(video viral) ମାତିଛି କୁକୁର ଆତଙ୍କ, ଦୁଇ ବର୍ଷର ଝିଅକୁ କାମୁଡ଼ି ଟେକି ଟେକି ନେଇଗଲା…
ଝିଅର ଚିତ୍କାର ଶୁଣି ଘଟଣାସ୍ଥଳରେ ପହଞ୍ଚି ବାପା ତା ଜୀବନ ବଞ୍ଚାଇଥିଲେ।
ଗୁଜୁରାଟ: ଗୁଜୁରାଟର ଆମରେଲି ଜିଲ୍ଲାରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଯେଉଁଠାରେ ଏକ ଦୁଇ ବର୍ଷର ଶିଶୁକୁ ଏକ ବୁଲା କୁକୁର ଆକ୍ରମଣ କରିଛି। ଏହି ଆକ୍ରମଣରେ ଶିଶୁଟି ଗୁରୁତର ଆହତ ହୋଇଛି। ଏବଂ ତାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଏହି ଘଟଣାର ସିସିଟିଭି ଫୁଟେଜ୍ ମଧ୍ୟ ସାମ୍ନାକୁ ଆସିଛି। ଯେଉଁଥିରେ ପିଲାଟି ଫ୍ୟାକ୍ଟ୍ରି ବାହାରେ ଖେଳୁଥିବାର ଦେଖାଯାଉଛି। ଏହି ସମୟରେ ଏକ କୁକୁର ତାକୁ ଆକ୍ରମଣ କରିଥିଲା। ଝିଅର ଚିତ୍କାର ଶୁଣି ଘଟଣାସ୍ଥଳରେ ପହଞ୍ଚି ବାପା ତା ଜୀବନ ବଞ୍ଚାଇଥିଲେ।
ଗୁଜୁରାଟ ସମେତ ସାରା ଦେଶରେ କୁକୁର ଆକ୍ରମଣ ଘଟଣା ବହୁତ ଦ୍ରୁତ ଗତିରେ ବୃଦ୍ଧି ପାଇଛି। କୁକୁରମାନେ ପ୍ରାୟତଃ ଛୋଟ ପିଲାମାନଙ୍କୁ ଶିକାର କରୁଛନ୍ତି।
ଗୁଜୁରାଟର ଆମରେଲି ଜିଲ୍ଲାର ରାନ୍ଧିଆ-ଜସୱନ୍ତଗଡ଼ରେ ଅବସ୍ଥିତ ବାୟୋକଲ୍ କାରଖାନାରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି।
ଏଠାରେ, ଏକ ୨ ବର୍ଷର ଶିଶୁ ବିନା ଚିନ୍ତାରେ କାରଖାନା ବାହାରେ ଏଣେତେଣେ ବୁଲୁଛି। ଏହି ସମୟରେ, ଏକ କଳା ବୁଲା କୁକୁର ତାଙ୍କୁ ଆକ୍ରମଣ କରିଥିଲା। କୁକୁରଟି ପିଲାଟିକୁ ଝୁଣି ଟେକିନେଇ ଚାଲିଯାଉଥିଲା।
અમરેલી જિલ્લામાં શ્વાનનો આતંક હચમચાવતા લાઈવ CCTV ફૂરેજ કેમેરામાં કેદ
જશવંતગઢથી રાંઢીયા રોડ ઉપર આવેલ બાયોકોલ ફેક્ટરી પાસેની ઘટના સામે આવી
રખડતા શ્વાનએ 2 વર્ષના બાળકને શિકાર કરવા બચકુ ભરી ઉઠાવ્યું
બાળક રાડા રાડ કરતા પિતાએ બાળકને છોડાવવા દોટ મૂકી#ConnectGujarat #BeyondJustNews pic.twitter.com/VBpmSDRKPV— ConnectGujarat (@ConnectGujarat) August 7, 2025
ପିଲାଟିର କାନ୍ଦ ଶୁଣି ସଠିକ୍ ସମୟରେ ପିଲାର ବାପା ବାହାରକୁ ପଳାଇ ଆସିଥିଲେ। କୋଧାଳ ଧରି କୁକୁର ପଛରେ ଝିଅ ଜୀବନ ବଞ୍ଚାଇବାକୁ ଦୌଡ଼ିଥିଲେ। ଭୟର ବୁଲା କୁକୁର ଶିଶୁଟିକୁ ଛାଡ଼ି ଦୌଡ଼ି ପଳାଇଥିଲା।
ଘଟଣା ପରେ ତୁରନ୍ତ ଗୁରୁତର ଆହତ ପିଲାଟିକୁ ଡାକ୍ତରଖାନା ନିଆଯାଇଥିଲା, ଯେଉଁଠାରେ ତାଙ୍କୁ ପ୍ରାଥମିକ ଚିକିତ୍ସା ଦିଆଯାଇଥିଲା। ଯଦି ବାପା ପିଲାଟିକୁ ବଞ୍ଚାଇବାରେ ଟିକିଏ ବି ବିଳମ୍ବ କରିଥାନ୍ତେ, ତେବେ ଏକ ବଡ଼ ଦୁର୍ଘଟଣା ଘଟିଥାନ୍ତା।
କୁକୁର ଆକ୍ରମଣର ଘଟଣା ସିସିଟିଭି କ୍ୟାମେରାରେ କଏଦ ହୋଇଛି, ଯେଉଁଥିରେ ଦେଖାଯାଉଛି ଯେ ବୁଲା କୁକୁରମାନେ ଆକ୍ରମଣାତ୍ମକ ହୋଇ ଯେକୌଣସି ସମୟରେ ଆକ୍ରମଣ କରିପାରିବେ।
କିଛି ଦିନ ତଳେ ଗୁଜୁରାଟର ଛୋଟା ଉଦୟପୁର ଜିଲ୍ଲାରୁ ମଧ୍ୟ ବୁଲା କୁକୁର ଆତଙ୍କରେ ତିନି ବର୍ଷର ଝିଅର ଯନ୍ତ୍ରଣାଦାୟକ ମୃତ୍ୟୁ ଘଟିଥିଲା।