ଉଚ୍ଚଶିକ୍ଷିତ ସିରିଅଲ କିଲର: ଓକିଲାତି ପାଠପଢି ୩୦ ଯୁବତୀଙ୍କୁ କରିଥିଲା ହତ୍ୟା, ପଚାଶଢା ଶଵ ସହ କରୁଥିଲା ସେକ୍ସ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅନେକ ସମୟରେ ଏଭଳି ଲୋକ ଦେଖିବାକୁ ମିଳିଥାନ୍ତି ଯେଉଁମାନେ ଟଙ୍କା ତଥା ଖାଦ୍ୟ ଅଭବାରୁ ଅପରାଧର ରାସ୍ତା ଆପଣାଇଥାନ୍ତି, ବନିଯାଇଥାନ୍ତି ସିରିଏଲ କିଲର । କିନ୍ତୁ ଆଜି ଆମେ ଆପଣଙ୍କୁ ଏଭଳି ଜଣେ ସିରିଏଲ କିଲର ବିଷୟରେ କହିବାକୁ ଯାଉଛୁ ଯିଏ ଗରିବ ନଥିଲା କି ମୂର୍ଖ ନଥିଲା କିମ୍ବା କୌଣସି ସିରିଏଲ କିଲର ପରି ମଧ୍ୟ ଦେଖଯାଉନଥିଲା କିନ୍ତୁ ସେ କରିଥିଲା ୩୦ ରୁ ଅଧିକ ମହିଳାଙ୍କ ହତ୍ୟା । ଯାହା ପାଲଟିଥିଲା ବେଶ୍ ଚର୍ଚ୍ଚାର ବିଷୟ । ଖାଲି ସେତିକି ନୁହେଁ ମୃତ ଶବ ସହିତ ସେ ରେପ୍ ମଧ୍ୟ କରୁଥିଲା ।

ଟେଡ ବଣ୍ଡି ଆମେରିକା ଅପରାଧ ଇତିହାସରେ ଏକ ଚର୍ଚ୍ଚିତ ସିରିଏଲ କିଲର । ତା’ ନାଁରେ ଅଭିଯୋଗ ରହିଛି ଯେ ସେ ୩୦ ମହିଳାଙ୍କୁ ହତ୍ୟା କରିଛି  । ଖାଲି ସେତିକି ନୁହେଁ ହତ୍ୟା ପରେ ଶବ ସହ ରେପ୍ ମଧ୍ୟ କରୁଥିଲା ସେ । ଟେଡ ନିଜେ ମଧ୍ୟ ଏହା ସ୍ୱୀକାର କରିଥିଲା । ଅନେକ ସମୟରେ ସେ ମହିଳାଙ୍କୁ ମାରି ଜଙ୍ଗଲରେ ଶବକୁ ଫିଙ୍ଗିଦେଉଥିଲା ଆଉ ଅନେକ ଥର ସେହି ସ୍ଥାନକୁ ଯାଇ ସଢ଼ୁଥିବା ସେହି ଶବ ସହ ରେପ୍ କରୁଥିଲା । ଅନେକ କହିଛନ୍ତି ସେ ୩୦ ରୁ ଅଧିକ ମହିଳାଙ୍କ ହତ୍ୟା କରିଛି । ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ ତାକୁ ଏପର୍ଯ୍ୟନ୍ତ ଧରାଯାଇପାରି ନଥିଲା କିପରି?

ତେବେ ଏନେଇ ମିସେଲ, ବୁଡ୍ ଜଣେ ଜାସୁସ୍ କହିଛନ୍ତି ଏମିତି ହେବାର କାରଣ ହେଉଛି ଜଣେ ଅପରାଧୀ, ଅପରାଧୀ ଭଳି ଦେଖାଯିବା ଦରକାର । କିନ୍ତୁ ଟେଡ ବଣ୍ଡି ଏଭଳି ନଥିଲା ସେ ଏହାର ବିପରୀତ ଥିଲା । ସେ ଉଚ୍ଚଶିକ୍ଷିତ ଥିଲା ଲ’ ଏବଂ ସାଇକୋଲୋଜୀ ପଢ଼ିଥିବା ଟେଡ ଆମେରିକାନ ରିପବ୍ଲିକାନ ପାର୍ଟୀରେ ବି ଯୋଗ ଦେଇଥିଲା । ନିଜର ଏହି ସବୁ ଦକ୍ଷତା ଯୋଗୁଁ ଲୋକଙ୍କ ମନୋବିଜ୍ଞାନକୁ ଜାଣିପାରୁଥିଲା ଏବଂ କାନୁନ ଠାରୁ ବଞ୍ଚିବା ନେଇ ମଧ୍ୟ ଜଣାଥିଲା । ସେ ବିଭିନ୍ନ ଗୁଇନ୍ଦା ଏଜେନ୍ସୀ ସହ ମଧ୍ୟ କାମ କରିଥିଲା ।

ତେବେ ସେ ଯୁବତୀ ମାନଙ୍କୁ କଅଁଳ କଥା କହି ଫସାଉବାର ବିଭିନ୍ନ କଳା ତାକୁ ଜଣାଥିଲା ନିଜର ବେଶଭୂଷା ତ କେତେବେଳେ ନିଜର କୌଣସି ଦୁର୍ବଳତା ଯେମିତିକି ହାତରେ ପ୍ଳାଷ୍ଟର ଲଗାଇ ତ କେତେବେଳେ ଆଶାବାଡୀ ଧରି ସେମାନଙ୍କୁ ପାଖକୁ ଯାଉଥିଲା ଏବଂ ତାଙ୍କୁ ନିଜ କଥାରେ ଫସାଇନେଉଥିଲା । ଫଳରେ ପୀଡ଼ିତ ମାନଙ୍କୁ ଲାଗୁଥିଲା ଏଭଳି ଅସହାୟ ଲୋକ ସେମାନଙ୍କର କ’ଣ କରିପାରିବ ଏବଂ ଏଭଳି ଭାବରେ ସେମାନେ ତା’ର ଜାଲରେ ଫସିଯାଉଥିଲେ ।

ଶେଷରେ କିଛି ସୁରାଗ ମିିଳିବା ପରେ ଏହାର ତଦନ୍ତ ଜୋରଦାର କରିଥିଲା ଏବଂ ଫଟୋ ମଧ୍ୟ ମିଡିଆ ମାଧ୍ୟମରେ ପ୍ରସାରିତ କରିଥିଲା ।  ସେହି ସମୟରେ ଟେଡ ୱାସିଙ୍ଗଟନରେ ଆପାତକାଳୀନ ବିଭାଗରେ କାମ କରୁଥିଲେ, ତେବେ ତାଙ୍କର ଏହି ଫଟୋ ଏବଂ ଗାଡ଼ି ବିଷୟରେ ଜାଣିବା ପରେ ଆପାତକାଳୀନ ବିଭାଗରେ କାମ କରୁଥିବା ଜଣେ ବ୍ୟକ୍ତି ପୋଲିସକୁ ଖବର ଦେଇଥିଲେ । କିନ୍ତୁ ଏଭଳି ଅନେକ ଘଟଣା ଘଟୁଥିବା ଏବଂ ଟେଡ ବଣ୍ଡିଙ୍କ ଭଳି ବ୍ୟକ୍ତିତ୍ୱକୁ ପୋଲିସ ସନ୍ଦେହ କରିନଥିଲା ।

ଏହା ପରେ ଅଗଷ୍ଟ ୧୯୭୪ ରେ ଟେଡ ୟୁଟ୍ଟା ୟୁନଭର୍ସିଟିରେ ଲ ସ୍କୁଲରେ ସିଲେକ୍ଟ ହୋଇଥିଲେ ଏବଂ ୱାସିଙ୍ଗଟନରୁ  ୟୁଟ୍ଟା ଚାଲିଆସିଥିଲେ ଆଉ ଏବେ କୋଲୋରାଡୋ ଏବଂ ୟୁଟ୍ଟାରେ ସେହିଭଳି ମର୍ଡର ଏବଂ କ୍ରାଇମ ହେବା ଆରମ୍ଭ ହୋଇଯାଇଥିଲା ।  । ତଦନ୍ତରେ ଟେଡ ବଣ୍ଡି ନାଁ ମଧ୍ୟ ଆସିଥିଲା କିନ୍ତୁ  ସେତେବେଳେ କୋଲୋରାଡୋ ଏବଂ ୟୁଟ୍ଟାରେ ୱାସିଙ୍ଗଟନରେ ଘଟିଥିବା ଘଟଣାକୁ ଯୋଡ଼ାଯାଇନଥିଲା ।

ଏହପରି ଭାବରେ ତଦନ୍ତ ଜାରି ରହିଥିଲା, ଏହାରି ମଧ୍ୟରେ ପୋଲିସ୍ ଟେଡଙ୍କ କାରକୁ ସଲ୍ଟଲେକ ସିଟିରୁ ଧରିଥିଲେ କାରଣ ପୋଲିସଙ୍କ କହିବା ଅନୁଯାୟୀ ତାଙ୍କ କାର୍ଯ୍ୟକଳାପ ସନ୍ଦେହଜନକ ଥିଲା ଏବଂ ତାଙ୍କ କାରକୁ ସର୍ଚ୍ଚ କଲାପରେ ତାଙ୍କର ସନ୍ଦେହ ଦୃଢ଼ୀଭୂତ ହୋଇଥିଲା କାରଣ ତାଙ୍କ କାରରୁ ବିଭିନ୍ନ ଅଜବ ଜିନିଷ ମିଳିଥିଲା ଯେମିତିକି ହାତକଡ଼ି, ରସି ଗ୍ଲୋଭସ ଏଭଳି  । ପୋଲିସର ସନ୍ଦେହ ବଢ଼ିଥିଲା ଏବଂ ପୋଲିସ୍ ଟେଡ ବଣ୍ଡିର ଘରକୁ ସର୍ଚ୍ଚ ମଧ୍ୟ କରିଥିଲା କିନ୍ତୁ ସେଠାରୁ ଖାଲିହାତରେ ଫେରିବାକୁ ପଡ଼ିଥିଲା । ଆଉ ପୋଲିସ ତାଙ୍କୁ ଛାଡ଼ିଦେଇଥିଲା ।

କିନ୍ତୁ ପୋଲିସ ତାଙ୍କ ଉପରେ ନଜର ରଖିଥିଲା । ଏହାରି ମଧ୍ୟରେ ନିଜ କାରକୁ ମଧ୍ୟ ବିକ୍ରି କରିଦେଇଥିଲା କିନ୍ତୁ ପୋଲିସ ତାଙ୍କର କାରର ଆହୁରି ଭଲ ଭାବରେ ସର୍ଚ୍ଚ କରିଥିଲା ଯେଉଁଥିରେ ତାଙ୍କୁ ମହିଳାଙ୍କ କେଶ ମିଳିଥିଲା । ତାଙ୍କୁ ପୁଣି ଥରେ ଆରେଷ୍ଟ କରିଥିଲେ କିନ୍ତୁ ତା’ର ବାପା ମା’ ତା’ର ଜାମିନ କରିଥିଲେ । ଏହାରି ମଧ୍ୟରେ ପୋଲିସ ଯେଉଁଠାରେ ଟେଡ ପୂର୍ବରୁ ରହିଥିଲା ସେଠାରେ ଘଟିଥିବା ଘଟଣା ସହ ଯୋଡ଼ିଥିଲା ଏବଂ ପୋଲିସ ତଦନ୍ତ ତ୍ୱରାନ୍ୱିତ ହୋଇଥିଲା ପୋଲିସ ନିଶ୍ଚିତ ହୋଇଥିଲା ଯେ ଟେଡ ହିଁ ଅପରାଧୀ, ସେହି ସିରିଏଲ କିଲର ।

କିନ୍ତୁ ଆରମ୍ଭରେ ତା’ ଉପରେ ଅପହରଣ ଏବଂ ଆକ୍ରମଣର କେସ ଚାଲିଥିଲା, ଏବେ ତାକୁ ଲାଗିଥିଲା ଯେ ସେ ବାକି କେସରେ ମଧ୍ୟ ଧରାପଡ଼ିଯାଇପାରେ ଫଳରେ ସେ ନିଜ କେସ୍ ନିଜ ଲଢ଼ିଥିଲା । ଏବଂ କେସ ପାଇଁ  ରିସର୍ଚ୍ଚ କରିବା ବାହାନାରେ ଲାଇବ୍ରେରୀ ଯିବାକୁ ଅନୁମତି ଚାହିଥିଲା ଏବଂ ଲାଇବ୍ରେରୀର ଝରକାରେ ଖସି ପଳାଇଯାଇଥିଲା । ୧୩  ଜୁନ୍  ୧୯୭୭ରେ ପୁଣି ଥରେ ପୋଲିସ ହାତରେ ଧରାପଡ଼ିଥିଲା । ଏହାପରେ ଯେଉଁ ଜେଲରେ ତାଙ୍କୁ ରଖାଯାଇଥିଲା ସେଠାରୁ ମଧ୍ୟ  ସେ ୩୦ ଡିସେମ୍ବର ୧୯୭୭ ରେ ପୁଣି ଥରେ ଖସିପଳାଇବାରେ ସକ୍ଷମ ହୋଇଥିଲା । ଏହପରେ ଆଟଲାଣ୍ଟା ଏବଂ ଫ୍ଲୋରିଡା କୁ ଚାଲିଯାଇଥିଲା ସେଠରେ ମଧ୍ୟ  ତାର ଅପରାଧ କରିଚାଲିଥିଲା ଏହି ସମୟରେ ୧୫ ଜାନୁଆରୀ ୧୯୭୮ ରାତିରେ ତିନି ମହିଳାଙ୍କୁ ମାରପିଟ୍ କରିବା ସହ ଜବରଦସ୍ତି କରିଥଲା ଯେଉଁଥିରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା ।

ଘଟଣାର କିଛି ଦିନ ପରେ ତାଙ୍କୁ ପୋଲିସ ଧରିଥଲା । ଆଉ ସେତେବେଳେ ଟେଡ ପୋଲିସକୁ ଆକ୍ରମଣ କରଥିଲା ଏବଂ ଖସିପଳାଇବାକୁ ଚେଷ୍ଟା କରିଥିଲା । ସେ ପୋଲିସର ପିସ୍ତଲ ଚୋରାଇବାକୁ ମଧ୍ୟ ଚେଷ୍ଟା କରୁଥିଲା କିନ୍ତୁ ସେଥିରେ ସକ୍ଷମ ହୋଇନଥିଲା । ଶେଷରେ ୧୫ ଫେବୃଆରୀ ୧୯୭୮ ତୃତୀୟ ଥର ସେ ଗିରଫ ହୋଇଥଥିଲା ।  ପରେ ୨୪ ଜାନୁଆରୀ ୧୯ ୭୯ ରେ ଟେଡ ବଣ୍ଡିକୁ ଇଲେକ୍ଟ୍ରିକ୍ ଚେୟାର ମାଧ୍ୟମରେ ମୃତ୍ୟୁ ଦଣ୍ଡ ଦିଆଯାଇଥିଲା ।

Get real time updates directly on you device, subscribe now.