fbpx

ଆମେରିକାକୁ ମୋଦୀଙ୍କ ପରି ନେତା ଆବଶ୍ୟକ, ବିଶ୍ୱ ପ୍ରସିଦ୍ଧ କମ୍ପାନୀର ମୁଖ୍ୟ କଲେ ମୋଦୀଙ୍କ ପ୍ରଶଂସା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା ସାରା ବିଶ୍ୱରେ କିପରି ରହିଛି ତାହା ଏହିଥିରୁ ଦେଖିବାକୁ ମିଳୁଛି କି ଏବେ ଲୋକମାନେ କହିବାକୁ ଲାଗିଲେଣି କି ତାଙ୍କ ଭଳି ନେତା ଆମେରିକାକୁ ବି ଆବଶ୍ୟକତା ରହିଛି । ବିଶ୍ୱର ପ୍ରସିଦ୍ଧ କମ୍ପାନୀ ଜେପି ମୋର୍ଗାନ୍ ଚେଜ୍ ଆଣ୍ଡ କମ୍ପାନୀର ସିଇଓ ଜେମୀ ଡିମନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଭୁରି ଭୁରି ପ୍ରଶଂସା କରିଛନ୍ତି । ମୋଦୀଙ୍କ ପ୍ରଶଂସା କରି ସେ କହିଛନ୍ତି, ଭାରତ ପାଇଁ ସେ ଅବିଶ୍ୱସନୀୟ କାମ କରିଛନ୍ତି ।

ଜେପି ମୋର୍ଗାନ୍ ମୁଖ୍ୟ ଜେମୀ ଡିମନ ମୋଦୀଙ୍କ ପ୍ରଶଂସା କରିବା ସହିତ କହିଛନ୍ତି ସେ ତାଙ୍କ ରାସ୍ତାରେ ଆସୁଥିବା ବିଭିନ୍ନ ପ୍ରତିବନ୍ଧକୁ ସାହାସର ସହ ସାମ୍ନା କରୁଛନ୍ତି । ଜେମୀ ଡିମନ କହିଛନ୍ତି ମୋଦୀ ନିଜ ପ୍ରୟାସ ବଳରେ ଦେଶର ୪କୋଟି ଲୋକଙ୍କୁ ଗରିବ ସୀମାରେଖାରୁ ଉପରକୁ ଆଣିଛନ୍ତି । ଆମେରିକାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ ଏପରି ମତ ରଖିଛନ୍ତି । କେବଳ ଏତିକି ନୁହେଁ ସେ ଏହା ମଧ୍ୟ କହିଛନ୍ତି କି ପ୍ରଧାନମନ୍ତ୍ରୀ ମୋଦୀ ଦେଶରେ ପୁନର୍ବାର କ୍ଷମତାକୁ ଫେରିବେ । ମୋଦୀଙ୍କ ଶାସନ ସମୟରେ ଭାରତର ବିକାଶ କ୍ଷେତ୍ରରେ ଆସିଥିବା ବିଭିନ୍ନ ସୁଧାରକୁ ନେଇ ସେ ପ୍ରଶଂସା କରିଛନ୍ତି ।

ଭାରତର ଶିକ୍ଷା ପଦ୍ଧତି ଓ ଭିତ୍ତିଭୂମି ବିକାଶକୁ ମଧ୍ୟ ସେ ପ୍ରଶଂସା କରିଛନ୍ତି । ସେ ଭାରତର ଟିକସ ବ୍ୟବସ୍ଥାକୁ ମଧ୍ୟ ଖୁବ୍ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଟିକସ ସିଷ୍ଟମରେ ଅସମାନତାକୁ ସମାପ୍ତ କରି ମୋଦୀ ସରକାର ଏଥିରେ ହେଉଥିବା ଭ୍ରଷ୍ଟାଚାରକୁ ସମାପ୍ତ କରି ଦେଇଛନ୍ତି ।

Get real time updates directly on you device, subscribe now.