fbpx

(Video)ସାମ୍ନାକୁ ଆସିଲା ବିଶ୍ୱର ପ୍ରଥମ AI ଶିଶୁ, ମଣିଷ ପରି କରୁଛି ବ୍ୟବହାର, ଦେଉଛି ସବୁ ପ୍ରଶ୍ନର ଉତ୍ତର

ନୂଆଦିଲ୍ଲୀ: ସାମ୍ନାକୁ ଆସିଲା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ଏକ ବଡ ଚମତ୍କାର । ଏକ ସଂସ୍ଥା ବିଶ୍ୱର ପ୍ରଥମ – ଶିଶୁ ସୃଷ୍ଟି କରିଛି ଯିଏ ପୁରା ମାନବ ଶିଶୁ ପରି ଆଚରଣ କରୁଛି । ଏହି ଶିଶୁ ପାଖରେ ସବୁ ପ୍ରଶ୍ନର ଉତ୍ତର ରହିଛି । ୩ ବର୍ଷୀୟ ଏହି ଶିଶୁ ପାଖରେ ମାନବ ଶିଶୁ ପରି ଭାବନାତ୍ମକ ବ୍ୟବହାର କରିବାର କ୍ଷମତା ରହିଛି । ଏହି ଶିଶୁ ରାଗିବା ସହିତ ଖୁସିରେ ହସୁଛି ବି । ଏହା ବ୍ୟତିତ ତା’ ଚେହେରାରେ ଉଦାସ ଭାବ ବି ଦେଖାଯାଉଛି । ପ୍ରଥମ ଥର ଲାଗି କୌଣସି କମ୍ପାନୀ ଏହି ପ୍ରକାର ପ୍ରୟୋଗ କରିଛି ଓ ସଫଳ ହୋଇଛି । ଏହି ପ୍ରୟୋଗ ଏବେ ସାରା ଦୁନିଆରେ ହଲଚଲ ଖେଳାଇ ଦେଇଛି ।

ଏହି କାରନାମା ଚୀନ୍‌ର ବେଜିଂ ଇନଷ୍ଟିଚ୍ୟୁଟ ଫର୍ ଜେନେରାଲ୍ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (BIGAI) କରି ଦେଖାଇଛି । ଏହି ସଂସ୍ଥା ଶିଶୁର ନାମ ରଖିଛି ଟଙ୍ଗ ଟଙ୍ଗ ଯାହାର ଇଂରାଜୀ ଅର୍ଥ ଲିଟିଲ୍ ଗାର୍ଲ । ଏହାକୁ ଲଞ୍ଚ କରାଯିବା ପରେ ସାରା ଦୁନିଆ ଏହା ଦେଖି ଚକିତ ହୋଇପଡିଛି । ଏହି ଶିଶୁ ମଧ୍ୟରେ ଛୋଟ ପିିଲା ପରି ଚପଳତା ରହିଛି ଆଉ ଜଣେ ଅନୁଭବୀ ପରି ସମସ୍ୟା ସମାଧାନ କରିବାର କ୍ଷମତା ବି ରହିଛି । ଏହା ଲୋକଙ୍କ ଠାରୁ ଶିଖିବାର କ୍ଷମତା ବି ରଖିଛି । ଅର୍ଥାତ୍ ଆପଣ ତାକୁ କିଛି କରିବାକୁ କହିଲେ ସେ ସେହିପରି କାମ ବି କରୁଛି ।

Get real time updates directly on you device, subscribe now.