ହସ୍ପିଟାଲ ଭିତରୁ ଚୋରି ହୋଇଗଲା ଆମ୍ବୁଲାନ୍ସ, କେହି ବି ପାଇଲେନି ଆଭାସ

ହସ୍ପିଟାଲ ପରିସରରୁ ଆମ୍ବୁଲାନ୍ସ ଚୋରି

ଛତିଶଗଡ଼: ହସ୍ପିଟାଲ ପରିସରରୁ ଚୋରି ହୋଇଗଲା ଆମ୍ବୁଲାନ୍ସ,, ଟିକିଏ ବି ଆଭାସ ମିଳିଲାନି ପ୍ରଶାସନକୁ। ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି ଛତିଶଗଡ଼ର ଅମ୍ବିକାପୁରରେ।

ଏଠାରେ ଚୋରମାନେ ଅମ୍ବିକାପୁର ମେଡିକାଲ କଲେଜ ହସପିଟାଲ ପରିସରରୁ ସଞ୍ଜୀବନୀ 108 ଆମ୍ବୁଲାନ୍ସ ଚୋରି କରି ଫେରାର ହୋଇଯାଇଛନ୍ତି, ଏବଂ ହସପିଟାଲ ପ୍ରଶାସନକୁ ଏହାର କିଛି ଆଭାସ ମିଳି ନ ଥିଲା। ଏହି ଘଟଣା ପରେ ହସପିଟାଲର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଛି।

ପୂର୍ବରୁ ମଧ୍ୟ ଘଟିଛି ଚୋରି: ହସପିଟାଲ ପରିସରରେ ପୂର୍ବରୁ ମୋଟରସାଇକେଲ ଏବଂ ମୋବାଇଲ ଚୋରି ଭଳି ଘଟଣା ଘଟୁଥିବା ଜଣାପଡ଼ିଛି। କିନ୍ତୁ ଏଥର ଚୋରମାନେ ସିଧାସଳଖ ଆମ୍ବୁଲାନ୍ସକୁ ନିଶାନା କରିଛନ୍ତି।

ଏହି ଘଟଣା ପରେ ପୁଲିସକୁ ସୂଚନା ଦିଆଯାଇଛି ଏବଂ ସଞ୍ଜୀବନୀ 108 ଟିମ୍‌ ମଣିପୁର ଥାନାରେ ଏକ ଅଭିଯୋଗ ଦାଖଲ କରିଛି। ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଆଖପାଖର ଲୋକଙ୍କ ଠାରୁ ପଚରାଉଚରା କରାଯାଉଛି ଏବଂ ସିସିଟିଭି ଫୁଟେଜ ଯାଞ୍ଚ କରାଯାଉଛି।

ବର୍ତ୍ତମାନ ହସପିଟାଲ ପରିଚାଳନା ଏବଂ ପୁଲିସ ଏହି ମାମଲାର ତଦନ୍ତରେ ଜଡ଼ିତ ଅଛନ୍ତି। କିନ୍ତୁ ପ୍ରଶ୍ନ ଉଠୁଛି ଯେ, ଯେତେବେଳେ ହସପିଟାଲ ପରିସରରେ ସୁରକ୍ଷା ସମ୍ପର୍କରେ ଏତେ ଦାବି କରାଯାଏ, ତେବେ ଏତେ ବଡ଼ ଚୋରି କିପରି ଘଟିଲା?