fbpx

ପାକିସ୍ତାନରେ ନିର୍ବାଚନକୁ ନେଇ ଆମେରିକା ଉଠାଇଲା ପ୍ରଶ୍ନ, ମୋବାଇଲ ସେବା ଓ ଇଣ୍ଟରନେଟ୍ ବନ୍ଦକୁ କଲା ନିନ୍ଦା

ନୂଆଦିଲ୍ଲୀ: ପାକିସ୍ତାନରେ ହୋଇନାହିଁ ନିଃସ୍ପକ୍ଷ ନିର୍ବାଚନ । ପାକିସ୍ତାନରେ ନିର୍ବାଚନକୁ ନେଇ ଅ।।ମେରିକା ଏବେ ପ୍ରଶ୍ନ ଉଠାଇଛି । ଭୋଟ ଗଣତି ଜାରି ରହିଥିବା ବେଳେ ଆମେରିକା କଂଗ୍ରେସ ସାଂସଦ ରାଜନୈତିକ ହିଂସା, ସେଲ୍ ଫୋନ୍ ବନ୍ଦ କରାଯିବା ଓ ସ୍ୱତନ୍ତ୍ରତା ଉପରେ ପ୍ରତିବନ୍ଧକୁ ନେଇ ନିନ୍ଦା କରିଛି ।

ପାକିସ୍ତାନରେ ନିର୍ବାଚନ ହିଂସା ଓ ଏହାର କାଙ୍ଗାଳ ଅର୍ଥବ୍ୟବସ୍ଥା ମଧ୍ୟରେ ଅନୁଷ୍ଠିତ ହୋଇଛି । ପୁରା ଦିନ ମୋବାଇଲ ଫୋନ୍ ସେବା ଓ ଇଣ୍ଟରନେଟ୍ ସେବା ବନ୍ଦ ରହିଥିଲା । ଫଳରେ ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ମିଡିଆ ପର୍ଯ୍ୟନ୍ତ କେହି ବି ନିର୍ବାଚନ ବିଷୟରେ କିଛି ବି ଖବର ପାଇପାରିଲେ ନାହିଁ । ଏହା ସତ୍ତ୍ୱେ ଲୋକମାନେ ମତଦାନ କେନ୍ଦ୍ରକୁ ଯାଇ ଭୋଟ ଦେଲେ । କିନ୍ତୁ ନୱାଜ ସରିଫଙ୍କ ଦଳକୁ ଛାଡି ସବୁ ଦଳ ମୋବାଇଲ ଓ ଇଣ୍ଟରନେଟ୍ ସେବା ବନ୍ଦକୁ ନେଇ ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି । ଏହାରି ମଧ୍ୟରେ ଆମେରିକା ପାକିସ୍ତାନ ଉପରେ ବଡ ଅଭିଯୋଗ ଲାଗାଇଛି । ଆମେରିକା କହିଛି ପାକିସ୍ତାନରେ ନିର୍ବାଚନ ନିଃଷ୍ପକ୍ଷ ନୁହେଁ । ଏଠାରେ ନିର୍ବାଚନ ସମୟରେ ମୋବାଇଲ ଓ ଇଣ୍ଟନେଟ୍ ସେବା ବନ୍ଦ କରାଯିବା ଓ ହିଂସାକାଣ୍ଡ ଘଟିବାକୁ ନେଇ ଆମେରିକା ଘୋର ନିନ୍ଦା କରିଛି ।

Get real time updates directly on you device, subscribe now.