fbpx

କିରଣଙ୍କଠାରୁ ଅଲଗା ହେବା ପଛର କାରଣ କ’ଣ ଥିଲା, ରିଲେସନସିପକୁ ନେଇ ବଡ଼ ଖୁଲାସା କଲେ ଅମିର

ନୂଆଦିଲ୍ଲୀ: ବଲିଉଡର ମିଷ୍ଟର ପରଫେକ୍ଟନିଷ୍ଟ ଅମିର ଖାନ ଓ ତାଙ୍କର ଧର୍ମପତ୍ନୀ କିରଣ ରାଓ ଅନେକ ବର୍ଷ ଧରି ରିଲେସନସିପରେ ରହିବା ପରେ ପରସ୍ପରକୁ ବିବାହ କରିଥିଲେ । ତେବେ ୧୫ ବର୍ଷ ଧରି ଏକତ୍ର ରହିବା ପରେ ଗତବର୍ଷ ଜୁଲାଇ ମାସରେ ଦୁହେଁ ଅଲଗା ରହିବା ନେଇ ନିଷ୍ପତ୍ତି ନେଇଥିଲେ । ଦୁହିଁଙ୍କ ମଧ୍ୟରେ ଡିଭୋର୍ସ ହୋଇଥିଲେ ହେଁ ଏହା ପଛର ପ୍ରକୃତ କାରଣ ବିଷୟରେ ଦମ୍ପତ୍ତି ଖୋଲାଖୋଲି ପ୍ରକାଶ କରିନଥିଲେ । ତେବେ ନିକଟରେ ଅମିର ତାଙ୍କର ବିଚ୍ଛେଦ ପଛର କାରଣ ବିଷୟରେ ଖୁଲାସା କରିଛନ୍ତି ।

ତେବେ ଅମିରଙ୍କ ଅନ୍ୟ କାହା ସହିତ ସମ୍ପର୍କ ରହିଥିବାରୁ ତାଙ୍କଠାରୁ କିରଣ ଡିଭୋର୍ସ ନେଇଥିଲେ ବୋଲି ଫ୍ୟାନ୍ସଙ୍କ ମଧ୍ୟରେ ଚର୍ଚ୍ଚା ହେଉଥିଲା । ଏନେଇ ଏକ ସାକ୍ଷାତକାରରେ ଅମିର କହିଛନ୍ତି ଯେ, ଆମ ଦୁହିଁଙ୍କ ତଲାକ କିରଣଙ୍କ କାରଣରୁ ହୋଇନଥିଲା । ସେତେବେଳେ ମୋର କାହା ସହିତ ଆଫେୟାର ନଥିଲା, ଆଜି ବି ନାହିଁ । ମୁଁ ଆଉ କିରଣ ପରସ୍ପରକୁ ବହୁତ ଭଲ ପାଇବା ସହ ସମ୍ମାନ କରୁଥିଲୁ । ଦୁହିଁଙ୍କ ପରିବାର ପରସ୍ପରକୁ ଗ୍ରହଣ କରନ୍ତି । କିରଣଙ୍କ ପିତାମାତା, ଭାଇ, ଭଉଣୀ ମୋ ପରିବାର ଭଳି । ଆମେ ଏକତ୍ର ପାନୀ ଫାଉଣ୍ଡେସନରେ କାର୍ଯ୍ୟ କରିବା ସହ ଗୋଟିଏ ବିଲ୍ଡିଂରେ ରହୁଛୁ ।

ଅମିର ପୁଣି କହିଛନ୍ତି, ଯେତେବେଳେ ପତିପତି ଅଲଗା ହୁଅନ୍ତି, ଅଧିକାଂଶ କ୍ଷେତ୍ରରେ ସେମାନଙ୍କ ମଧ୍ୟରେ ବିବାଦ ଉପୁଜିଥାଏ । ମାତ୍ର ଆମ କ୍ଷେତ୍ରରେ ସେଭଳି ଦେଖିବାକୁ ମିଳିନାହିଁ । ମୋର ପୂର୍ବ ପତ୍ନୀ ରୀନା ଦତ୍ତଙ୍କୁ ମଧ୍ୟ ମୁଁ ବହୁତ ଭଲ ପାଉଥିଲି । କିରଣ ମୋ ଜୀବନକୁ ଆସିବା କାରଣରୁ ରୀନାଙ୍କ ସହିତ ବିଚ୍ଛେଦ ହୋଇନଥିଲା । ଆମେ ତିନିଜଣ ଯାକ ପନୀ ଫାଉଣ୍ଡେସନରେ କାର୍ଯ୍ୟ କରୁଛୁ । ରୀନାଙ୍କ ସହ ତଲାକ ହେବା ସମୟରେ ମୋ ଜୀବନରେ କେହି ନଥିଲେ । ସେହିପରି କିରଣଙ୍କଠାରୁ ଅଲଗା ହେବା ପରେ ମଧ୍ୟ ଆଜି ପର୍ଯ୍ୟନ୍ତ ମୋ ଜୀବନରେ କେହି ନାହାନ୍ତି ।

Get real time updates directly on you device, subscribe now.