ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ୍ ରଖିବାକୁ ନିର୍ଦ୍ଦେଶ ଦେଲେ ଅମିତ ଶାହ

ଯେକୌଣି ପରିସ୍ଥିତିରେ ମୁକାବିଲା ପାଇଁ ସଜାଗ ରହିବାକୁ ନିର୍ଦ୍ଦେଶ।

ନୂଆଦିଲ୍ଲୀ: ବଢୁଛି ଯୁଦ୍ଧ ଆଶଙ୍କା। ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଗୃହମନ୍ତ୍ରୀ ଅମିତ ଶାହ।  ସୀମାବର୍ତ୍ତୀ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ କଲେ ଅମିତ ଶାହ। ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ୍ ରଖିବାକୁ ନିର୍ଦ୍ଦେଶ ଦେଲେ ଗୃହମନ୍ତ୍ରୀ ଅମିତ ଶାହ।

ଯେକୌଣସି ପରିସ୍ଥିତିରେ କିଛି ବି ହୋଇପାରେ। କେତେବେଳେ ବି ଆଟାକ୍ ହୋଇପାରେ। ତେଣୁ ସମସ୍ତେ ସଜାଗ ରହିବାକୁ ନିର୍ଦ୍ଦେଶ। ଯେକୌଣି ପରିସ୍ଥିତିରେ ମୁକାବିଲା ପାଇଁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଲେ ଶାହ।

SDRF, ଗୃହରକ୍ଷୀ, NCC ଏବଂ ଉଦ୍ଧାର ବାହିନୀକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଗଲା। ଏହାସହ ଗଣମାଧ୍ୟମରେ ଯେପରି ଏହି ସମୟରେ କୌଣସି ଦେଶ ବିରୋଧୀ ପ୍ରଚାର ନ ହୁଏ ସେଥିପ୍ରତି ମଧ୍ୟ ନଜର ରଖିବାକୁ କୁହାଗଲା। ଦୁର୍ବଳ ସ୍ଥାନରେ ଯୋଗାଯୋଗ ଏବଂ ସୁରକ୍ଷା ବଜାୟ ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।