ଅହମ୍ମଦାବାଦ ଅଭିମୁଖେ ଶାହ, ବିମାନ ଚଳାଚଳ ମନ୍ତ୍ରୀଙ୍କୁ ମଧ୍ୟ ଘଟଣାସ୍ଥଳକୁ ଯିବାକୁ ନିର୍ଦ୍ଦେଶ ଦେଲେ ମୋଦି
ପ୍ରଧାନମନ୍ତ୍ରୀଙ୍କ ସହ କଥା ହେବା ପରେ ଅହମ୍ମଦାବାଦ ଅଭିମୁଖେ ଅମିତ୍ ଶାହ।
ଅହମ୍ମଦାବାଦ: ହମ୍ମଦାବାଦରୁ ଲଣ୍ଡନ ଯାଉଥିଲା ଏୟାର ଇଣ୍ଡିଆର ଏକ ବିମାନ। ହେଲେ ଉଡ଼ାଣ ଭରିବା ମାତ୍ରେ ହିଁ ଗୁଜୁରାଟର ଅହମ୍ମଦାବାଦରେ ଭୟଙ୍କର ଦୁର୍ଘଟଣାର ଶିକାର ହେଲା। ଯେଉଁଥିରେ ଥିଲେ ୨୪୨ ଜଣ ଯାତ୍ରୀ। ତେଣୁ ଏବେ ଦୁର୍ଘଟଣା ସ୍ଥଳକୁ ବାହାରିଛନ୍ତି ଅମିତ୍ ଶାହ।
ଅହମ୍ମଦାବାଦ ଅଭିମୁଖେ ଶାହ। ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ସହ କଥା ଜହେଲେ ପ୍ରଧାନମନ୍ତ୍ରୀ ମୋଦି। ପ୍ରଧାନମନ୍ତ୍ରୀଙ୍କ ସହ କଥା ହେବା ପରେ ଅହମ୍ମଦାବାଦ ଅଭିମୁଖେ ଅମିତ୍ ଶାହ। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କ ସହ ମଧ୍ୟ କଥା ହେଲେ ମୋଦି।
ଏହାସହ ଦୁର୍ଘଟଣା ହୋଇଥିବା ସ୍ଥାନକୁ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁଙ୍କୁ ଯିବାକୁ ନିର୍ଦ୍ଦେଶ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।