ଅମିତାଭ ବଚ୍ଚନ ୮୩ କୋଟି ଟଙ୍କାରେ ବିକିଲେ ଆପାର୍ଟମେଣ୍ଟ, ହେଲା ଏତିକି କୋଟିର ଲାଭ, ଜାଣନ୍ତୁ..

ବଲିଉଡ ମହାନାୟକ ଅମିତାଭ ବଚ୍ଚନ ମୁମ୍ବାଇର ଓଶିିୱାରା ସ୍ଥିତ ନିଜ ଡୁପ୍ଲେକ୍ସ ଆପାର୍ଟମେଣ୍ଟକୁ ୮୩ କୋଟି ଟଙ୍କାରେ ବିକ୍ରି କରିଛନ୍ତି। ୨୦୨୧ରେ ଏହି ଆପାର୍ଟମେଣ୍ଟକୁ ସେ..

ମୁମ୍ବାଇ: ବଲିଉଡର ମହାନାୟକ ଅମିତାଭ ବଚ୍ଚନ ମୁମ୍ବାଇର ଓଶିୱାରାରେ ଥିବା ନିଜ ଡୁପ୍ଲେକ୍ସ ଆପାର୍ଟମେଣ୍ଟକୁ ୮୩ କୋଟି ଟଙ୍କାରେ ବିକ୍ରି କରିଛନ୍ତି।

ଅମିତାଭ ଏହି ଆପାର୍ଟମେଣ୍ଟକୁ ଏପ୍ରିଲ ୨୦୨୧ରେ ୩୧ କୋଟି ଟଙ୍କାରେ କିଣିଥିଲେ। ବର୍ତ୍ତମାନ ଏହାକୁ ସେ ୮୩ କୋଟି ଟଙ୍କାରେ ବିକ୍ରି କରି ୧୬୮ ପ୍ରତିଶତର ଜବରଦସ୍ତ ପ୍ରଫିଟ ପାଇଛନ୍ତି।

ସଂପତ୍ତି ରେଜିଷ୍ଟ୍ରୀ ଡକ୍ୟୁମେଣ୍ଟ ଅନୁସାରେ, ଏହି ଡୁପ୍ଲେକ୍ସ ଦ ଅଟ୍ଲାଣ୍ଟିସ ନାମର ରେସିଣ୍ଡେସିୟାଲ ପ୍ରୋଜେକ୍ଟ, ଯାହାକୁ କ୍ରିଷ୍ଟାଲ ଗ୍ରୁପ ଡେଭଲପ କରିଛି। ଏହି ପ୍ରୋଜେକ୍ଟ ୧.୫୫ ଏକର ଜମିରେ ହୋଇଛି ଏବଂ ଏଠାରେ ୪,୫ ଏବଂ ୬ ବିଏଚକେ ଆପାର୍ଟମେଣ୍ଟ ଅଛି। ଏହି ଟ୍ରାଞ୍ଜାକ୍ସନ ଜାନୁଆରୀ ୨୦୨୫ରେ ରେଜିଷ୍ଟର କରାଯାଇଛି।

ଅମିତାଭ ବଚ୍ଚନ ୧୮୬% ପ୍ରଫିଟରେ ବିକ୍ରି କରିଛନ୍ତି ସଂପତ୍ତି: ଏହି ଆପାର୍ଟମେଣ୍ଟ ୫୨୯.୯୪ ବଗ୍ର ମିଟରର ବିଲ୍ଟ-ଅପ୍ ଅଞ୍ଚଳରେ ପ୍ରସାରିତ ହୋଇଛି। ଏହାର କାରପେଟ ଏରିଆ ୪୮୧.୭୫ ବର୍ଗ ମିଟର।

ଏଥିରେ ୪୪୫.୯୩ ବର୍ଗ ମିଟରର ବଡ଼ ଟେରେସ ସାମିଲ। ଛଅ ମ୍ୟାକନାଇଜ୍‌ଡ କାର ପାର୍କିଂ ସ୍ପେସ ମଧ୍ୟ ଏହି ପ୍ରପର୍ଟୀର ଅଂଶ। ଏହି ଟ୍ରାଞ୍ଜାକ୍ସନରେ ୪.୯୮ କୋଟି ଟଙ୍କାର ଷ୍ଟାମ୍ପ ଡ୍ୟୁଟି ଏବଂ ୩୦,୦୦୦ ଟଙ୍କାର ରେଜିଷ୍ଟ୍ରେସନ ଚାର୍ଜର ପେମେଣ୍ଟ କରାଯାଇଛି।