“ଇତିହାସ ହୋଇ ରହିଯିବ ନକ୍ସଲବାଦ”, ମାଓବାଦୀଙ୍କ ଅତ୍ମସମର୍ପଣରେ ଏମିତି କହିଲେ ଅମିତ ଶାହ

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଲେ- ଇତିହାସ ପାଲଟିଯିବ ନକ୍ସଲବାଦ

ନୂଆଦିଲ୍ଲୀ: ଛତିଶଗଡ଼ର ବୀଜାପୁରରେ ୫୦ ମାଓବାଦୀ ହିଂସା ରାସ୍ତା ଛାଡ଼ି ଆତ୍ମସମର୍ପଣ କରିଛନ୍ତି। ଏ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କର ବର୍ତ୍ତମାନ ବିବୃତ୍ତି ସାମ୍ନାକୁ ଆସିଛି।

ସେ ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ଲେଖିଛନ୍ତି ଯେ, ୩୧ ମାର୍ଚ୍ଚ ୨୦୨୬ ପରେ ଦେଶରେ ନକ୍ସଲବାଦ କେବଳ ଇତିହାସ ହୋଇ ରହିଯିବ। ଏହା ଆମର ସଂକଳ୍ପ।

ସେ ଆହୁରି କହିଛନ୍ତି ଯେ, ଏହା ସବୁଠୁ ବଡ଼ କଥା ଯେ; ବୀଜାପୁରରେ ୫୦ ଜଣ ନକ୍ସଲବାଦୀ ହିଂସାର ପଥ ଛାଡ଼ି ଆତ୍ମସମର୍ପଣ କରିଛନ୍ତି।

ସେ କହିଛନ୍ତି ଯେ, ହିଂସା ଏବଂ ଅସ୍ତ୍ର ଛାଡ଼ି ବିକାଶର ମୁଖ୍ୟଧାରାରେ ସାମିଲ ହୋଇଥିବା ଲୋକଙ୍କୁ ମୁଁ ସ୍ୱାଗତ ଜଣାଉଛି। ସେ ଅନ୍ୟ ନକ୍ସଲବାଦୀଙ୍କୁ ମଧ୍ୟ ନିବେଦନ କରିଛନ୍ତି ଯେ, ଅସ୍ତ୍ରଶସ୍ତ୍ର ଛାଡ଼ି ମୁଖ୍ୟଧାରାକୁ ଆସନ୍ତୁ।

୩୧ ମାର୍ଚ୍ଚ ୨୦୨୬ ପରେ ଦେଶରେ ନକ୍ସଲବାଦ କେବଳ ଇତିହାସ ହୋଇ ରହିଯିବ, ଏହା ଆମର ସଂକଳ୍ପ।