fbpx

ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ କାର୍ଯ୍ୟ କେବେ ସରିବ, କେବେ ଖୋଲିବ: ବଡ଼ ଘୋଷଣା କଲେ ଗୃହମନ୍ତ୍ରୀ

ନୂଆଦିଲ୍ଲୀ: ବହୁ ପ୍ରତିକ୍ଷିତ ଅଯୋଧ୍ୟାର ଶ୍ରୀ ରାମ ମନ୍ଦିରକୁ ନେଇ ଆସିଛି ଏକ ବଡ଼ ଖବର । ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀରାମଙ୍କ ଉଦ୍ଦେଶ୍ୟରେ ଉତ୍ତରପ୍ରଦେଶରେ ନିର୍ମାଣ ହେଉଛି ଏକ ବୃହତ ମନ୍ଦିର । ତେବେ ଏହି ମନ୍ଦିରର ନିର୍ମାଣ କାର୍ଯ୍ୟ କେବେ ସରିବ, ମନ୍ଦିର କେବେ ଖୋଲିବ, କେବେ ଭକ୍ତମାନେ ସେମାନଙ୍କର ପ୍ରିୟ ପ୍ରଭୁଙ୍କୁ ଦର୍ଶନ କରିବାର ସୁଯୋଗ ପାଇବେ, ସେନେଇ ଲୋକଙ୍କ ମନରେ ଅନେକ ପ୍ରଶ୍ନ ଆସିବା ସ୍ୱାଭାବିକ ।

ତେବେ ସୂଚନା ମୁତାବକ, ରାମ ମନ୍ଦିରକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପି ଚାଣକ୍ୟ ଅମିତ ଶାହ । ୨୦୨୪ରେ ଦେଶରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ । ତେଣୁ ଆସନ୍ତା ଜାନୁଆରୀ ମାସ ୧ ତାରିଖ ସୁଦ୍ଧା ରାମ ମନ୍ଦିରର ନିର୍ମାଣ କାର୍ଯ୍ୟ ସରିଯିବ । ତ୍ରିପୁରାରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ଶାହ ଏ ବାବଦରେ ସୂଚନା ଦେଇଛନ୍ତି ।

କଂଗ୍ରେସ ଓ ସିପିଆଇ (ଏମ) ରାମ ମନ୍ଦିରର ନିର୍ମାଣ କାର୍ଯ୍ୟରେ ବାଧା ସୃଷ୍ଟି କରିଥିଲେ । ସେମାନେ ଦୀର୍ଘଦିନ ଧରି ନ୍ୟାୟିକ କ୍ଷେତ୍ରରେ ଅନ୍ତରାୟ ସୃଷ୍ଟି କରିବାକୁ ପ୍ରୟାସ କରିଥିଲେ । ପରବର୍ତ୍ତୀ ସମୟରେ ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ୍ଦିରର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ । ମୋଦୀଙ୍କ ଶାସନ ସମୟରେ ଦେଶ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ରହିଛି । କଶ୍ମୀରର ପୁଲୱାମା ଘଟଣାର ୧୦ ଦିନ ପରେ ବାହାଦୁର ଭାରତୀୟ ଯବାନମାନେ ପାକିସ୍ତାନ ଭିତରେ ପଶି ସଫଳତାର ସହ ଅପରେସନ ଶେଷ କରିଥିଲେ । ଏସବୁ କେବଳ ମୋଦୀଙ୍କ ଲିଟରଶିପ ପାଇଁ ହିଁ ସମ୍ଭବ ହୋଇଛି ବୋଲି ଶାହ କହିଥିଲେ ।

Get real time updates directly on you device, subscribe now.