fbpx

INHERITANCE Tax କ’ଣ? ଏହାକୁ କାହିଁକି ଭାରତରୁ ହଟାଗଲା, ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ଉତ୍ତରାଧିକାରୀ କର ବା ଇନହେରିଟାନ୍ସ ଟ୍ୟାକ୍ସକୁ ନେଇ ଆଜି ଇଣ୍ଡିଆନ ଓଭରସିଜ କଂଗ୍ରେସର ଅଧ୍ୟକ୍ଷ ସାମ୍ ପିଟ୍ରୋଡା ଏହି ଉତ୍ତରାଧିକାରୀ ଟ୍ୟାକ୍ସକୁ ନେଇ ଏପରି କହିଛନ୍ତି ଯାହା ଲୋକସଭା ନିର୍ବାଚନ ମଧ୍ୟରେ ଭାରତରେ ରାଜନୈତିକ ବିପ୍ଲବ ସୃଷ୍ଟି କରିଛି । ଭାରତୀୟ ଜନତା ପାର୍ଟୀକୁ କଂଗ୍ରେସ ଉପରେ ଆକ୍ରମଣ କରିବାକୁ ଏକ ପ୍ରସଙ୍ଗ ମିଳିଗଲା । ସାମ୍ ପିଟ୍ରୋଡା ନିଜ ବିବୃତ୍ତିରେ ଏହି ବିଷୟରେ କହିଛନ୍ତି । ତେବେ ଆସନ୍ତୁ ଜାଣିବା ଏହି ବିଷୟରେ..

ଇନହେରିଟାନ୍ସ ଟ୍ୟାକ୍ସ ଏକ ଏପରି ଟ୍ୟାକ୍ସ ଯାହା ସଂପତ୍ତି ଉପରେ ଲାଗିଥାଏ । ହେଲେ ଏହି ସଂପତ୍ତି କର ନୁହେଁ । ଅନେକ ଥର ଆମେରିକାରେ ଇନହେରିଟାନ୍ସ ଟ୍ୟାକ୍ସ ଲଗାଯିବା କଥାକୁ ନେଇ ଆଲୋଚନା ହୋଇଛି । ଆମେରିକା ପରିଭାଷା ଅନୁଯାୟୀ, ଏହା ସେହି ଟ୍ୟାକ୍ସ ଯାହା କୌଣସି ବ୍ୟକ୍ତିର ମୃତ୍ୟୁ ପରେ ସେହି ସଂପତ୍ତି ଉପରେ ଲାଗିଥାଏ । ଯାହା ଉତ୍ତରାଧିକାରୀମାନଙ୍କୁ ମିଳେ । ଉତ୍ତରାଧିକାରୀ ସଂପତ୍ତି ଟ୍ରାନ୍ସଫର ହେବା ପୂର୍ବରୁ ଏହି ଟ୍ୟାକ୍ସ ଲାଗିଥାଏ ।

ଆମେରିକାରେ ଏହି ଟ୍ୟାକ୍ସର ରେଟ ୪୦ ପ୍ରତିଶତ ଅଟେ । ଏହାର ଅର୍ଥ ବ୍ୟକ୍ତି ଜୀବନସାରା ରୋଜଗାର କରି ଜମାକରିଥିବା ଟଙ୍କାକୁ ସଂପୂର୍ଣ୍ଣ ଭାବେ ନେଇ ପାରିବେ ନାହିଁ । ମନେକର ୧ କୋଟି ଟଙ୍କାର ସଂପତ୍ତି ରହିଛି ଯାହା ଅଧିକାରୀମାନଙ୍କୁ ମିଳୁଛି । ବ୍ୟକ୍ତିର ମୃତ୍ୟୁ ପରେ ଅଧିକାରୀମାନଙ୍କ ନାମ ଚଢାଇବାକୁ ସେହି ସଂପତ୍ତିରେ ୪୦ ଲକ୍ଷ ଟଙ୍କା ଟ୍ୟାକ୍ସ ଜରିବାକୁ ପଡିବ । ଅର୍ଥାତ ୬୦ଲକ୍ଷ ଉତ୍ତରାଧିକାରୀଙ୍କୁ ପ୍ରଦାନ କରାଯିବ । ସେହିଭଳି ଯଦି ଉତ୍ତରାଧିକାରୀଙ୍କ ସଂଖ୍ୟା ୨ ବା ୩ ତେବେ ସମସ୍ତଙ୍କ ଭାଗରେ ଯେତିକି ସଂପତ୍ତି ଆସିବ, ସେହି ହିସାବରେ ଟ୍ୟାକ୍ସ ଲଗାଯିବ ।

ଏତେ ବଡ ଟ୍ୟାକ୍ସକୁ ନେଇ ଅନେକ ପ୍ରଶ୍ନ ଉଠୁଛି ଯେ । ପ୍ରକୃତରେ ସରକାରଙ୍କର ଏପରି ଉଦ୍ଦେଶ୍ୟ ହେଉଛି ରାଜସ୍ୱ ବନାଇବା । ଯେବେ ସରକାରଙ୍କ ପାଖେ ଏହି ଟଙ୍କା ଆସିବ ସେବେ ସେ ବିକାଶମୂଳକ କାର୍ଯ୍ୟରେ ବିନିଯୋଗ କରିବେ । ତେବେ ଭାରତରେ ଇନହେରିଟାନ୍ସ ଟ୍ୟାକ୍ସ ଲାଗୁ କରାଯାଉନି । ୧୯୮୫ରେ ରାଜୀବ ଗାନ୍ଧୀଙ୍କ ସରକାର ସମୟରେ ଏହାକୁ ଉଠାଯାଇଥିଲା ।

Get real time updates directly on you device, subscribe now.