ବ୍ରିକ୍ସ ସମିତି ସମୟରେ ଆମେରିକାର ବଡ ଖୁଲାସା, ଋଷ ବିରୋଧରେ ଆଣିଲା ବଡ ଅଭିଯୋଗ

ୱାସିଂଟନ: ଲୋହିତ ସାଗରରେ ହୁତି ବିଦ୍ରୋହୀଙ୍କ ଦ୍ୱାରା ହୋଇଥିବା ଆକ୍ରମଣକୁ ନେଇ ବଡ ଖୁଲାସା କରିଛି ଆମେରିକା । ଆମେରିକୀୟ ମିଡିଆ ରିପୋର୍ଟ ମୁତାବକ, ଏହି ଆକ୍ରମଣ ପଛରେ ରହିଛି ଋଷର ହାତ । ୟମନ ବିଦ୍ରୋହୀଙ୍କ ସହାୟତାରେ ଆକ୍ରମଣ କରେଇ ବିଶ୍ୱର ସପ୍ଲାଇ ଚେନକୁ ପ୍ରଭାବିତ କରିଛି ଋଷ ବୋଲି ଆମେରିକା ମିଡିଆ ରିପୋର୍ଟ କହୁଛି ।

ଗାଜା ଯୁଦ୍ଧର ପ୍ରାରମ୍ଭରେ ୟମନର ହୁତି ବିଦ୍ରୋହୀ ବିଶ୍ୱ ପାଇଁ ଚିନ୍ତାର କାରଣ ହୋଇଥିଲେ । ଲୋହିତ ସାଗରରେ ବିଭିନ୍ନ ଜାହାଜ ଉପରେ ଆକ୍ରମଣ କରିଥିଲେ । ଏଥିରେ ଯୋଗାଣ ଚେନ ବ୍ୟାହତ ହୋଇଥିଲା । ଇଜରାଇଲ ଯାଉଥିବା ଜାହାଜ ଉପରେ ଆକ୍ରମଣ ହେବାରୁ କୋଟି କୋଟି ଟଙ୍କାର କ୍ଷତି ହୋଇଥିଲା । ଏହାକୁ ନେଇ ଆମେରିକାର ୱାଲଷ୍ଟିଲ ଜନରଲର ରିପୋର୍ଟ କି, ଋଷ ହୁତି ବିଦ୍ରୋହୀଙ୍କୁ ସାଟେଲାଇଟ ଫଟୋ ଯୋଗାଇ ଥିଲା, ଯାହାର ସାହାଯ୍ୟରେ ବିଦ୍ରୋହୀଙ୍କ ଆକ୍ରମଣ ସଫଳ ହୋଇଥିଲା ।

ଏହି ଫଟୋ ଋଷ ଇରାନର ବିଚୌଲିଙ୍କ ଜରିଆରେ ହାସଲ କରି ଜାହାଜ ଉପରେ ମିଶାଇଲ ଆକ୍ରମଣ କରିବାରେ ସଫଳ ହୋଇଥିଲା । ଅଣଲାଭକାରୀ ସଂସ୍ଥା ଆମ୍ଡୋଇ କମ୍ଫ୍ଲିକ୍ଟସ ଲୋକେସନ ଆଣ୍ଡ ଇଭେଣ୍ଟ ଡାଟା ଅନୁସାର, ହୁତି ବିଦ୍ରୋହୀ ଯୁଦ୍ଧର ଆରମ୍ଭରୁ ଚଳିତ ସେପ୍ଟେମ୍ବର ଯାଏ ୧୩୦ ଆକ୍ରମଣ କରିଛି ଲୋହିତ ସାଗରରେ । ସେଥିମଧ୍ୟରୁ ଅଧିକ ଆକ୍ରମଣ ବ୍ୟବସାୟିକ ଜାହାଜ ଉପରେ କରାଯାଇଛି । ଏହି ଆକ୍ରମଣରେ ୪ ନାବିକଙ୍କ ମୃତ୍ୟୁ ହେବା ସହ ୨ ଜାହାଜ ସାଗରରେ ବୁଡିଯାଇଛି । ଗତ ନଭେମ୍ବରରେ ହୁତି ବିଦ୍ରୋହୀମାନେ ଏକ ଜାହାଜକୁ ମଧ୍ୟ ହାଇଜାକ କରିନେଇଥିଲେ ।

ଜନରଲ ମୁତାବକ, ବ୍ରିକ୍ସ ସମିତି ସମୟରେ ଏହି ରିପୋର୍ଟ ସାମ୍ନାକୁ ଆସିଛି । ଏଥିରେ ଦୁନିଆର ପ୍ରାୟ ଅଧା ଜନସଂଖ୍ୟାଙ୍କ ନେତୃତ୍ୱ ନେଉଥିବା ଦେଶମାନେ ରହିଛନ୍ତି । ଏହି ସମିତି ଆୟୋଜନ କରି ଋଷ ଆମେରିକା ଓ ପଶ୍ଚିମ ଦେଶଙ୍କୁ ଦେଖାଇବାକୁ ଚାହିଁଛି କି ଏବେ ମଧ୍ୟ ଋଷ ମଜବୁତ ଓ ଶକ୍ତିଶାଳୀ ରହିଛି ।