fbpx

ଓଡ଼ିଶାରେ ପ୍ରଥମ: ରାଜଧାନୀରେ ଆରମ୍ଭ ହେଲା ନିଶୁଳ୍କ ଅମ୍ଳଜାନ ଆଶ୍ରୟସ୍ଥଳୀ “ଅମୃତ ଧାରା” ଯୋଜନା, କୋଭିଡ୍ ହସ୍ପିଟାଲରେ ବେଡ୍ ମିଳିବା ଯାଏଁ ସଂକ୍ରମିତ ରୋଗୀଙ୍କୁ ମିଳିବ ଅକ୍ସିଜେନ୍‌

ଭୁବନେଶ୍ବର (ଓଡ଼ିଶା ଭାସ୍କର) : ଓଡ଼ିଶାରେ ପ୍ରଥମଥର ପାଇଁ ନିଶୁଳ୍କ ଅମ୍ଳଜାନ ଆଶ୍ରୟସ୍ଥଳୀ ଭୁବନେଶ୍ବରର ପଟିଆ ବିଗ ତ୍ରିଷ୍ଣା ବ୍ନକ୍ୟୁଇଟ ଠାରେ ଆରମ୍ଭ କରାଯାଇଛି। ‘ଅମୃତ ଧାରା’ ନାମରେ ଏହି ଯୋଜନା ଆରମ୍ଭ ହୋଇଛି।  ଅକ୍ସିଜେନ୍ ଆବଶ୍ୟକତା ଥିବା କରୋନା ରୋଗୀଙ୍କୁ କୋଭିଡ୍ ହସ୍ପିଟାଲ୍‌ରେ ବେଡ୍ ମିଳିବା ପର୍ଯ୍ୟନ୍ତ ଏହି ଆଶ୍ରୟସ୍ଥଳରେ ଅମ୍ଲଜାନ ଯୋଗାଇଦେଇ ହାଇପୋକ୍ସିୟାରୁ ବଞ୍ଚାଇବା ପାଇଁ ଏହି ନିଶୁକ୍ଳ ସେବା ଆରମ୍ଭ ହୋଇଛି।

ଆଜି ଏହାର ଉନ୍ମୋଚନ ଅବସରରେ ଭୁବନେଶ୍ୱର-ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ସ୍ପର୍ଶ ହସ୍ପିଟାଲ ମୁଖ୍ୟ ପରିଚାଳକ ଡ଼ା. ପିୟବତ୍ର ଧିର୍ , ଅଭିନେତା ତଥା ସମାଜସେବୀ ସବ୍ୟସାଚୀ ମିଶ୍ର, ଏମ୍ପ୍ରିଓ ଗ୍ରୁପର ମୁଖ୍ୟ  ଡା. ଅବିନାଶ ସାମଲ, ଡା ଅମ୍ରିତ ପାଟ୍ଟଯୋଶୀ,  ପ୍ରଭିନ୍ ଅଗ୍ରୱାଲ, ସମାଜସେବୀ ଏବଂ ଯୋନାଲ ଡେପୁଟି କମିଶନର ପୁରନ୍ଦର ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରଥମ ଥର ପାଇଁ ବିଏମସି ଅନୁମୋଦନରେ ଓଡିଶାରେ ଏଭଳି ଏକ ନିଶୁଳ୍କ ଅକ୍ସିଜେନ୍ ସେଲଟର ପଟିଆ ବିଗବଜାର ସ୍ଥିତ Trishna Banquet ଠାରେ ଆରମ୍ଭ କରାଯାଇଛି ।

ଅକ୍ସିଜେନ୍ ଆବଶ୍ୟକତା ଥିବା କୋଭିଡ୍ ରୋଗୀଙ୍କୁ ଏକ ଅନୁମୋଦିତ କୋଭିଡ୍ ହସ୍ପିଟାଲରେ ବେଡ୍ ମିଳିବା ପର୍ଯ୍ୟନ୍ତ ଏହି ଆଶ୍ରୟସ୍ଥଳରେ ଅମ୍ଳଜାନ ଯୋଗାଇଦେଇ ତାଙ୍କୁ ହାଇପୋକ୍ସିୟାରୁ ବଞ୍ଚା ଯାଇପାରିବ ।  ଏହା କୋଭିଡ୍ ଜନିତ ଚିକିତ୍ସା କେନ୍ଦ୍ର ନହେଲେ ମଧ୍ୟ ଡାକ୍ତର ଏବଂ ନର୍ସଙ୍କ ଉପସ୍ଥିତି ଓ ପରାମର୍ଶରେ ଏକରୁ ଦୁଇ ଘଣ୍ଟା ଯାଏ ରୋଗୀଙ୍କୁ ଅମ୍ଲଦାନ ଦିଆଯିବ ।

ଏହି ଆଶ୍ରୟ ସ୍ଥଳରେ ଅମ୍ଲଜାନ ସହ ଖାଦ୍ୟ, ଆବଶ୍ୟକ ସ୍ଥଳେ ସାଇକୋଲୋଜିକାଲ୍ ପରାମର୍ଶ ଏବଂ ହସ୍ପିଟାଲ ସ୍ଥାନାନ୍ତର ପାଇଁ ଜୀବନ ଜ୍ୟେତି ଆମ୍ବୁଲାନ୍ସ ସେବା ଯୋଗାଇ ଦିଆଯିବ । ଆଗାମୀ ଦିନରେ ପୋଷ୍ଟ କୋଭିଡ୍ ସେଣ୍ଟର ଭାବରେ ଏହା ପ୍ରଶଂସନୀୟ ହେବ ବୋଲି ଆଶା ପ୍ରକାଶ କରାଯାଉଛି ।

ଏହି ସେଣ୍ଟର ସହ ଯୋଗାଯୋଗ କରିବା ପାଇଁ ଦୁଇଟି ନମ୍ବର ୭୮୯୪୪୩୩୮୨୯ ଓ ୮୦୯୩୮୨୨୩୨୨ ଜାରି ହୋଇଛି । ଏହି କେନ୍ଦ୍ର ମାଧ୍ୟମରେ ଅନେକ ଲୋକ ଉପକୃତ ହେବେ ବୋଲି ପ୍ରକାଶ କରି ଅଭିନେତା ସବ୍ୟସାଚୀ OSA-HWG, ସ୍ପର୍ଶ ହସ୍ପିଟାଲର କର୍ତ୍ତୃପକ୍ଷ ଓ ବିଏମସିକୁ ସହଯୋଗ ପାଇଁ ଧନ୍ୟବାଦ ଜଣାଇଛନ୍ତି ।

 

Get real time updates directly on you device, subscribe now.