fbpx

ଏହି ସହରରେ ଭୋଟରଙ୍କୁ ମାଗଣାରେ ସେବା ଯୋଗାଇବ ରାପିଡୋ, ଜାଣନ୍ତୁ କିପରି ଉଠାଇବେ ଫାଇଦା

ନୂଆଦିଲ୍ଲୀ:ଉତ୍ତରପ୍ରଦେଶର ୮୦ ଲୋକସଭା ଆସନ ମଧ୍ୟରୁ ଗାଜିଆବାଦ ଅନ୍ୟତମ । ନିର୍ବାଚନ କମିଶନଙ୍କ ଘୋଷଣା ଅନୁସାରେ ଗାଜିଆବାଦରେ ସଂସଦୀୟ ନିର୍ବାଚନ ଦ୍ୱିତୀୟ ପର୍ଯ୍ୟାୟରେ ଏପ୍ରିଲ ୨୬ରେ ହେବ । ବିଭିନ୍ନ ବୁଥ୍‌ରେ ମତଦାନ କରିବା ପାଇଁ ଯେପରି ଅଧିକରୁ ଅଧିକ ଲୋକ ପହଞ୍ଚି ପାରିବେ ସେଥିପାଇଁ ରାଇଡ୍ ହେଲିଂ ସର୍ଭିସ୍ ରାପିଡୋ ମାଗଣା ରାଇଡିଂ ସେବା ଯୋଗାଇ ଦେବା ନେଇ ଘୋଷଣା କରିଛି । ରାପିଡୋ ପକ୍ଷରୁ ଏକ୍ସରେ ଏକ ପୋଷ୍ଟ କରାଯାଇ ଘୋଷଣା କରାଯାଇଛି କି ଗାଜିଆବାଦରେ ଭୋଟରଙ୍କୁ ମାଗଣା ରାଇଡିଂ ଅଫର କରାଯିବ ।

ତେବେ ୨୬ ଏପ୍ରିଲରେ ହେବାକୁ ଯାଉଥିବା ଭୋଟ ଗ୍ରହଣ ସମୟରେ ରାପିଡୋର ମାଗଣା ସେବା ପାଇବାକୁ ୟୁଜର୍ସଙ୍କୁ VOTENOW ଉପଯୋଗ କରିବାକୁ ହେବ । ଏହି କୋଡ୍‌ରେ ୟୁଜର୍ସ ମାଗଣା ସେବାର ମଜା ନେଇପାରିବେ ଓ ଆରାମରେ ଭୋଟଗ୍ରହଣ କେନ୍ଦ୍ରରେ ପହଞ୍ଚିପାରିବେ ।

Get real time updates directly on you device, subscribe now.