fbpx

ଉଦୟନିଧି ଷ୍ଟାଲିନଙ୍କ ଟିପ୍ପଣୀକୁ ନେଇ ଶାହାଙ୍କ ବାଣ; ହିନ୍ଦୁତ୍ୱକୁ ଘୃଣା କରେ ବିରୋଧୀ ମେଣ୍ଟ ଦଳ ‘ଇଣ୍ଡିଆ’

Advertisement

ଓଡିଶା ଭାସ୍କର; ରାଜସ୍ଥାନରେ ରବିବାର ଦିନ ବିଜେପି ପରିବର୍ତ୍ତନ ଯାତ୍ରାର ଶୁଭ ଉଦଘାଟନ କରି ରୋଧୀ ମେଣ୍ଟ ଦଳ ‘ଇଣ୍ଡିଆ’କୁ ବାଣ ମାରିଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା । ତେବେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ୍‌.କେ ଷ୍ଟାଲିନଙ୍କ ପୁଅ ଉଦୟନିଧି ଷ୍ଟାଲିନଙ୍କ ହିନ୍ଦୁତ୍ୱ ଟିପ୍ପଣୀକୁ ନେଇ ବିରୋଧୀଙ୍କ ଇଣ୍ଡିଆ ମେଣ୍ଟକୁ ଏହି ବାଣ ମାରିଥିବା ଦେଖିବାକୁ ମିଳିଛି ।

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହିଛନ୍ତି ଷ୍ଟାଲିନଙ୍କ ମନ୍ତବ୍ୟ ଇଣ୍ଡିଆ ମେଣ୍ଟର ମନ୍ତବ୍ୟ । ଇଣ୍ଡିଆ ମେଣ୍ଟ ଭୋଟ ବ୍ୟାଙ୍କ ଏବଂ ତୁଷ୍ଟିକରଣ ରାଜନୀତି କରୁଛି । ଏହା ପ୍ରଥମ ଥର ପାଇଁ ସନାତନ ଧର୍ମକୁ ଅସମ୍ମାନିତ କରାଯାଉ ନାହିଁ । ହିନ୍ଦୁ ସଂଗଠନକୁ ରାହୁଲ ମଧ୍ୟ ଲସ୍କର-ଏ-ତୋଏବା ସହ ତୁଳନା କରିଥିଲେ ବୋଲି ଅମିତ ଶାହା ଅଭିଭାଷଣରେ କହିଛନ୍ତି ।

ଡିଏମକେ ନେତା ତଥା ଏହାର ‘ଇଣ୍ଡିଆ’ ସହଯୋଗୀ ପାର୍ଟି କଂଗ୍ରେସ ‘ସନାତନ ଧର୍ମ’କୁ ନଷ୍ଟ କରିବା କଥା କହୁଥିବା ବେଳେ ରାହୁଲ ଗାନ୍ଧୀଙ୍କୁ ହିନ୍ଦୁ ସଂଗଠନ ସହ ତୁଳନା କରିବା ପାଇଁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, ଡିଏମ୍‌କେ ମୁଖ୍ୟ ଏମ୍‌.କେ ଷ୍ଟାଲିନଙ୍କ ପୁଅ ସନାତନ ଧର୍ମ ଉପରେ ଦେଇଥିବା ମନ୍ତବ୍ୟରୁ ଜଣାପଡିଛି ଯେ, ବିରୋଧୀ ଦଳ ‘ଇଣ୍ଡିଆ’ ହିନ୍ଦୁତ୍ୱକୁ ଘୃଣା କରେ । ଏହା ଆମ ଐତିହ୍ୟ ଉପରେ ଆକ୍ରମଣ ବୋଲି ସେ କହିଛନ୍ତି । ସେହିପରି ଜେପି ନଡ୍ଡା ମଧ୍ୟ ଏହି ବୟାନକୁ ନେଇ ସିଧାସଳଖ ରାହୁଲ ଗାନ୍ଧିଙ୍କୁ ଘେରିଛନ୍ତି । ଏହା କଣ ତାଙ୍କର ପ୍ରେମର ଦୋକାନ ବୋଲି ସେ ପ୍ରଶ୍ନ କରିଛନ୍ତି ।

Get real time updates directly on you device, subscribe now.