fbpx

କରୋନାରେ କରୁଣ ପରିଣତି: ଆମ୍ବୁଲାନ୍ସ ଆସିଲାନି, ରେନକୋଟ୍ ପିନ୍ଧି ବାଇକରେ ପୁଅକୁ ମେଡିକାଲ ନେଲେ ବାପା

Advertisement

ପଦ୍ମପୁର, ୨୫ା୪ (ଓଡିଶା ଭାସ୍କର): କରୋନା ଯେ ଲୋକଙ୍କ ଜୀବନକୁ କିଭଳି ଦୁର୍ବିସହ କରିପାରେ ତାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ପଦ୍ମପୁର ଅନ୍ତର୍ଗତ ଇଛାପାଲି ଗ୍ରାମରେ । ଗ୍ରାମର ହରିଶ୍ଚନ୍ଦ୍ର ପ୍ରଧାନଙ୍କ ୨୭ ବର୍ଷୀୟ ପୁଅ ଦୁଷ୍ମନ୍ତ ସପ୍ତାହେ ପୂର୍ବରୁ ପଜିଟିଭ୍ ଚିହ୍ନଟ ହୋଇଥିଲେ । ହଠାତ୍ ଦୁଷ୍ମନ୍ମ ଅସୁସ୍ଥ ହେବାରୁ ପରିବାର ଲୋକେ ପଦ୍ମପୁର ମେଡିକାଲକୁ ଆମ୍ବୁଲାନ୍ସ ପଠାଇବାକୁ ଫୋନ କରିଥିଲେ । ମାତ୍ର ୩ ଘଣ୍ଟା ପରେ ମଧ୍ୟ ଆମ୍ବୁଲାନ୍ସ ଆସିନଥିଲା । ଫଳରେ ହରିଶ୍ଚନ୍ଦ୍ର ରେନକୋଟ୍ ପିନ୍ଧି ଜଣେ ସମ୍ପର୍କୀୟଙ୍କ ସହ ବାଇକରେ ପୁଅକୁ ମେଡିକାଲ ନେଇ ଚିକିତ୍ସା କରାଇଥିଲେ । ସରକାରୀ ଚିକିତ୍ସାଳୟରେ ଏପରି ଅବ୍ୟବସ୍ଥା ହେଉଥିବାରୁ ଲୋକଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.