fbpx

ଏହି ବ୍ୟାଙ୍କ ଉପରେ RBI ନେଲା କାର୍ଯ୍ୟାନୁଷ୍ଠାନ, ଜାଣନ୍ତୁ ଗ୍ରାହକଙ୍କୁ କେଉଁ ଅସୁବିଧାର ସାମ୍ନା କରିବାକୁ ହେବ

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)ଏବେ ଏକ ବ୍ୟାଙ୍କ ଉପରେ ବଡ କାର୍ଯ୍ୟାନୁଷ୍ଠାନ ନେଇଛି । ଏହା ଏକ କୋଅପରେଟିଭ୍ ବ୍ୟାଙ୍କ ଯାହା ମହାରାଷ୍ଟ୍ର ଉଲ୍ଲାସନଗରରେ ରହିଛି । କେନ୍ଦ୍ରୀୟ ବ୍ୟାଙ୍କ ଏହା ଉପରେ ନଗଦ ଉଠାଣ ସହିତ ବିଭିନ୍ନ ପ୍ରକାର ପ୍ରତିବନ୍ଧ ଲଗାଇଛି । ଅର୍ଥାତ୍ ଯଦି ଆପଣଙ୍କର ଏହି ବ୍ୟାଙ୍କରେ ଆକାଉଣ୍ଟ ରହିଛି ତେବେ ଆପଣ ଏବେ ଟଙ୍କା ଉଠାଇପାରିବେ ନାହିଁ । ଏହା ସହିତ ବ୍ୟାଙ୍କ କାହାକୁ ଲୋନ୍ ବି ଦେଇପାରିବ ନାହିଁ ଓ କୌଣସି ପ୍ରକାର ବ୍ୟବସାୟରେ ବି ପଇସା ଲଗାଇ ପାରିବ ନାହିଁ ।

ଏହି କୋଅପରେଟିଭ୍ ବ୍ୟାଙ୍କର ଦୂର୍ବଳ ଆର୍ଥିକ ଅବସ୍ଥାକୁ ଦେଖି RBI  ଏପରି ପ୍ରତିବନ୍ଧ ଲଗାଇଛି । RBI କହିଛି ଏହି ବ୍ୟାଙ୍କର ଆର୍ଥିକ ଅବସ୍ଥା ବହୁତ ଖରାପ । ତେଣୁ ବ୍ୟାଙ୍କ ଉପରେ ଏପରି ପ୍ରତିବନ୍ଧ ଲଗାଯାଇଛି । କିନ୍ତୁ ଏହାର ଜମାକାରୀ ନିଜର ଜମା ବୀମା ଓ କ୍ରେଡିଟ୍ ଗ୍ୟାରେଣ୍ଟୀ ନିଗମରୁ ନିଜ ଜମା ରାଶିରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା ଆକାରରେ ପାଇବାକୁ ହକଦାର ।

RBI ମଙ୍ଗଳବାର କୋଣାର୍କ ଅର୍ବାନ କୋଅପରେଟିଭ୍‌, ଉଲ୍ଲାସନଗର, ମହାରାଷ୍ଟ୍ର ଉପରେ ବିଭିନ୍ନ କ୍ଷେତ୍ରରେ ପ୍ରତିବନ୍ଧ ଲଗାଇଛି । ଏହି ପ୍ରତିବନ୍ଧ ବ୍ୟାଙ୍କିଂ ରେଗୁଲେସନ ଆକ୍ଟ ୧୯୪୯ର ଧାରା ୩୫ଏ ଜରିଆରେ ଲଗାଯାଇଛି । ଏହି ପ୍ରତିବନ୍ଧ ଏପ୍ରିଲ ୨୩, ୨୦୨୪ରୁ ଲାଗୁ ହେବ ।

 

Get real time updates directly on you device, subscribe now.