fbpx

ପାକିସ୍ତାନ ନିର୍ବାଚନ: ପୂର୍ବତନ ପ୍ରଧାନମନ୍ତ୍ରୀ ନବାଜ ଶରିଫ ୫୫ ହଜାର ଭୋଟରେ ବିଜୟୀ

ନୂଆଦିଲ୍ଲୀ: ଗତ ୮ ତାରିଖରେ ପାକିସ୍ତାନରେ ସାଧାରଣ ନିର୍ବାଚନର ଭୋଟ ଗ୍ରହଣ କରାଯାଇଥିବା ବେଳେ ଆଜି ଗଣତି ପ୍ରକ୍ରିୟା ଚାଲିଛି । ଦେଶର ୩ଟି ପ୍ରମୁଖ ରାଜନୈତିକ ଦଳ ପାକିସ୍ତାନ ତେହରିଖ-ଇ-ଇନସାଫ (ପିଟିଆଇ), ପାକିସ୍ତାନ ମୁସଲିମ ଲିଗ (ଏନ) (ପିଏମଏଲଏନ) ମଧ୍ୟରେ କଡ଼ା ଟକ୍କର ଚାଲିଛି । ଏହା ମଧ୍ୟରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ଉତ୍ତର-ପୂର୍ବ-୧୨୩ ଲାହୋର ଆସନରୁ ବିଜୟୀ ହୋଇସାରିଥିବା ବେଳେ ଏବେ ପୁଣି ଆସିଛି ଏକ ବଡ଼ ଅପଡେଟ୍ ।

ସୂଚନା ମୁତାବକ, ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତୀ ନବାଜ ଶରିଫ ନିର୍ବାଚନରେ ବିଜୟୀ ହୋଇଛନ୍ତି । ସେ ତାଙ୍କର ନିକଟମ ପ୍ରତିଦ୍ୱନ୍ଦ୍ୱୀ ୟାସମିନ ରଶିଦଙ୍କୁ ୫୫ ହଜାରରୁ ଅଧିକ ଭୋଟରେ ପରାସ୍ତ କରିଥିବା ଜଣାପଡ଼ିଛି । ସେହିପରି ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଝିଅ ମରିୟମ୍ ନବାଜ ଶରିଫ ମଧ୍ୟ ବିଜୟୀ ହୋଇଥିବା ଜଣାପଡ଼ିଛି । ତେବେ ଏହା ମଧ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପାର୍ଟି ପିଟିଆଇ ପକ୍ଷରୁ ଏକ ବୟାନ ଜାରି କରାଯାଇ ପରାଜୟ ଗ୍ରହଣ କରିବାକୁ ନବାଜ ଶରିଫଙ୍କୁ କୁହାଯାଇଛି ।

ସୂଚନାଯୋଗ୍ୟ ଯେ, ଇଣ୍ଟରନେଟ ସେବା ବ୍ୟାହତ କାରଣରୁ ଆଜି ଭୋଟ ଗଣତି ପ୍ରକ୍ରିୟା ବିଳମ୍ବ ହୋଇଥିଲା । ପ୍ରାଥମିକ ଭୋଟ ଗଣତି ସମୟରେ ଇମ୍ରାନଙ୍କ ପାର୍ଟି ଆଗରେ ରହିଥିବା ବେଳେ ପରବର୍ତ୍ତୀ ସମୟରେ ନବାଜ ଶରିଫଙ୍କ ପାର୍ଟି ଆଗରେ ରହିଥିଲା । ପୂର୍ବ ବର୍ଷମାନଙ୍କରେ ଭୋଟ ଗ୍ରହଣ ଦିନ ବିଳମ୍ବିତ ରାତି ସୁଦ୍ଧା ଫଳାଫଳ ଘୋଷଣା କରାଯାଉଥିବା ବେଳେ ଏଥର ଭୋଟ ପରଦିନ ଗଣନା କରାଯାଉଛି । ସେଥିପାଇଁ ଏବେ ପାକିସ୍ତାନରେ ମତଗଣନାକୁ ପ୍ରଶ୍ନବାଚୀ ଉଠିଛି । ମୋଟ ୩୩୬ଟି ଆସନରେ ଭୋଟ ହୋଇଥିଲେ ହେଁ ସେଥିମଧ୍ୟରୁ ମାତ୍ର ୨୬୬ଟି ଆସନରେ ନିର୍ବାଚନ ଜରିଆରେ ବିଜୟୀଙ୍କୁ ଘୋଷିତ କରାଯିବ । ମୋଟ ୭୦ଟି ଆସନ ସଂରକ୍ଷିତ ରହିଥିବା ବେଳେ ମହିଳାଙ୍କ ପାଇଁ ୬୦ଟି ଓ ଅଣମୁସଲିମଙ୍କ ପାଇଁ ୧୦ଟି ସଂରକ୍ଷିତ ରହିଛି । ୨୦୧୮ରେ ପିଟିଆଇ ୧୪୯ଟି ଆସନରେ ଜିତିଥିବା ବେଳେ ପିଏମଏଲଏନ ୮୨ଟି ଓ ପିପିପି ୫୪ଟିରେ ଜିତିଥିଲା ।

Get real time updates directly on you device, subscribe now.