fbpx

ଧମାକାଦାର ଅଫର ନେଇ ଆସିଛି ଆମାଜନ: ଜାଣନ୍ତୁ କେଉଁ ପ୍ରଡକ୍ଟରେ ପାଇବେ ଫାଇଦା

ମୁମ୍ବାଇ: ଫେଷ୍ଟିଭ ସିଜନରେ ଜବରଦସ୍ତ ଧମାକା ଅଫର ନେଇ ଆସିଛଇ ଅନଲାଇନ ସପିଙ୍ଗ ଆପ ଆମାଜନ । ବିଭିନ୍ନ ପ୍ରଡକ୍ଟରେ ରିହାତି ସହିତ ଅନ୍ୟାନ୍ୟ ଅଫର ପ୍ରଦାନ କରୁଛଇ ଏହି କମ୍ପାନୀ । ଆମାଜନ ଗ୍ରେଟ ଇଣ୍ଡିଆନ ଫେଷ୍ଟିଭାଲ ସମୟରେ ଆମାଜନ.ଇନ ରେ ପାର୍ବଣ ରେଡି ଡିଲ ଏବଂ ବଜେଟ ଉପଯୋଗୀ ବିକଳ୍ପ ସହିତ ପାର୍ବଣ ସମୟକୁ ଉପଭୋଗ କରନ୍ତୁ । ଏଥିରେ ସୁନ୍ଦର ପରଦା ଓ ତକିଆ, ୱାଲ ହ୍ୟାଙ୍ଗିଂ, ପେଣ୍ଟଂ, ମୂର୍ତ୍ତି, କ୍ୟାଣ୍ଡେଲ ଷ୍ଟାଣ୍ଡ ଓ ଆରାମଦାୟକ ଫର୍ଣ୍ଣିଚର ଯଥା ସୋଫା ସେଟ, ଫିଟନେସ ଓ କ୍ରୀଡ଼ା ଉପକରଣ ଓ ଆହୁରି ଅନେକ କିଛି ଉପଲବ୍ଧ ରହିଛି ।

ଗ୍ରେଟ ଇଣ୍ଡିଆନ ଫେଷ୍ଟିଭାଲ ସମୟରେ ସପିଂ କରୁଥିବା ଗ୍ରାହକମାନେ ସିଟି, ଆଇସିଆଇସିଆଇ ବ୍ୟାଙ୍କ, କୋଟକ, ରୂପେ କ୍ରେଡିଟ କାର୍ଡ ଓ ଇଏମଆଇ କ୍ରେଡିଟ ବ୍ୟବହାର କରି ଇନଷ୍ଟାଷ୍ଟାଣ୍ଟ ଡିସକାଉଣ୍ଟ ସହିତ ୧୦% ସଞ୍ଚୟ କରିପାରିବେ । ଏହାସହିତ ବଜାଜ ଫିନସର୍ଭ ଇଏମଆଇ କାର୍ଡ, ଆମାଜନ ପେ, ଆଇସିଆଇସିଆଇ କ୍ରେଡିଟ କାର୍ଡ, ଆମାଜନ ପେ ଲ୍ୟାଟର ଓ ବଛା ବଛା ଡେବିଟ-କ୍ରେଡିଟ କାର୍ଡର ବ୍ୟବହାର କରି ଚଳିତ ୨୩ ଅକ୍ଟୋବର ପର୍ୟ୍ୟନ୍ତ ନୋ-କଷ୍ଟ ଇଏମଆଇର ସୁବିଧା ମଧ୍ୟ ପାଇପାରିବେ ଗ୍ରାହକ । ସେହିପରି ଅଧିକ କିଣନ୍ତୁ ଓ ଅଧିକ ସଂଚୟ କରନ୍ତୁ ଅଫର ମାଧ୍ୟମରେ ଗ୍ରାହକମାନେ ୧୦%ର ଅଧିକ ସଂଚୟ କରିପ।ରିବେ ଓ ଏହା ସହିତ ୧୦ ଲକ୍ଷରୁ ଅଧିକ ଉତ୍ପାଦ ଉପରେ କୁପନ ପାଇପାରିବେ ।

୪ ହଜାରରୁ ଅଧିକ ଟଙ୍କାର ପ୍ରଡକ୍ଟ ଉପରେ ସମାନ ଦିନର ଡେଲିଭରୀ ମଧ୍ୟ ପାଇପାରିବେ । ହୋମ, କିଚେନ ଏବଂ ଆଉଟଡୋରର ପ୍ରଥମ ଅର୍ଡର ଉପରେ କୌଣସି ସର୍ବନିମ୍ନ କ୍ରୟ ସୀମା ନାହିଁ ଏବଂ ଏଥିରେ ୧୫% ପର୍ୟ୍ୟନ୍ତ ୨୦୦ଟଙ୍କାର କ୍ୟାଶବ୍ୟାକ ଉପଲବ୍ଧ କରିପ।ରିବେ ଗ୍ରାହକମାନେ । ସେମାନଙ୍କ ପ୍ରଥମ ଅର୍ଡରର ସମସ୍ତ ୟୁପିଆଇ ପେମେଣ୍ଟରେ ୧୦୦୦ଟଙ୍କା ଓ ତାଠାରୁ ଅଧିକର ଅର୍ଡର ଉପରେ ୧୦୦ଟଙ୍କା ପର୍ୟ୍ୟ”ର କ୍ୟାଶବ୍ୟାକ ପାଇପାରିବେ ।

Get real time updates directly on you device, subscribe now.