗୋଡ଼ ଓ ହାତ ଅକାମୀ ହୋଇଯାଇଥିଲା । ସେନେଇ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା ଓ ପରେ ସେ ନିଜ ଘରେ ରହି ଔଷଧ ସେବନ କରିବା ସହ ସୁସ୍ଥ ଅନୁଭବ କରିଥିଲେ ।

ତେବ ନିକଟରେ ପୁଣି ତାଙ୍କର ଗୋଡ଼ ଦୁଇଟି ଫୁଲିଯିବାରୁ ତାଙ୍କୁ ଗତ ୪ ତାରିଖ ଦିନ ବିଶାଖାପାଟଣାର ଏକ ଘରୋଇ ମେଡିକାଲରେ ଗୁରୁତର ଅବସ୍ଥାରେ ଭର୍ତ୍ତି କରାଯାଇଥିଲା । କିଛିଦିନ ଧରି ସେ ଭେଣ୍ଟିଲେଟରରେ ରହିବା ପରେ ସୁସ୍ଥ ହୋଇଥିଲେ । ତେବେ ଆଜି ଦିନ ୨.୩୦ ସମୟରେ ଅଚାନକ ସୁବର୍ଣ୍ଣଙ୍କର ଦେହାନ୍ତ ହୋଇଯାଇଥିଲା । ମାଆଙ୍କୁ ହରାଇ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଛନ୍ତି ପ୍ରଦୀପ ।

Get real time updates directly on you device, subscribe now.